ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ପ୍ରବାଦପୁରୁଷ ବିଜୁବାବୁଙ୍କ ଜନ୍ମ ଶତବାର୍ଷିକୀ ପାଳିତ ହେବ

pranab-bijuକିମ୍ବଦନ୍ତୀ ପୁରୁଷ ତଥା ମହାନ୍ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ପାଳନ ନିମନ୍ତେ ସ୍ଥିର କରାଯାଇ ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଏକ ରାଜ୍ୟସ୍ତରୀୟ ଶତବାର୍ଷିକୀ କମିଟି ଗଠନ କରାଯିବାକୁ ନିଷ୍ପତ୍ତି ନିଆଯାଇଛିା ଆଜି ପୂର୍ବାହ୍ନରେ ସୂଚନା ଓ ଲୋକସଂପର୍କ ବିଭାଗ ସମ୍ମିଳନୀ ପ୍ରକୋଷ୍ଠରେ ଅନୁଷ୍ଠିତ ଏକ ପ୍ରସ୍ତୁତି ବୈଠକରେ ଉପରୋକ୍ତ ମର୍ମରେ କାର୍ଯ୍ୟକ୍ରମ ଆୟୋଜନ ଉପରେ ଗୁରୁତ୍ୱ ଦିଆଯାଇଛିା
ବିଜୁବାବୁଙ୍କ ଜନ୍ମ ଶତବାର୍ଷିକୀ ସମାରୋହ ୨୦୧୬ ମାର୍ଚ୍ଚ ୫ ତାରିଖ ତାଙ୍କ ଜନ୍ମତିଥ#ରୁ ଆରମ୍ଭ ହୋଇ ୨୦୧୭ ଅପ୍ରେଲ ୧୭ ତାରିଖ ତାଙ୍କ ମହାପ୍ରୟାଣ ଦିବସ ପର୍ଯ୍ୟନ୍ତ ଚାଲିବା ଶତବାର୍ଷିକୀ ଉପଲକ୍ଷେ ରାଜ୍ୟସ୍ତରୀୟ, ଜାତୀୟ ଓ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବା ରାଜ୍ୟର ଗ୍ରାମାଞ୍ଚଳ, ପଞ୍ଚାୟତ, ସମସ୍ତ ଜିଲ୍ଲା, ବିଭିନ୍ନ ସହରରେ ସ୍ୱତନ୍ତ୍ର ଆୟୋଜନମାନ କରାଯିବା ଶିକ୍ଷାନୁଷ୍ଠାନଗୁଡିକରେ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ଆୟୋଜନ କରାଯିବା ଓଡ଼ିଶା ବାହାରେ ବିଭିନ୍ନ ସ୍ଥାନରେ ଏବଂ ବିଦେଶରେ ମଧ୍ୟ ଶତବାର୍ଷିକୀ ଉତ୍ସବ ଆୟୋଜିତ ହେବା
ରାଜ୍ୟସ୍ତରୀୟ ଶତବାର୍ଷିକୀ କମିଟି ଏବଂ ବିଭିନ୍ନ ସରକାରୀ ବିଭାଗଗୁଡିକର ମିଳିତ ଉଦ୍ୟମରେ ସମନ୍ୱିତ ଭାବରେ କାର୍ଯ୍ୟକ୍ରମ ଆୟୋଜନ ଉପରେ ପ୍ରସ୍ତୁତି ବୈଠକରେ ଗୁରୁତ୍ୱ ଆରୋପ କରାଯାଇଛିା ପର୍ଯ୍ୟଟନ ଓ ସଂସ୍କୃତି, ଉଚ୍ଚଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା, ଶିଳ୍ପ, ସୂଚନା ପ୍ରଯୁକ୍ତି, ମହିଳା ଓ ଶିଶୁ ବିକାଶ, କୃଷି, ପଞ୍ଚାୟତିରାଜ, କ୍ରୀଡା ଓ ଯୁବ ବ୍ୟାପାର,ଖଣି ଓ ଇସ୍ପାତ୍ ଇତ୍ୟାଦି ବିଭାଗଗୁଡିକୁ ବିଭିନ୍ନ କାର୍ଯ୍ୟକ୍ରମରେ ସଂପୃକ୍ତ କରାଯିବା ସୂଚନା ଓ ଲୋକସଂପର୍କ ବିଭାଗ ଶତବାର୍ଷିକୀ କାର୍ଯ୍ୟକ୍ରମର ନୋଡାଲ ଏଜେନ୍ସୀ ଭାବରେ କାର୍ଯ୍ୟ କରିବ ବୋଲି ବୈଠକରେ ସ୍ଥିର କରାଯାଇଛିା
ଶିଳ୍ପ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦେବୀପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ବୈଠକରେ ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ତଥା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସଂଜୟ କୁମାର ଦାସ ବର୍ମା, ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ଶକ୍ତି ତଥା ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ପ୍ରଣବ ପ୍ରକାଶ ଦାସ ଆଲୋଚନାରେ ଅଂଶଗ୍ରହଣ କରିଥ#ଲୋ ସୂଚନା ଓ ଲୋକସଂପର୍କ ବିଭାଗର ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ଓ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ସୁଶୀଲ କୁମାର ଦାସ ବୈଠକରେ ଉପସ୍ଥିତ ଥ#ଲୋ

Share in top social networks!