ଓଡ଼ିଆ ମୁକ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ: ଓଡ଼ିଆ ଭାଷାକୁ ସବୁସ୍ତରରେ ପ୍ରଚଳିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

cmreviewodiaଓଡ଼ିଶା ସରକାରୀ ଭାଷା ଆଇନ ୧୯୫୪କୁ ସରକାରୀ ଓ ବେସରକାରୀ ସ୍ତରରେ କାର୍ଯ୍ୟକାରୀ କରିବା ପାଇଁ ଏକ ବୈଠକ ଆଜି ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥ#ଲାା ଓଡ଼ିଆ ଭାଷାକୁ ବିଭିନ୍ନ ସ୍ତରରେ ବ୍ୟାପକ ବ୍ୟବହାରକୁ ଉତ୍ସାହିତ କରିବା ପାଇଁ ଓଡ଼ିଆ ଭାଷା ଡଟ୍ ଗଭ୍ ଡଟ୍ ଇନ୍ ନାମରେ ଏକ େଓ୍ୱବ୍ସାଇଟ୍ ଆରମ୍ଭ କରାଯାଇଛିା ଏଥ#ରେ ଓଡ଼ିଆ ଭାଷା ଓ ସାହିତ୍ୟ ସଂପର୍କରେ ଅନେକ ତଥ୍ୟ ସନ୍ନିବେଶିତ ହୋଇଛିା ଏଠାରେ ସୂଚନାଯୋଗ୍ୟ ଯେ ଏ ସଂପର୍କରେ ଅନୁଧ୍ୟାନ କରି ରିପୋର୍ଟ ଦେବା ପାଇଁ ଗତ ଜୁଳାଇ ମାସରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ମୁଖ୍ୟମନ୍ତ୍ରୀ ଏକ କମିଟି ଗଠନ କରିଥ#ଲୋ ପୂର୍ବରୁ ଏହି କମିଟିର ବୈଠକ ତିନି ଥର ଅନୁଷ୍ଠିତ ହୋଇଯାଇଛିା ଏହି କମିଟିରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ, ସ୍ୱାସ୍ଥ୍ୟ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରଣବ ପ୍ରକାଶ ଦାସ ସଦସ୍ୟ ଅଛନ୍ତିା ବୈଠକରେ ମନ୍ତ୍ରୀସ୍ତରୀୟ କମିଟି ସଦସ୍ୟମାନଙ୍କ ସମେତ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ, ଉଚ୍ଚଶିକ୍ଷା ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରମୁଖ ସଚିବ ଦ୍ୱୟ ଓ ସଂସ୍କୃତି ସଚିବ ପ୍ରମୁଖ ଉପସ୍ଥିତ ଥ#ଲୋ
ଏ ସଂପର୍କରେ ଆଜି ଅପରାହ୍ନରେ ଭାଷା ଅଧ#ନିୟମ କମିିଟିର ଅଧ୍ୟକ୍ଷ ତଥା ଶିଳ୍ପ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧ#ମାନଙ୍କୁ ସୂଚନା ଦେଇ କହିଲେ ଯେ ଜାନୁଆରୀ ମାସ ପ୍ରଥମ ସପ୍ତାହରେ ଭାଷା କମିଟିର ପରବର୍ତ୍ତୀ ବୈଠକ ବସି ଏହାର କାର୍ଯ୍ୟକାରିତା ଓ ଅନ୍ୟାନ୍ୟ ଦିଗ ଉପରେ ଆଲୋଚନା କରିବୋ ଉପରୋକ୍ତ ନିଷ୍ପତ୍ତିଗୁଡିକର କାର୍ଯ୍ୟକାରିତା ସଂପର୍କରେ ମୁଖ୍ୟମନ୍ତ୍ରୀ ପ୍ରତି ତିନିମାସରେ ସମୀକ୍ଷା କରିବୋ
ବୈଠକରେ ଗୃହୀତ ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡିକରେ ଖାଲି ଥ#ବା ଓଡ଼ିଆ ଶିକ୍ଷକ/ଅଧ୍ୟାପକ ପଦବୀ ପୂରଣ ପାଇଁ ତ୍ୱରିତ ପଦକ୍ଷେପ ନିଆଯିବା ଓଡ଼ିଆ ମୁକ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବା ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଓ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ପରି ବିଖ୍ୟାତ ଶିକ୍ଷାନୁଷ୍ଠାନମାନଙ୍କରେ ଓଡ଼ିଆ ଭାଷାରେ ଉଚ୍ଚ ଗବେଷଣା ପାଇଁ ଚେୟାର ପ୍ରତିଷ୍ଠା