ଟାଟା ଷ୍ଟିଲ ସୁକିନ୍ଦା କ୍ରୋମାଇଟ୍ ଖଣି ସିଆଇଆଇ-ଆଇଟିସି ସଷ୍ଟେନେବିଲିଟି ଓ ସିଆଇଆଇ ଇଣ୍ଡଷ୍ଟ୍ରିଆଲ ଇନୋଭେସନ୍ ପୁରସ୍କାର-୨୦୧୫ରେ ସମ୍ମାନିତ

ଓଡ଼ିଶାର ଯାଜପୁର ଜିଲ୍ଲା ଟାଟା ଷ୍ଟିଲ ସୁକିନ୍ଦା କ୍ରୋମାଇଟ୍ ଖଣିକୁ ନୂଆଦିଲ୍ଲୀଠାରେ ଡିସେମ୍ବର ୧୫ତାରିଖରେ ଆୟୋଜିତ ଦୁଇଟି ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ସାମାଜିକ ଦାୟିତ୍ୱବୋଧ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଖ୍ୟାତିସମ୍ପନ୍ନ ସିଆଇଆଇ-ଆଇଟିସି ସଷ୍ଟେନେବିଲିଟି ଓ ସିଆଇଆଇ ଇଣ୍ଡଷ୍ଟ୍ରିଆଲ ଇନୋଭେସନ୍ ପୁରସ୍କାର-୨୦୧୫ରେ ସମ୍ମାନିତ କରାଯାଇଛି ।

୨୦୦୬ରେ ଆରମ୍ଭ ହୋଇଥିବା ସିଆଇଆଇ-ଆଇଟିସି ସଷ୍ଟେନେବିଲିଟି ପୁରସ୍କାର ନିଜ କାର୍ଯ୍ୟ ଶୈଳୀରେ ଦୀର୍ଘସ୍ଥାୟୀ ଓ ଅନ୍ତର୍ଭୁକ୍ତକାରୀ ନୀତିକୁ ଅଧିକ ଗୁରୁ୍ତ୍ୱ ଦେଉଥିବା ବ୍ୟବସାୟିକ ସଂସ୍ଥାମାନଙ୍କୁ ପ୍ରଦାନ କରାଯାଇଥାଏ । ଏହି ପୁରସ୍କାର ସେଣ୍ଟର ଅଫ୍ ଏକ୍ସେଲେନ୍ସ ଫର ସଷ୍ଟେନେବଲ ଡେଭଲପମେଣ୍ଟ (ସିଇଏସ୍ଡି)ର ଏକ ଅଂଶ, ଯାହାକି ବ୍ୟବସାୟିକ ସଂସ୍ଥା ମଧ୍ୟରେ ଦୀର୍ଘସ୍ଥାୟୀ ଓ କ୍ଷମତା ବ୍ୟବସ୍ଥା ଉପରେ ସଚେତନତା ସୃଷ୍ଟି କରିଥାଏ । ନିଜ କାର୍ଯ୍ୟକ୍ଷେତ୍ରରେ ଅନ୍ତର୍ଭୁକ୍ତକାରୀ ବିକାଶରେ ଉଲ୍ଲେଖନୀୟ ଅବଦାନ ପାଇଁ ଟାଟା ଷ୍ଟିଲ ସୁକିନ୍ଦା କ୍ରେମାଇଟ୍ ଖଣିକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ସୁକିନ୍ଦା କ୍ରୋମାଇଟ୍ ଖଣି ଏହାର କାର୍ଯ୍ୟକ୍ଷେତ୍ର ଓ ପାଶ୍ୱବର୍ତ୍ତୀ ଅଞ୍ଚଳରେ ବସବାସ କରୁ୍ଥିବା ଲୋକମାନଙ୍କ ସ୍ୱାସ୍ଥ୍ୟ, ଶିକ୍ଷା, ଜୀବନଜୀବିକା, ମହିଳା ସଶକ୍ତିକରଣ, କ୍ରୀଡ଼ା, ଗ୍ରାମୀଣ ଭିତ୍ତିଭୂମି ଭଳି କ୍ଷେତ୍ରରେ ଉନ୍ନତି ଆଣିବା ନିଜର ଉଦ୍ୟମ ଜାରି ରଖିଛି ।

