ଓଡ଼ିଶା ସୂଚନା ସେବା ସଂଘର ନିର୍ବାଚନ: ସୂର୍ଯ୍ୟ ମିଶ୍ର ହେଲେ ସଭାପତି

ସୁନାମଧନ୍ୟ କବି, ଲେଖକ ତଥା ବିଶିଷ୍ଟ ସାହିତି୍ୟକ ଶ୍ରୀ ସୂର୍ଯ୍ୟ ମିଶ୍ର ଓଡ଼ିଶା ସୂଚନା ସେବା ସଂଘର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତିା ଆଜି ପୂର୍ବାହ୍ନରେ ସୂଚନା ଓ ଲୋକସଂପର୍କ ବିଭାଗର ସମ୍ମିଳନୀ କକ୍ଷରେ ସୂଚନା ସେବା ସଂଘର ସାଧାରଣ ପରିଷଦ ବୈଠକ ଓ ନିର୍ବାଚନ ଅନୁଷ୍ଠିତ ହୋଇଥ#ଲାା ଏଥ#ରେ ଶ୍ରୀମତୀ ସୁଚେତା ପ୍ର୍ରିୟଦର୍ଶନୀ ଉପସଭାପତି, ଶ୍ରୀ ଭବାନୀ ଶଙ୍କର ଭୂୟାଁ ସାଧାରଣ ସଂପାଦକ, ଶ୍ରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ ଯୁଗ୍ମ ସଂପାଦକ, ଶ୍ରୀ ସନ୍ତୋଷ କୁମାର ଦାସ କୋଷାଧ୍ୟକ୍ଷ ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତିା ସୂଚନା ଲୋକସଂପର୍କ ବିଭାଗର ଉପଶାସନ ସଚିବ ଶ୍ରୀ ବିଜୟ କୁମାର ଖଣ୍ଡାୟତରାୟ ନିର୍ବାଚନ ଅଧ#କାରୀ ଭାବରେ କାର୍ଯ୍ୟକ୍ରମ ପରିଚାଳନା କରିଥ#ଲୋ ନିର୍ବାଚନ ସହିତ ବୈଠକରେ ସଂଘର ଆଗାମୀ କାର୍ଯ୍ୟପନ୍ଥା, ଦାବି ଓ ସୂଚନା ସେବାକୁ ଅଧ#କ ସକ୍ରିୟ କରିବା ପାଇଁ ବିଭିନ୍ନ ପ୍ରସ୍ତାବ ଗୃହୀତ ହୋଇଥ#ଲାା
ଏହି ସଭାରେ ବିଦାୟୀ ସଭାପତି ଶ୍ରୀ ସୂର୍ଯ୍ୟରଞ୍ଜନ ମହାନ୍ତି, ଉପସଭାପତି ଶ୍ରୀ ହେମନ୍ତ କୁମାର ନାୟକ, ସାଧାରଣ ସଂପଦକ ଚିତ୍ତରଞ୍ଜନ ପତି, ଯୁଗ୍ମ ସଂପାଦକ ଶ୍ରୀ ଉମାଶଙ୍କର ମହାପାତ୍ର ପ୍ରମୁଖ ଭାଗ ନେଇ ସଂଘର କାର୍ଯ୍ୟପନ୍ଥା ଉପରେ ବିଚାର ଆଲୋଚନା କରିଥ#ଲୋ

Share in top social networks!