କଂଗ୍ରେସ ଦଳର ତୁଙ୍ଗ ନେତା ହୁଅନ୍ତୁ ବା ସାଧାରଣ ଲୋକ,ଦେଶର ନ୍ୟାୟ ବ୍ୟବସ୍ଥା ପାଇଁ ସମସ୍ତ ନାଗରିକ ସମାନ : ବସନ୍ତ ପଣ୍ଡା

pandaକଂଗ୍ରେସର ସଭାନେତ୍ରୀ ସୋନିଆ ଗାନ୍ଧୀ ଏବଂ ଉପ ସଭାପତି ରାହୁଲ ଗାନ୍ଧୀ ଜଣେ ଆରୋପୀ ଭାବେ ଦିଲ୍ଲୀର ପାଟିଆଲା କୋର୍ଟରେ ହାଜର ହେବା ଏବଂ ୫୦ ହଜାର ଟଙ୍କା ବେଲବଣ୍ଡ ହେବା ପରିପ୍ରେକ୍ଷୀରେ ରାଜ୍ୟ କଂଗ୍ରେସର ନେତୃବୃନ୍ଦ ଯେଉଁଭଳି ଭାବରେ ବିକ୍ଷୋଭ ପ୍ରଦର୍ଶନ କରି ଗରିଫଦାରୀ ଦେବା ସହ କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଜନୈତିକ ପ୍ରତିହିଂସା ପରାୟଣ ଭାବେ ଚିତ୍ରଣ କରିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ଏବଂ ଏହା ଭାରତର ନ୍ୟାୟିକ ପ୍ରକ୍ରିୟାକୁ ଉପହାସ ବୋଲି ବିଜେପି ବିଧାୟକ ଦଳ ନେତା ଶ୍ରୀଯୁକ୍ତ ବସନ୍ତ ପଣ୍ଡା ମତ ରଖିଛନ୍ତି । ନ୍ୟାସନାଲ ହେରାଲ୍ଡ ଦୁର୍ନୀତି ମାମଲାରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କର ସନ୍ଦିଗ୍ଦ ଭୂମିକାକୁ ନେଇ କଂଗ୍ରେସ ତୁଙ୍ଗନେତାଙ୍କୁ କୋର୍ଟରେ ହାଜର ପାଇଁ ମାନ୍ୟବର କୋର୍ଟଙ୍କ ନିଦେ୍ର୍ଧଶକୁ କଂଗ୍ରେସ ରାଜନୈତିକ ରୁପ ଦେବା, କଂଗ୍ରେସ ଓ ଏହାର ନେତୃତ୍ୱର ହତାଶାକୁ ଦର୍ଶାଉଛି ବୋଲି ଶ୍ରୀଯୁକ୍ତ ପଣ୍ଡା ଏହି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି । କଂଗ୍ରେସର ଇତିହାସକୁ ମନେ ପକେଇଦେଇ ଶ୍ରୀ ପଣ୍ଡା କହିଥିଲେଯେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଆହ୍ଲାବାଦ କୋର୍ଟରେ ନିର୍ବାଚନ କେସରେ ହାରିଲା ପରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରିଥିଲେ । ସେହିପରି ୧୯୮୬ ମସିହାରେ ରାଜୀବ ଗାନ୍ଧୀ ମଧ୍ୟ ସାହାବାନୋ କେଶ ପାଇଁ ସମ୍ବିଧାନକୁ ସଂଶୋଧନ କରିଥିଲେ ଯାହାକି ବର୍ତ୍ତମାନ ସୁଦ୍ଧା ଦେଶବାସୀ ଭୂଲି ନାହାନ୍ତି । ନ୍ୟାୟପାଳିକାକୁ ଅସମ୍ମାନ ଜଣାଇବା କଂଗ୍ରେସର ଚରିତ୍ର ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ ।