ଟାଟା ଷ୍ଟିଲ ଫେରୋ ଆଲୟେଜ୍ ଓ ମିନରାଲ୍ସ ଡିଭିଜନ୍ର (ଏଫ୍ଏଏମ୍ଡି)ର ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଶ୍ରୀ ଡି ବି ସୁନ୍ଦର ରମମ୍ ନୂଆଦିଲ୍ଲୀଠାରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ କମ୍ପାନୀ ପକ୍ଷରୁ ଏହି ପୁରସ୍କାର ଗ୍ରହଣ କରିଥିଲେ ।

tatasukindaaସେହିପରି ଟାଟା ଷ୍ଟିଲ, ସୁକିନ୍ଦା କ୍ରୋମାଇଟ୍, ଏଫ୍ଏଏମ୍ଡିକୁ ଖଣି ସୁରକ୍ଷା, ଶକ୍ତି ସଂରକ୍ଷଣ ଓ ଉପôାଦ ଗୁଣବତ୍ତାରେ ନୂତନ ପଦେକ୍ଷପ ଦ୍ୱାରା ନବୀନତମ ସଂସ୍କୃତି ସୃଷ୍ଟି କରିିବା ପାଇଁ ସିଆଇଆଇ ନବୀନତା ଓ ଉଦ୍ୟୋଗୀ ସମ୍ମିଳନୀ-୨୦୧୫ରେ ଶ୍ରେଷ୍ଠ ୨୫ଟି ନବୀନତମ ସଂସ୍ଥା ମଧ୍ୟରେ ସ୍ଥାନ ପାଇଥିବାରୁ ସିଆଇଆଇ ଇଣ୍ଡଷ୍ଟ୍ରିଆଲ ଇନୋଭେସନ୍ ପୁରସ୍କାର-୨୦୧୫ରେ ସମ୍ମାନିତ କରାଯାଇଛି ।

ସୁକିନ୍ଦା କ୍ରୋମାଇଟ୍ ଖଣି ସିଓବି ରକ୍ଷଣାବେକ୍ଷଣ ବିଭାଗର ପ୍ରବନ୍ଧକ ଶ୍ରୀ ମୋହିତ ରୟ କମ୍ପାନୀ ପକ୍ଷରୁ, ଜାତୀୟ ନବୀନତମ ସଂସ୍ଥାର କାର୍ଯ୍ୟନିର୍ବାହୀ ଭାଇସ ଚେୟାରମେନ୍ ପ୍ରଫେସର ଅନୀଲ ଗୁପ୍ତାଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ । ନବୀନତା ଓ ବ୍ୟବସାୟିକ ବିକାଶକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏହି ପୁରସ୍କାର ପ୍ରଦାନ କରାଯାଉଛି ।

କମ୍ପାନୀମାନଙ୍କୁ ଏହି ପୁରସ୍କାର ହାସଲ କରିବା ପାଇଁ ସ୍ଥାନ ଆକଳନ ଓ ବିଶେଷଜ୍ଞଙ୍କ ଆଗରେ ପ୍ରେଜେଣ୍ଟେସନ୍ ସମେତ ଚର୍ତୁଃସ୍ତରୀୟ ଚୟନ ପ୍ରକ୍ରିୟା ଦେଇ ଗତି କରିବାକୁ ପଡିଥାଏ । ଭାରତର ବିଭିନ୍ନ କ୍ଷେତ୍ରରୁ ୧୮୦ କମ୍ପାନୀ ଏହି ଖ୍ୟାତିସମ୍ପନ୍ନ ପୁରସ୍କାର ପାଇଁ ଆବେଦନ କରିଥିଲେ ।

କର୍ପୋରେଟ୍ ସେବାରେ ନିଜର ଉଲ୍ଲେଖନୀୟ ଅବଦାନ ପାଇଁ ସୁକିନ୍ଦା କ୍ରୋମାଇଟ୍ ଖଣିକୁ ପୂର୍ବରୁ ମଧ୍ୟ ଅନେକ ଥର ବିଭିନ୍ନ ମଞ୍ଚରେ ପୁରସ୍କୃତ କରାଯାଇଛି । ଏହାପୂର୍ବରୁ ସୁକିନ୍ଦା କ୍ରୋମାଇଟ୍ ଖଣିକୁ ୨୦୧୪ ସେପ୍ଟେମ୍ବରରେ ଏସିଆନ୍ ସିଏସ୍ଆର ଲିଡରସିପ୍ ପୁରସ୍କାର, ଡିସେମ୍ବର ୨୦୧୪ରେ ଭାରତ ସରକାରଙ୍କ ଶକ୍ତି ମନ୍ତ୍ରାଳୟ ପକ୍ଷରୁ ଶକ୍ତି ଉକôୃଷ୍ଟତା ପୁରସ୍କାର ଓ ସେପ୍ଟେମ୍ବର ୨୦୧୫ରେ ସିଆଇଆଇ ଶକ୍ତି ଉକôୃଷ୍ଟତା ପୁରସ୍କାରରେ ସମ୍ମାନିତ କରାଯାଇଛି ।

Share in top social networks!