ବିଜେପିର ଆକ୍ରୋଶ ରାଜନୀତି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

congresshearldନ୍ୟାସନାଲ ହେରାଲଡ କେସ୍ରେ ଅଖିଳ ଭାରତ କଂଗ୍ରେସ କମିଟିର ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧି ଏବଂ ଉପାଧ୍ୟକ୍ଷ ଶ୍ରୀ ରାହୁଲ ଗାନ୍ଧିଙ୍କ ପ୍ରତି ନିଜର ପ୍ରତିବଦ୍ଧତା ପ୍ରତିପାଦିତ କରିବା ପାଇଁ ଆଜି ଓଡିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ ଏକ ବିଶାଳ ରାଲି କଂଗ୍ରେସ ଭବନରୁ ବାହାରି ଲୋୟର ପିଏମ୍ଜିରେ ବିକ୍ଷୋଭ କରାଯାଇଥିଲା । ଶତାଧିକ କଂଗ୍ରେସ କର୍ମୀ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କ ପ୍ରତି ନିଜର ସମର୍ଥନ ଜଣାଇବା ସହିତ କେନ୍ଦ୍ରରେ ଶାସନ କରୁଥିବା ମୋଦି ସରକାର ଆକ୍ରୋଶମୂଳକ ରାଜନୀତିକୁ ଆୟୁଧ କରି କିଭଳି ଭାବରେ କଂଗ୍ରେସର ନେତୃବୃନ୍ଦଙ୍କୁ ବଦନାମ କରିବାକୁ ଚକ୍ରାନ୍ତ କରୁଛି ତା’ର ପ୍ରତିବାଦ ଜଣାଇଥିଲେ । ସବୁ କ୍ଷେତ୍ରରୁ ବିଫଳ ହୋଇଥିବା ନରେନ୍ଦ୍ର ମୋଦି ସରକାର ନିଜ ଅପାରଗତାକୁ ଲୁଚାଇବା ସହ କଂଗ୍ରେସର ମୁହଁ ବନ୍ଦ କରିବା ପାଇଁ ଯେଉଁଭଳି ଭାବେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀଙ୍କ ମାଧ୍ୟମରେ ରାଜନୈତିକ ଆକ୍ରୋଶ ରଖି ନ୍ୟାସନାଲ ହେରାଲ୍ଡ ଘଟଣାରେ କଂଗ୍ରେସ ନେତୃବୃନ୍ଦଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ । ଏହାର ପ୍ରତିବାଦରେ ପ୍ରଦେଶ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ସୁବ୍ରମଣ୍ୟମ ସ୍ୱାମୀଙ୍କ କୁଶପୁତ୍ତଳିକା ମଧ୍ୟ ଦାହ କରାଯାଇଥିଲା ।
ଓଡିଶାର ପ୍ରତ୍ୟେକ ଜିଲ୍ଲାରେ ମଧ୍ୟ ଏହା ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ କୁଶ ପୁତ୍ତଳିକା ଦାହ କରାଯାଇଥିଲା । ସବୁଠାର ବଡ କଥା ହେଉଛି ଶତାଧିକ ଲୋକ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କ ସମର୍ଥନରେ ‘ସୋନିଆଜୀ, ରାହୁଲଜୀ ହମ୍ ତୁମାରା ସାଥ୍ ହେ’ ନାରା ଦେଇଥିଲେ । ପ୍ରଦେଶ କଂଗ୍ରେସ ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯିବା ସହିତ ଏକ ଦସ୍ତଖତ ଅଭିଯାନ ମଧ୍ୟ କରାଯାଇଥିଲା । ସୋନିଆଜୀ ଏବଂ ରାହୁଲଜୀଙ୍କ ନେତୃତ୍ୱ ପ୍ରତି ନିଜର ସମର୍ଥନ ଜଣାଇ ଶତାଧିକ କଂଗ୍ରେସ ନେତା ଓ କର୍ମୀ ରକ୍ତଦାନ କରିବା ସହିତ ନିଜ ରକ୍ତରେ ଦସ୍ତଖତ ଅଭିଯାନରେ ସ୍ୱାକ୍ଷର କରିଥିଲେ ।
ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ, ଏଆଇସିସି ସଂପାଦକ ଶୁଭଙ୍କର ସରକାର, ବିରୋଧିଦଳ ନେତା ନରସିଂହ ମିଶ୍ରଙ୍କ ସମେତ ଦଳର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ, ଶରତ ପଟ୍ଟନାୟକ, ଜୟଦେବ ଜେନା, ସୁରେଶ କୁମାର ରାଉତରାୟ, ଜଗନ୍ନାଥ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, କିଶୋର ପଟେଲ, ଯୁଧିଷ୍ଠିର ଜେନା, ରବିନ୍ଦ୍ର କୁମାର ସେଠୀ, ରମାକାନ୍ତ ମିଶ୍ର, ପ୍ରକାଶ ଚନ୍ଦ୍ର ଦେବତା, ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ଗୁରୁପଦ ନନ୍ଦ, ସମୀର କୁମାର ରାଉତରାୟ, ଶରତ ରାଉତ, ସୁଜିତ୍ ପାଢ଼ୀ, ସନ୍ତୋଷ ସିଂ ସାଲୁଜା, ତାରା ପ୍ରସାଦ ବାହିନୀପତି, ନବ ଦାସ, ଭୂଜବଳ ମାଝୀ, କୃଷ୍ଣଚନ୍ଦ୍ର ଶାଗରିଆ, ଡ. ଦେବାଶିଷ ପଟ୍ଟନାୟକ, ଡ. ଲଲାଟେନ୍ଦୁ ମହାପାତ୍ର, ସଂଗ୍ରାମ କେଶରୀ ଜେନା, ସନ୍ଧ୍ୟା ମହାପାତ୍ର, ମନୋରଞ୍ଜନ ଦାଶ, ଅମୀୟ କୁମାର ପଟ୍ଟନାୟକ, ଅରିନ୍ଦମ ସର୍କଲ, ସୁମିତ୍ରା ଜେନା, ବିଣାପାଣି ସାମଲ, ସୁଲୋଚନା ଦାସ, ପ୍ରକାଶ ଜେନା, ଅବଦୁଲ ବାରୀ, ଗିରିଜା ଶଙ୍କର ଦାଶ, ସୌଗତ ମହାନ୍ତି, ବିଜୟ ଦ୍ୱିବେଦୀ, ସୁଧାଂଶୁ ମହାନ୍ତି, ସୁବୋଧ ପାଣି, ପ୍ରକାଶ ମିଶ୍ର, ଜୟଶ୍ରୀ ପଟ୍ଟନାୟକ, ସଞ୍ଜୟ ତି୍ରପାଠୀ, କୈଳାସ ମୁଖୀ, ପ୍ରତାପ ରାଉତରାୟ, ପ୍ରଦୀପ ମହାପାତ୍ର, ସଞ୍ଜୟ ସାହୁ, ଲିଙ୍ଗରାଜ ସାହୁ, ଜ୍ୟୋତିଷ ସାହୁ, ରବିନ୍ଦ୍ର ଆଚାର୍ଯ୍ୟ, ବେଣୁଧର ଭୋଇ, ସ୍ୱାଧୀନବାଳା ଦାସ, ମନୋରଞ୍ଜନ ରାଉତରାୟ, ତରୁଣ ମିଶ୍ର, ବିପ୍ଳବ ଜେନା, ବିନୋଦିନୀ ମହାନ୍ତି, ବିଜୟାନନ୍ଦ ଚାଉଳିଆ, ସୌମ୍ୟ ମହାପାତ୍ର, ସୋନାଲି ସାହୁ, ବାଙ୍କନିଧି ବେହେରା, ରନôାକର ବେହେରା, ସୁରେନ୍ଦ୍ର ନନ୍ଦ ପ୍ରମୁଖ ବିକ୍ଷୋଭ ଓ ସ୍ୱାକ୍ଷର ଅଭିଯାନରେ ସାମିଲ ହୋଇଥିଲେ । ବିକ୍ଷୋଭ ସମୟରେ ପୋଲିସ ସଭାପତି ଶ୍ରୀ ହରିଚନ୍ଦନଙ୍କ ସମେତ ବରିଷ୍ଠ ନେତାମାନଙ୍କୁ ଗିରଫ କରିଥିଲେ । ପାଖାପାଖି ୨ ହଜାର କଂଗ୍ରେସ କର୍ମୀଙ୍କୁ ମଧ୍ୟ ପୋଲସି ପକ୍ଷରୁ ଗିରଫ କରାଯାଇଛି ।

Share in top social networks!