କଂଗ୍ରେସ ଦଳର ତୁଙ୍ଗ ନେତା ହୁଅନ୍ତୁ ବା ସାଧାରଣ ଲୋକ, ଦେଶର ନ୍ୟାୟ ବ୍ୟବସ୍ଥା ପାଇଁ ସମସ୍ତ ନାଗରିକ ସମାନ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଶ୍ରୀ ପଣ୍ଡା କହିଛନ୍ତିଯେ, ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ମାଲିକାନାରେ ଥିବା ୟଙ୍ଗ ଇଣ୍ଡିଆ କମ୍ପାନୀ ଶାଗ ମାଛ ମୂଲ୍ୟରେ ନ୍ୟାସନାଲ ହେରାଲ୍ଡ ଖବର କାଗଜର ମୂଳ କମ୍ପାନୀ ଆସୋସିଏଟ ଜର୍ନାଲଙ୍କୁ ନିଜ ମାଲିକାନାକୁ ନେଲେ । କଂଗ୍ରେସ ଦଳ ୯୦ କୋଟି ଟଙ୍କାର ଦଳୀୟ ଅର୍ଥ ଋଣ ଆକାରରେ ଦେବା ପରେ ଏହିଋଣକୁ ମାଫ କରି ନ୍ୟାସନାଲ ହେରାଲ୍ଡର ୩୦୦୦ କୋଟି ଟଙ୍କାର ମୂଲ୍ୟ ସମ୍ପଦକୁ ଚଞ୍ଚକତା କରି ନିଜ ଅକ୍ତିଆରକୁ ନେଇଛନ୍ତି ।
ସୁବ୍ରମଣ୍ୟମ ସ୍ୱାମୀଙ୍କ ଜନସ୍ୱାର୍ଥ ମାମଲା ଯାହା ୨୦୧୨ ମସିହାରୁ କୋର୍ଟରେ ବିଚାରଧିନ ରହିଛି । ନ୍ୟାୟିକ ପ୍ରକ୍ରିୟା ଆଧାରରେ କୋର୍ଟରେ ହାଜର ହେବା ପାଇଁ ନଦେ୍ର୍ଧଶ ଦେଇଥିଲେ । ଦିବାଲୋକ ପରି ଏକଥା ସୁସ୍ପଷ୍ଟଯେ, କଂଗ୍ରେସ ସଭାପତି ଶ୍ରୀମତୀ ଗାନ୍ଧୀ ଏବଂ ଉପ ସଭାପତି ଶ୍ରୀ ଗାନ୍ଧୀ ବେଆଇନ ଭାବରେ ଜନତାର ପ୍ରଭୃତ ଅର୍ଥକୁ ଆତ୍ମସାତ କରିବାକୁ ଚେଷ୍ଟା କରୁଛନ୍ତି । ସେମାନଙ୍କର ଅପରାଧର ଅଭିଯୋଗ ଆଧାର ଓ ଦେଶର ଆଇନ ଅନୁସାରେ ବିଚାର ହୋଇ ନିର୍ଣ୍ଣୟ ହେବ ।
ଆଇନ ଅଦାଲତରେ ବିଚାରଧିନ ମାମଲାକୁ ରାଜନୈତିକ ରୂପ ଦେବା କଂଗ୍ରେସର ହତାଶାକୁ ସ୍ପଷ୍ଟ କରୁଛି ବୋଲି ଶ୍ରୀ ପଣ୍ଡା ଗଣମାଧ୍ୟମକୁ କହିଛନ୍ତି । ଶ୍ରୀ ପଣ୍ଡା ଆହୁରି କହିଛନ୍ତିଯେ, ଜଣେ ବେସରକାରୀ ବ୍ୟକ୍ତିଙ୍କ କେସ୍ ଆଧାରରେ ସୋନିଆ ରାହୁଲ ଗାନ୍ଧୀଙ୍କୁ କୋର୍ଟ ହାଜର ହେବା ପାଇଁ ଡାକିଥିଲେ । ଭାରତ ସରକାରଙ୍କ ଇ.ଡି. ବା ଆୟକର ବିଭାଗ ଏ ପର୍ଯ୍ୟନ୍ତ କୈାଣସି ମାମଲା ଦାୟର କରିନାହାନ୍ତି ବୋଲି କହିଛନ୍ତି ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପ ସଭାପତି ସମୀର ଦେ ଏବଂ ରାଜ୍ୟ ମୁଖପାତ୍ର ସମୀର ମହାନ୍ତି ଉପସ୍ଥିତ ଥିଲେ ।

Share in top social networks!