ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନ ନିୟନ୍ତ୍ରଣ ଦିଗରେ ପଦକ୍ଷେପ ନିମନ୍ତେ ନାଲ୍‍କୋ ପୁରସ୍କୃତ

nalcocarbonଅନଗୁଳ ଠାରେ ଅବସ୍ଥିତ ନ୍ୟାସନାଲ୍‍ ଆଲୁମିନିୟମ୍‍ କମ୍ପାନୀ ଲିମିଟେଡ୍‍ (ନାଲ୍‍କୋ)ର ତାପଜ ବିଦୁ୍ୟତ ଉପôାଦନ କେନ୍ଦ୍ର, ପରିବେଶ ସୁରକ୍ଷା ଦିଗରେ ଏହାର ଉଲ୍ଲଖନୀୟ ପଦକ୍ଷେପ ପାଇଁ ‘ପ୍ରୋଆକ୍ଟିଭ୍‍ କ୍ଲାଇମେଟ୍‍ ଚେଞ୍ଜ୍‍’ ପୁରସ୍କାର ହାସଲ କରିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦେଶର ପ୍ରଥମ କମ୍ପାନୀ ଭାବେ ନାଲ୍‍କୋର ନିଜସ୍ୱ ବିଦୁ୍ୟତ ଉପôାଦନ କେନ୍ଦ୍ର, ସ୍ୱତନ୍ତ୍ର ପ୍ରଜାତିର ଶୈବାଳ ଉପôାଦନ ଜରିଆରେ ଅଙ୍ଗାର ନିର୍ଗମନକୁ ପ୍ରତିରୋଧ କରିବା ପାଇଁ କାର୍ବନ୍‍ ସିକ୍କେଷ୍ଟ୍ରେସନ୍‍ ପ୍ରକଳ୍ପ କାର୍ଯ୍ୟକାରୀ କରୁଛି ।
ଆଜି ଭୁବନେଶ୍ୱର ଠାରେ ‘ମାଇକ୍ରୋଆଲ୍‍ଜି ଇନ୍‍ ଡେଭେଲପିଂ ଏ ସଷ୍ଟେନେବଲ୍‍ ସୋସାଇଟୀ’ ଶୀର୍ଷକ ଏକ ଆଲୋଚନାଚକ୍ର ଅବସରରେ ନାଲ୍‍କୋକୁ ଏହି ମର୍ଯ୍ୟାଦାପୂର୍ଣ୍ଣ ପୁରସ୍କାର ପ୍ରଦାନ କରାଯାଇଥିଲା । ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ୍‍, ଇଣ୍ଡୋକ୍ୟାନ୍‍ ଟେକ୍ନୋଲୋଜୀ ସଲୁ୍ୟସନ୍ସ, ଦି ଇନ୍‍ଷ୍ଟିଚୁ୍ୟଟ୍‍ ଅଫ୍‍ ଇଞ୍ଜିନିୟର୍ସ୍‍ (ଇଣ୍ଡିଆ) ଏବଂ ଇନ୍‍ଷ୍ଟିଚୁ୍ୟଟ୍‍ ଫର୍‍ ଆପ୍ଲାଏଡ୍‍ ଏନ୍‍ଭାରନ୍‍ମେଣ୍ଟାଲ୍‍ ବାୟୋଟେକ୍ନୋଲୋଜୀ ଇନୋଭେସନ୍‍ ପକ୍ଷରୁ ମିଳିତ ଭାବେ ଏହି ଆଲୋଚନାଚକ୍ର ଆୟୋଜିତ ହୋଇଥିଲା ।
ଏହି ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ନାଲ୍‍କୋର ଅଧ୍ୟକ୍ଷ ଶ୍ରୀ ତପନ କୁମାର ଚାନ୍ଦ ଯୋଗ ଦେଇଥିଲେ । ଉପସ୍ଥିତ ଗବେଷକ, ଶିକ୍ଷାବିତ୍‍ ଏବଂ ପରିବେଶବିତ୍‍ମାନଙ୍କୁ ଉଦ୍‍ବୋଧନ ଦେଇ ଶ୍ରୀ ଚାନ୍ଦ ପ୍ରତିଶ୍ରୁତି ଦେଇଥିଲେ ଯେ ଏଯାବତ୍‍ କାର୍ବନ୍‍ ସିକ୍କେଷ୍ଟ୍ରେସନ୍‍ ଦିଗରେ ନାଲ୍‍କୋ ହାସଲ କରିଥିବା ସଫଳତାକୁ ଆଖିରେ ରଖି, ଖୁବ୍‍ ଶୀଘ୍ର ଏହି ପାଇଲଟ୍‍ ପ୍ରକଳ୍ପକୁ ଏକ ବ୍ୟବସାୟିକ ପ୍ରକଳ୍ପ ଭାବେ ପ୍ରତିଷ୍ଠିତ କରାଯିବ ।
ନାଲ୍‍କୋ ପକ୍ଷରୁ, ନିଦେ୍ର୍ଧଶକ (ଉପôାଦନ) ଶ୍ରୀ ଭି.ବାଳସୁବ୍ରମଣ୍ୟମ ଏବଂ ସହାୟକ ମହାପ୍ରବନ୍ଧକ (ଏସ୍‍.ଏଚ୍‍. ଆଣ୍ଡ୍‍ ଇ.) ଶ୍ରୀ ଏସ୍‍.କେ. ନାଏକ, ଏହି ପୁରସ୍କାର ଗ୍ରହଣ କରିଥିଲେ । ଶିଳ୍ପାନୁଷ୍ଠାନ ବ୍ୟତୀତ, ବ୍ୟକ୍ତିଗତ ବର୍ଗରେ, ଅତିରିକ୍ତ ପିସିସିଏଫ୍‍ (ନୋଡାଲ୍‍) ଶ୍ରୀ ସିଦ୍ଧାନ୍ତ ଦାସ, ଆଇଏଫ୍‍ଏସ୍‍ଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା ।
କାର୍ଯର୍୍ୟକ୍ରମର ଉଦ୍‍ଘାଟନ ଅବସରରେ, ଅନ୍ୟମାନଙ୍କ ମଧ୍ୟରେ, ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ୍‍ର ସଦସ୍ୟ ସମ୍ପାଦକ ଶ୍ରୀ ରାଜୀବ କୁମାର, ଆଇଏଫ୍‍ଏସ୍‍; ଟାଟା ଷ୍ଟିଲ୍‍ର ପରାମର୍ଶଦାତା ଡକ୍ଟର୍‍ ଟି. ବେଣୁଗୋପାଳନ୍‍ ଏବଂ ଇଣ୍ଡୋକ୍ୟାନ୍‍ ଟେକ୍ନୋଲୋଜୀ ସଲୁ୍ୟସନ୍ସର ପ୍ରଫେସର୍‍ ରଞ୍ଜନ ପ୍ରଧାନ ପ୍ରମୁଖ ଉଦ୍‍ବୋଧନ ଦେଇଥିଲେ ।
ଏଠାରେ ଉଲ୍‍ଲେଖଯୋଗ୍ୟ ଯେ, ରାଜ୍ୟର ପରିବେଶ ସୁରକ୍ଷା ଏବଂ ଜଳବାୟୁ ପରିବର୍ତ୍ତନ ନିୟନ୍ତ୍ରଣ ଦିଗରେ ଅନ୍ୟତମ ପ୍ରମୁଖ ଯୋଜନା ଭାବେ ଓଡ଼ିଶା, ଶୈବାଳ ଚାଷ ମଧ୍ୟମରେ କାର୍ବନ୍‍ ସିକ୍କେଷ୍ଟ୍ରେସନ୍‍କୁ କାର୍ଯ୍ୟକାରୀ କରିବାକୁ ଯାଉଛି । ମିଳିତ ଜାତିସଂଘର ପ୍ୟାରିସ୍‍ ଠାରେ ଅନୁଷ୍ଠିତ ସମ୍ମେଳନରେ ମଧ୍ୟ ଜୀବବିଜ୍ଞାନର ଉପଯୋଗ କରି ଜଳବାୟୁ ପରିବର୍ତ୍ତନ ନିୟନ୍ତ୍ରଣ ଏବଂ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା ।

Share in top social networks!