ଆନେ୍ଦାଳନକାରୀ ଶିକ୍ଷକଙ୍କ ଉପରେ ପୋଲିସର ଲାଠିମାଡକୁ ବିଜେପିର ଦୃଢ ନିନ୍ଦା

ପ୍ରଥମେ ଗାଁ ସାଥୀ, ପରେ ସିଆଇଟି ଶିକ୍ଷକ ଏବଂ ବର୍ତ୍ତମାନ ଚୁକ୍ତିଭିତ୍ତିକ ଶିକ୍ଷକ । ରାଜ୍ୟ ସରକାର ଗୋଟାଏ ପରେ ଗୋଟାଏ ସମସ୍ତଙ୍କୁ ଧୋକା ଦେଇ ଚାଲିଛନ୍ତି । ରାଜ୍ୟ ସରକାରଙ୍କ ନିଜ ଭୁଲ ଯୋଜନା ଏବଂ ନିଷ୍ପତ୍ତି ଯୋଗୁଁ ନିରୀହ ଶିକ୍ଷକମାନେ ହଇରାଣ ଓ ହନ୍ତସନ୍ତ ହେଉଛନ୍ତି । ପ୍ରତିବାଦ କରିଲେ ପୋଲିସର ଲାଠିମାଡ ଖାଉଛନ୍ତି । ପ୍ରଥମେ ସ୍ୱପ୍ନ ଦେଖାଇ ପରବର୍ତ୍ତୀ ସମୟରେ ଧୋକା ଦେବାରେ ଏହି ସରକାର ପାରଙ୍ଗମ । ରାଜ୍ୟ ସରକାରଙ୍କ ଏତାଦୃଶ କାର୍ଯ୍ୟକୁ ରାଜ୍ୟ ବିଜେପି ପକ୍ଷରୁ ଦୃଢ ନିନ୍ଦା କରାଯାଇଛି ।
ଶାନ୍ତିପୂର୍ଣ୍ଣଭାବେ ଆନେ୍ଦାଳନ କରୁଥିବା ବହିଷ୍କୃତ ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କ ଉପରେ ଆଜି ପୋଲିସ ଯେଇଁଭଳି ଭାବେ ଲାଠିମାଡ କରି କ୍ଷତାକ୍ତ ରକ୍ତାକ୍ତ କରିଛନ୍ତି, ତାହା ନିନ୍ଦନୀୟ । ପୋଲିସର ଲାଠି ମାଡରେ ଗୁରୁତର ଆହତ ହୋଇ ଶିକ୍ଷକମାନେ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ପ୍ରକାଶ ଥାଉକି, ରାଜ୍ୟ ସରକାରଙ୍କ ଭୁଲ ନୀତି ଏବଂ ଯୋଜନାର ଶିକାର ହୋଇ ଚୁକ୍ତିଭିତ୍ତିକ ଶିକ୍ଷକମାନେ ନିଜ ନିଜର ଚାକିରୀ ହରାଇଛନ୍ତି । ପ୍ରତିବାଦସ୍ୱରୁପ ଗତକାଲିଠାରୁ ଲୋୟର ପିଏମଜିଠାରେ ଆନେ୍ଦାଳନ କରୁଛନ୍ତି । ପ୍ରତିବାଦକାରୀଙ୍କ ମଧ୍ୟରେ ବହୁ ମହିଳା ଥିବା ସତ୍ତ୍ୱେ ପ୍ରଶାସନ ଏବଂ ସରକାର ଜାଣିଶୁଣି ବିଦ୍ୟୁତ କାଟି ଅନ୍ଧକାର କରିଦେଇଥିଲେ । ଅହଙ୍କାରରେ ବୁଡି ରହିଥିବା ରାଜ୍ୟ ସରକାର ମହିଳାମାନଙ୍କ ସୁରକ୍ଷାକୁ ଗୁରୁତ୍ୱ ମଧ୍ୟ ଦେଇନଥିଲେ । ଏତେସବୁ ପ୍ରତିକୁଳ ପରିସ୍ଥିତି ସତ୍ତ୍ୱେ ଆନେ୍ଦାଳନକାରୀମାନେ ଶାନ୍ତିପୂର୍ଣ୍ଣଭାବେ ପ୍ରତିବାଦ ଜଣାଉଥିବା ବେଳେ ଅଚାନକ ପୋଲିସର ଲାଠିମାଡରେ ବହୁ ଆନେ୍ଦାଳନକାରୀ ଗୁରୁତର ଭାବେ ଆହତ ହୋଇ କ୍ଷତାକ୍ତ ହେବା ସଙ୍ଗେ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ଏହିଭଳି ଦମନମୂଳକ କାର୍ଯ୍ୟ ପାଇଁ ପୋଲିସ, ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କୁ ରାଜ୍ୟ ବିଜେପି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି ।
ଦଳର ମୁଖପାତ୍ର ସଜ୍ଜନ ଶର୍ମା, ସମୀର ମହାନ୍ତି ଏବଂ ସମ୍ପାଦକ ଛୋଟେଲାଲ ମହନ୍ତ ପ୍ରମୁଖ କ୍ୟାପିଟାଲ ହସ୍ପିଟାଲ ଯାଇ ଆହତ ଶିକ୍ଷକମାନଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ବୁଝି ପଚାରିବା ସହ ଆଲୋଚନା କରିଥିଲେ ।

Share in top social networks!