ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର କେନ୍ଦ୍ର କୌଶଳ ବିକାଶ ମନ୍ତ୍ରଣାଳୟ ସହ ଐତିହାସିକ ରାଜିନାମା ସ୍ୱାକ୍ଷରିତ

cuskillଆଗାମୀ ତିନି ବର୍ଷରେ ପ୍ରାୟ ଏକ ଲକ୍ଷ ଯୁବକ ଯୁବତୀଙ୍କୁ ଆପ୍ରେଣ୍ଟିସ୍ସିପ୍ ପ୍ରଦାନ ଉଦେ୍ଧଶ୍ୟରେ ସେଞ୍ଚୁରିଅନ ୟୁନିଭର୍ସିଟିର କେନ୍ଦ୍ର କୌଶଳ ବିକାଶ ମନ୍ତ୍ରଣାଳୟ ଅଧୀନସ୍ଥ ତାଲିମ ମହାନିଦେ୍ର୍ଧଶାଳୟ ସହ ଏକ ଐତିହାସିକ ରାଜିନାମା ସ୍ୱାକ୍ଷରିତ ହୋଇଛି । କେନ୍ଦ୍ର ସରକାରଙ୍କର କୌଶଳ ବିକାଶ ଓ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଶ୍ରୀ ରାଜୀବ ପ୍ରତାପ ରୁଡ୍ଡି, ସଚିବ ରୋହିତ ନନ୍ଦନ (ଆଇଏଏସ୍), ଯୁଗ୍ମ ସଚିବ ଶ୍ରୀ ରାଜେଶ
ଅଗ୍ରୱାଲ (ଆଇଏଏସ୍) ଓ ରାଷ୍ଟ୍ରୀୟ କୌଶଳ ବିକାଶ ନିଗମର ବରିଷ୍ଠ ଅଧିକାରୀ ପ୍ରଭୃତିଙ୍କ ଉପସ୍ଥିତିରେ ଏହି
ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।

ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ଯୋଗୁଁ ଆପ୍ରେଣ୍ଟିସ୍ ଅଧିନିୟମ ୧୯୭୧ରେ ପରିବର୍ତ୍ତନ କରି ରାଜ୍ୟରେ ସଂଶୋଧିତ ହାରରେ ନିଯୁକ୍ତିଦାତାମାନେ ବର୍ଦ୍ଧିତ ଷ୍ଟାଇପେଣ୍ଡ ପ୍ରଦାନ କରିବେ । ଏହି ସ୍କିମ୍ର ବ୍ୟାପକ ପ୍ରଚଳନ ଦ୍ୱାରା ଲକ୍ଷ୍ୟ ଅନୁଯାୟୀ ୨୦୧୮ ମସିହା ସୁଦ୍ଧା ୫୦୦ ନିଯୁକ୍ତିଦାତାଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଆଜିର ଯୁବବର୍ଗ ଓ ନିଯୁକ୍ତିଦାତାଙ୍କୁ ପ୍ରୋତ୍ସାହିତ କରି ଭାରତରେ ଆପ୍ରେଟିଂସ୍ଙ୍କ ସଂଖ୍ୟା ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ବଢ଼ାଇବାକୁ ଏହି ପାର୍ଟନରସିପ୍ ଜରିଆରେ ଲକ୍ଷ୍ୟ ରଖାଯାଇଛି । ସେଂଚୁରିଅନ୍ ୟୁନିଭର୍ସିଟି ଅଫ୍ଟେ କ୍ନୋଲଜି ଆଣ୍ଡ ମ୍ୟାନେଜମେଂଟ (ସିୟୁଟିଏମ୍) ପକ୍ଷରୁ ସ୍କୁଲ ଅଫ୍ ଭୋକେସନାଲ୍ ଟ୍ରେନିଙ୍ଗ୍ ଓ ସାମାଜିକ ଉଦ୍ୟୋଗ ଆଉଟରିଚ୍ କାର୍ଯ୍ୟକ୍ରମ ‘ଗ୍ରାମ ତରଙ୍ଗ’ ନିଯୁକ୍ତି ତାଲିମ ସେବା (ଗ୍ରାମ ତରଙ୍ଗ) ଗଠନ କରାଯାଇଛି । ଏହି ଏମ୍ଓୟୁକୁ ଗ୍ରାମ ତରଙ୍ଗ ଜରିଆରେ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ କାର୍ଯ୍ୟକାରୀ କରିବ ।

ଏ ସଂପର୍କରେ ଭାରତ ସରକାରଙ୍କ କୌଶଳ ବିକାଶ ଓ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ରାଜୀବ ପ୍ରତାପ ରୁଡ୍ଡି କହିଛନ୍ତି ଯେ, ଆପ୍ରେଟିଂସ୍ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା ପାଇଁ ଆମ ସହିତ ଶିଳ୍ପ ଓ ଘରୋଇ ସଂସ୍ଥା ଆଗେଇ ଆସିବା ଆବଶ୍ୟକ । ଏହା ଦ୍ୱାରା ଅଧିକ ନିଯୁକ୍ତକ୍ଷମ ସୃଷ୍ଟି ହେବା ସହ ଚାକିରିରେ ଥିବାବେଳେ ସେମାନେ ରୋଜଗାର କରିପାରିବେ । ପ୍ରାକ୍ଟିକାଲ କୌଶଳ ହାସଲ କରିବା ଦ୍ୱାରା ଯୁବକଯୁବତୀଙ୍କ ବିଶ୍ୱାସ ବିଭିନ୍ନ ଉପାୟରେ ଦୃଢ଼ ହୋଇପାରିବ ଓ ସେମାନେ ଆମର ନିଯୁକ୍ତିକ୍ଷମ ଶ୍ରମ ଶକ୍ତି ଓ ଅଧିକ କୌଶଳ ପାଇଁ ରହିଥିବା ଲକ୍ଷ୍ୟକୁ ପୂରଣ କରିପାରିବେ । “ସେଂଚୁରିଅନ୍ ବିଶ୍ୱବିଦ୍ୟାଳୟ କୌଶଳ ବିକାଶ ପାଇଁ ବହୁତ ଭଲ କାର୍ଯ୍ୟ କରୁଛି ଓ ଆମେ ଆଶା
କରୁଛୁ ଯେ ଏହି ପାର୍ଟନରସିପ୍ ନିଶ୍ଚିତ ସଫଳ ହେବ ବୋଲି ସେ କହିଛନ୍ତି ।’’

