ମୋରଡା ବିଜେଡି ବ୍ଲକ ସଭାପତି କଂଗ୍ରେସରେ ଯୋଗଦେଲେ

ବିଜୁ ଜନତା ଦଳର ମୋରଡା ବ୍ଲକ ସଭାପତି ଶ୍ରୀ ଲକ୍ଷ୍ମୀଧର ମାର୍ଣ୍ଡି ତାଙ୍କ ସମର୍ଥକଙ୍କ ସହ ଶୁକ୍ରବାର ଦିନ ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି । ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଶ୍ରୀ ମାର୍ଣ୍ଡିଙ୍କ ସହ ଗଡିଆ ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଶିବ ଶଙ୍କର ସିଂ, ଜେ.ଏମ୍.ଏମ୍. ର ଭାଲିଆଡିହା ପଞ୍ଚାୟତ ସଭାପତି ମଧୁସୂଦନ ମାର୍ଣ୍ଡିଙ୍କୁ ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଏବଂ ଏଆସିସି ସଂପାଦକ ଶ୍ରୀ ଶୁଭଙ୍କର ସରକାର ସ୍ୱାଗତ କରିବା ସହ ଏମାନଙ୍କ ଯୋଗଦାନ ମୋରଡାରେ ସର୍ବୋପରି ମୟୁରଭଞ୍ଜ ଜିଲ୍ଲାରେ କଂଗ୍ରେସକୁ ଅଧିକ ମଜବୁତ କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ।
ଏହି ଯୋଗଦାନ ଅବସରରେ ପିସିସି ସାଧାରଣ ସଂପାଦକ ଶ୍ୟାମସୁନ୍ଦର ହାଂସଦା, ମୋରଡା ବିଧାନସଭା ନିର୍ବାଚନ ମଣ୍ଡଳୀ ନେତା ପ୍ରଭାସକର ମହାପାତ୍ରଙ୍କ ସମେତ ଘାସିରାମ ବେହେରା, ଜୟନ୍ତ ବେହେରା, ଟୁଟୁ ଗିରି ଓ ଚର୍ତ୍ତୁଭୂଜ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!