୬ଷ୍ଠ ଚାରିଟେବଲ୍ କର୍ପୋରେଟ୍ କ୍ରିକେଟ୍ ଲିଗ୍ (ସିସିସିଏଲ) ଉଦ୍ଘାଟିତ

ccill୬ଷ୍ଠ ଚାରିଟେବଲ୍ କର୍ପୋରେଟ୍ କ୍ରିକେଟ୍ ଲିଗ୍ (ସିସିସିଏଲ) ୨୦୧୫ ଗୁରୁବାର ଦିନ ଭୁବନେଶ୍ୱରରୟୁନିଟ୍-୧, କିଶୋର କ୍ଲବ୍ ପଡ଼ିଆରେ ଉଦ୍ଘାଟିତ ହୋଇଯାଇଛି । କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଟସ୍ ପକାଇ ଉଦ୍ଘାଟନୀ ମ୍ୟାଚ୍ର ଶୁଭାରମ୍ଭ କରିଥ#ଲେ ।

ଏହି ଅବସରରେ ଶ୍ରୀ ମାର୍ଣ୍ଡି ଗଣମାଧ୍ୟମକୁ କହିଥ#ଲେ ଯେ, “”ସାମାଜିକ ଅନୁଷ୍ଠାନ, ଗଣମାଧ୍ୟମ ଏବଂ କର୍ପୋରେଟ୍ ସମାଜ କଲ୍ୟାଣ ପାଇଁ ଏକାଠି ହେବା ଏକ ପ୍ରଶଂସନୀୟ ଉଦ୍ୟମ ।” ତେଣୁ ଆୟୋଜକ “ଓ୍ୱିଫର୍ୟୁ’ ଏବଂ “ଓଡ଼ିଶା ଲାଇଭ୍’ର ଏହି ଉଦ୍ୟମକୁ ପ୍ରଶଂସା କରିଥ#ଲେ । ସେ କହିଥ#ଲେ ଯେ, ବିଭିନ୍ନ ଅନୁଷ୍ଠାନ ଏବଂ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ ସମାଜ କଲ୍ୟାଣ ପାଇଁ କ୍ରୀଡ଼ା ମାଧ୍ୟମରେ ଏକାଠି କରିବା ଏକ ଅଭିନବ ପ୍ରୟାସ । ଏପରି ପ୍ରୟାସ ନିୟମିତ ଭାବରେ ଜାରି ରହିଲେ ଅଧ#କରୁ ଅଧ#କ ଅନୁଷ୍ଠାନ ଓ ବ୍ୟକ୍ତି ଏହା ଦ୍ୱାରା ଉତ୍ସାହିତ ହେବେ ।

“ମିଡିଆ ଇଲେଭେନ୍’ ସମେତ ସମୁଦାୟ ୩୨ଟି ଦଳ ଏହି କ୍ରୀଡ଼ାରେ ଅଂଶଗ୍ରହଣ କରିଛନ୍ତି । ଏହି ୪ ଦିନିଆ ଟୁର୍ଣ୍ଣାମେଣ୍ଟରେ ଦିବାରାତ୍ର ଫର୍ମାଟ୍ରେ ସମୁଦାୟ ୬୩ଟି ମ୍ୟାଚ୍ ଖେଳାଯିବ । ଉଦ୍ଘାଟନୀ ମ୍ୟାଚ୍ ଅବସରରେ, ଆଜି ଅତିଥ#ମାନେ ପଡ଼ିଆକୁ ଓହ୍ଲାଇ କିଛି ସମୟ ପାଇଁ ବ୍ୟାଟି ଓ ବୋଲିଂ କରି ଖେଳାଳି ଓ ଦର୍ଶକମାନଙ୍କୁ ଉତ୍ସାହିତ କରିଥ#ଲେ । କ୍ରୀଡ଼ାମନ୍ତ୍ରୀ ଶ୍ରୀ ମାର୍ଣ୍ଡି ବ୍ୟାଟିଂ କରି ସମ୍ମାନିତ ଅତିଥ# ପୋଲିସ କମିଶନର ଡକଫର ଆର. ପି. ଶର୍ମା ବୋଲିଂର ସମ୍ନା କରିବା ଦୃଶ୍ୟ ବେଶ୍ ଆକର୍ଷଣୀୟ ଥ#ଲା । ସେହିପରି ଅନ୍ୟ ଅତିଥ#ମାନଙ୍କ ମଧ୍ୟରେ ମେୟର ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର (ମଧ୍ୟ) ବିଧାୟକ ବିଜୟ କୁମାର ମହାନ୍ତି ଓ ଏମସିଏଲର ମୁଖ୍ୟ ଭିଜିଲାନ୍ସ ଅଧ#କାରୀ ଦୀପକ ଶ୍ରୀବାସ୍ତବ ଖେଳିବା ପାଇଁ ପଡ଼ିଆକୁ ଓହ୍ଲାଇବା ଦୃଶ୍ୟ ଦର୍ଶକମାନଙ୍କୁ ବେଶ୍ ଉତ୍ସାହିତ କରିଥ#ଲା । ମଦର୍ସ ପବ୍ଲିକ୍ ସ୍କୁଲ୍ର ପ୍ରତିଷ୍ଠାତା ଶ୍ରୀମତି ପଲୀ ପଟ୍ଟନାୟକ ମଧ୍ୟ ଏହି ଉତ୍ସବରେ ସମ୍ମାନିତ ଅତିଥ# ଭାବରେ ଯୋଗ ଦେଇଥ#ଲେ ।

ଆଜିର ଉଦ୍ଘାଟନୀ ମ୍ୟାଚ୍ରେ କର୍ପୋରେଟ୍ କ୍ରିକେଟ୍ କ୍ଲବ୍ (ସିସିସି) ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାଓ୍ୱାର ଲିମିଟେଡ୍ (ଜେଏସ୍ପିଏଲ)କୁ ଭେଟିଥ#ଲା । ଆୟୋଜକଙ୍କ ପକ୍ଷରୁ କିଶୋର କ୍ଲବ୍ ପଡ଼ିଆରେ ୬୩ଟି ମ୍ୟାଚ୍ ଖେଳିବା ପାଇଁ ଦୁଇଟି ଅଲଗା ଫିଲ୍ଡ ପ୍ରସ୍ତୁତ କରାଯାଇଛି । ସେହିପରି ସନ୍ଧ୍ୟା ସମୟରେ ଖେଳର ଆୟୋଜନ କରିବା ପାଇଁ ଫ୍ଲଡ୍ ଲାଇଟ୍ ବ୍ୟବସ୍ଥା ମଧ୍ୟ କରାଯାଇଛି ।

Share in top social networks!