ଏହି ଏମ୍ଓୟୁ ଅନୁସାରେ ଆପ୍ରେଟିଂସ ପାଇଁ ପାଠ୍ୟକ୍ରମ ପ୍ରସ୍ତୁତ କରିବା ଦିଗରେ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟକୁ କୌଶଳ ବିକାଶ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ବିଶେଷ ଅନୁମତି ପ୍ରଦାନ କରାଯାଇଛି । ଭାରତ ସରକାରଙ୍କ ପକ୍ଷରୁ ଆପ୍ରେଟିଂସ ଅଧିନିୟମ ୧୯୬୧ ଅନୁସାରେ ଜାରି କରାଯାଇଥିବା ଗାଇଡଲାଇନ୍ ଅନୁସାରେ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ନିଯୁକ୍ତିଦାତା ଓ ଆପ୍ରେଟିଂସ୍ଙ୍କ ମଧ୍ୟରେ ତୃତୀୟ ପକ୍ଷ ଭାବେ କାମ କରିବ । ସିୟୁଟିଏମ୍ ଆପ୍ରେଟିଂସ ଟ୍ରେଡ୍ ଓ ବିକଳ୍ପ ଟ୍ରେଡ୍ରେ ମଧ୍ୟ ଆପ୍ରେଟିଂସ ନିଯୁକ୍ତ କରିପାରିବ ।

ଏ ସଂପର୍କରେ ସିୟୁଟିଏମ୍ର ସଭାପତି ପ୍ରଫେସର ମୁକ୍ତିକାନ୍ତ ମିଶ୍ର କହିଛନ୍ତି ଯେ, କୌଶଳ ବିକାଶ ଓ ଉଦ୍ୟୋଗ ମନ୍ତ୍ରଣାଳୟ ସହ ହୋଇଥିବା ଏମ୍ଓୟୁ ଜରିଆରେ ସାରା ଦେଶରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ କାର୍ଯ୍ୟ-ଭିତ୍ତିକ ଓ ସମନ୍ୱିତ ହୋଇପାରିବ । ଏହା ଦ୍ୱାରା ପ୍ରତିଯୋଗିତା ଓ ପ୍ରାକ୍ ଶିକ୍ଷା ହିସାବରେ ସାର୍ଟିଫିକେଟ୍ ପ୍ରଦାନ କରାଯିବ । ବିଶ୍ୱବିଦ୍ୟାଳୟ ଦେଶର ଯୁବକଯୁବତୀଙ୍କୁ ଶିକ୍ଷାଗତ ଓ ବୃତ୍ତିଗତ ଭାବେ ପଥ ପ୍ରଦର୍ଶନ କରିବାକୁ ଚାହୁଁଛି । ଏହା ଯୁବକଯୁବତୀଙ୍କ ପାଇଁ ପ୍ରତିଯୋଗିତା, ଦକ୍ଷତା ବିକାଶ କରିବା ସହ ଉପଯୁକ୍ତ ସାର୍ଟିଫିକେଟ୍ ଜରିଆରେ ପ୍ରତି ସ୍ତରରେ
କାର୍ଯ୍ୟ କରିପାରିବେ ।

ଭାରତୀୟ ଜନସାଂଖନୀୟ ବିଭାଜନ ଅନୁଯାୟୀ ପ୍ରତ୍ୟେକ ମାସରେ ଅନୁ୍ୟନ ଏକ ନିୟୁତ ଜଣ ଆସନ୍ତା ୨୦ ବର୍ଷ ପର୍ଯ୍ୟନ୍ତ ଭାରତର ଶ୍ରମ ବଳରେ ସାମିଲ ହୋଇପାରିବେ । କିନ୍ତୁ ଶିକ୍ଷା ଓ ନିଯୁକ୍ତି ଇକୋସିଷ୍ଟମ୍ରେ ବ୍ୟାପକ ପରିବର୍ତ୍ତନ କରି ଅଭିବୃଦ୍ଧିକୁ ଦାରିଦ୍ର୍ୟ ଦୂରୀକରଣରେ ପରିବର୍ତ୍ତିତ କରିବାକୁ ପଡ଼ିବ । ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ସହ ମିଶି କୌଶଳ ବିକାଶ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ରଖାଯାଇଥିବା କୌଶଳ ଶିକ୍ଷା ଓ ନିଯୁକ୍ତି ଆହ୍ୱାନ ଭଳି ଦୁଇ ପ୍ରକାର ବିଶେଷ ଲକ୍ଷ୍ୟକୁ ପୂରଣ କରାଯାଇପାରିବ ।

Share in top social networks!