କରାଯିବା ସୂଚନାଯୋଗ୍ୟ ଯେ ପୂର୍ବରୁ ଦିଲ୍ଲୀ ଜବାହାରଲାଲ ବିଶ୍ୱବିଦ୍ୟାଳୟରେ ଏକ ଚେୟାର ପ୍ରତିଷ୍ଠା ପାଇଁ ସରକାରୀ ନିଷ୍ପତ୍ତି ନେଇସାରିଛନ୍ତିା ସମସ୍ତ ସରକାରୀ ବିଜ୍ଞାପନ, ନିମନ୍ତ୍ରଣପତ୍ର ଓ ନାମଫଳକକୁ ଓଡ଼ିଆ ଭାଷାରେ ହିଁ କରାଯିବା ରାଜ୍ୟରେ ଥ#ବା ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକର ଫଳକ ମଧ୍ୟ ଅନୁରୂପ ଭାବରେ ଓଡ଼ିଆ ଭାଷାରେ କରିବା ପାଇଁ କଡା ପଦକ୍ଷେପ ନିଆଯିବା ପ୍ରତିବର୍ଷ ଅପ୍ରେଲ ମାସରେ ଓଡ଼ିଆ ଭାଷା ସପ୍ତାହ ପାଳନ କରାଯିବା ଏଥ#ପାଇଁ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଆୟୋଜନ କରାଯିବା
ଜନସାଧାରଣଙ୍କ ପାଇଁ ଉପଯୋଗୀ ସମସ୍ତ ସରକାରୀ ନିର୍ଦ୍ଦେଶାବଳୀକୁ ଓଡ଼ିଆ ଭାଷାରେ ପ୍ରସ୍ତୁତ କରାଯିବ ଓ ଏହା େଓ୍ୱବ୍ସାଇଟ୍ରେ ମଧ୍ୟ ଉପଲବ୍ଧ ହେବା ଲୋକସେବା ଅଧ#କାର ଆଇନର ନିୟମାବଳୀକୁ ଓଡ଼ିଆରେ ପ୍ରସ୍ତୁତ କରି ଏଥ#ରେ ସ୍ଥାନିତ କରାଯିବା ଓଡ଼ିଆ ଭାଷାରେ ଉଚ୍ଚତର ଗବେଷଣା ଓ ଉଚ୍ଚଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ସ୍ୱତନ୍ତ୍ର ବୃତ୍ତି ପ୍ରଦାନ କରାଯିବା ଓଡ଼ିଆ ଭାଷାରେ ଥ#ବା ଭଲ ଭଲ ପୁସ୍ତକକୁ ଡିଜିଟାଲାଇଜ୍ କରାଯାଇ ସଂରକ୍ଷିତ ରଖାଯିବା ଅନ୍ୟ ରାଜ୍ୟମାନଙ୍କରେ ସେମାନଙ୍କ ଭାଷାର ବିକାଶ ପାଇଁ ଗ୍ରହଣ କରିଥ#ବା ପଦକ୍ଷେପଗୁଡିକୁ ଅନୁଧ୍ୟାନ କରାଯାଇ ଆମ ରାଜ୍ୟରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବା ଉଚ୍ଚ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ୱସ୍ତରରେ ଓଡ଼ିଶାର ସ୍ୱନାମଧନ୍ୟ ସାହିତି୍ୟକମାନଙ୍କ ନାମରେ ଉଚ୍ଚସ୍ତରୀୟ ତର୍କ ପ୍ରତିଯୋଗିତା କରାଇ ରାଜ୍ୟସ୍ତରୀୟ ପ୍ରତିଭା ଚିହ୍ନଟ କରାଯିବା
ଓଡ଼ିଆ ଭାଷା ବିଷୟ ନଥ#ବା ବିଶ୍ୱବିଦ୍ୟାଳୟଗୁଡିକରେ ଓଡ଼ିଆ ଭାଷାରେ ସ୍ନାତକୋତ୍ତର ଶିକ୍ଷା ଏବଂ ଉଚ୍ଚତର ଗବେଷଣା ସୁଯୋଗ ସୃଷ୍ଟି କରାଯିବା ଓଡ଼ିଆ ପ୍ରଶାସନିକ ଶବ୍ଦକୋଷରେ ଥ#ବା ସରକାରୀ/ବିଭାଗୀୟ/ବୈଷୟିକ ଶବ୍ଦଗୁଡିକର ତର୍ଜମା କରାଯାଇ ତାହାର ସରଳୀକରଣ ତଥା ସାଧାରଣ ବ୍ୟବହାର ଉପଯୋଗୀ କରାଯିବା ସହଜ ବ୍ୟବହାର ଉପଯୋଗୀ ଇଂରାଜୀ-ଓଡ଼ିଆ ଭାଷାନ୍ତର ଏବଂ ଅନୁବାଦ ସୁବିଧା ଥ#ବା କମ୍ପୁ୍ୟଟର କି-ବୋର୍ଡର ପ୍ରଚଳନ କରାଯିବା ଓଡ଼ିଆ ଭାଷାର ଉନ୍ନତିକରଣ ପାଇଁ ପ୍ରଯୁକ୍ତି ଦକ୍ଷତା ଥ#ବା ଓଡ଼ିଆମାନଙ୍କ ସହିତ ଅନ୍ଲାଇନ୍-ସହଭାଗିତା ବୃଦ୍ଧି କରାଯିବା
ଉପରୋକ୍ତ ନିଷ୍ପତ୍ତିଗୁଡିକର କାର୍ଯ୍ୟକାରିତା ସଂପର୍କରେ ମୁଖ୍ୟମନ୍ତ୍ରୀ ପ୍ରତି ତିନିମାସରେ ସମୀକ୍ଷା କରିବୋ ଏହି ଅବସରରେ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ଶ୍ରୀ ଜି.ଭି.ଜି ଶର୍ମା ଉପସ୍ଥିତ ଥ#ଲୋ

Share in top social networks!