କେନ୍ଦ୍ରମନ୍ତ୍ରୀ ଶ୍ରୀ କଲରାଜ ମିଶ୍ରଙ୍କ ରାଜ୍ୟ ବିଜେପି କାର୍ଯ୍ୟାଳୟ ପରିଦର୍ଶନ

kalrajbjpଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଭାବନା ଏବଂ କେନ୍ଦ୍ରୀୟ ଯୋଜନାର ସଫଳ ରୂପାୟନ ପାଇଁ ପୁଣି ଥରେ ଓଡିଶା ଆସି ରାଜ୍ୟର ମୂଖ୍ୟମନ୍ତ୍ରୀ, ଶିଳ୍ପମନ୍ତ୍ରୀ, ପଦାଧିକାରୀଙ୍କ ସମେତ ବିଭିନ୍ନ ଶିଳ୍ପ ସଙ୍ଗଠନର କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ରାଜ୍ୟର କ୍ଷୁଦ୍ର, ମଧ୍ୟମ ଏବଂ ଲଘୁ ଶିଳ୍ପାନୁଷ୍ଠାନ ମାନଙ୍କର ପୁନରୁଦ୍ଧାର ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି କେନ୍ଦ୍ର କ୍ଷୁଦ୍ର, ମଧ୍ୟମ ଓ ଲଘୁ ବ୍ୟାପାର ମନ୍ତ୍ରୀ ଶ୍ରୀ କଲରାଜ ମିଶ୍ର ମତ ପ୍ରକାଶ କରିଛନ୍ତି । ଦିନିକିଆ ଓଡିଶା ଗସ୍ତରେ ଭୂବନେଶ୍ୱର ଆସିଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ମିଶ୍ର ଆଜି ରାଜ୍ୟ କାର୍ଯ୍ୟାଳୟକୁ ପରିଦର୍ଶନରେ ଆସିଥିବାବେଳେ ଏହି ମତ ପ୍ରକାଶ କରିଥିଲେ ।
ଏହି ପରିଦର୍ଶନ ଅବସରରେ ଶ୍ରୀ ମିଶ୍ରଙ୍କୁ ରାଜ୍ୟ ବିଜେପି ତରଫରୁ ସଭାପତି ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଏହାପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ମିଶ୍ର ଦଳର ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରଥିଲେ । ବିଶେଷକରି ରାଜ୍ୟର ୨ ପୂର୍ବତନ ଶିଳ୍ପମନ୍ତ୍ରୀ ତଥା ରାଜ୍ୟ ସଭାପତି ଶ୍ରୀ ସିଂହଦେଓ ଏବଂ ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କ ସହ ଆଲୋଚନା କରି ରାଜ୍ୟରେ ସାମ୍ପ୍ରତିକ ଶିଳ୍ପ ସ୍ଥିତି ବିଷୟରେ ପଚାରି ବୁଝିଥିଲେ । ଉପସ୍ଥିତ କର୍ମକର୍ତ୍ତାମାନେ ରାଜ୍ୟର କ୍ଷୁଦ୍ର, ମଧ୍ୟମ ଓ ଲଘୁ ଶିଳ୍ପର ଗୁରୁତର ପରିସ୍ଥିତି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀଙ୍କ ଧ୍ୟାନ ଆକର୍ଷଣ କରିଥିଲେ । ଏହି ଶିଳ୍ପଗୁଡିକ ବର୍ତ୍ତମାନ ଦୁଃର୍ଦିନର ସମ୍ମୁଖୀନ ହୋଇଛନ୍ତି । ପ୍ରାୟ ଶିଳ୍ପ ଗୋଦାମ ଘରରେ ପରିଣତ ହୋଇସାରିଛି । ଓଡିଶାର ମାନବ ସମ୍ବଳକୁ ସଠିକ୍ ଭାବେ ପ୍ରଶିକ୍ଷଣ କରାଯାଇପାରିଲେ ରାଜ୍ୟ ତଥା ଦେଶର ବିକାଶରେ ଓଡିଶା ରାଜ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ ବୋଲି ଉପସ୍ଥିତ କର୍ମକର୍ତ୍ତାମାନେ କେନ୍ଦ୍ରମନ୍ତ୍ରୀଙ୍କୁ କହିଥିଲେ । ପ୍ରତ୍ୟୁତ୍ତରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ମିଶ୍ର ଓଡିଶାର ବିକାଶ ପାଇଁ ସେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ ।
ଏହି ଅବସରରେ ସଭାପତି ଶ୍ରୀ ସିଂହଦେଓଙ୍କ ସମେତ ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ସାଧାରଣ ସମ୍ପାଦକ (ସଙ୍ଗଠନ) ପ୍ରସନ୍ନ ମିଶ୍ର, ସହ ସାଧାରଣ ସମ୍ପାଦକ (ସଙ୍ଗଠନ) ଶାରଦା ପ୍ରସାଦ ଶତପଥୀ, ବରିଷ୍ଠ ନେତା ମନମୋହନ ସାମଲ, ରାଜ୍ୟ ଉପ ସଭାପତି ପୃଥ୍ୱୀରାଜ ହରିଚନ୍ଦନ, ରାଜ୍ୟ ପ୍ରବକ୍ତା ସଜ୍ଜନ ଶର୍ମା ଓ ସମୀର ମହାନ୍ତି, ରାଜ୍ୟ ସମ୍ପାଦକ ଡ.ଯତୀନ ମହାନ୍ତି ଓ ବିରଞ୍ଚି ତ୍ରିପାଠୀ, ସଦସ୍ୟତା ପ୍ରମୁଖ ରଞ୍ଜନ ପଟେଲ, ରାଜ୍ୟ ନିର୍ବାଚନ ଅଧିକାରୀ ରାଜ କିଶୋର ଦାଶ, ଉପ ସଭାନେତ୍ରୀ ନିୟତି ଗିରି, ଭୂବନେଶ୍ୱର ଜିଲ୍ଲା ସଭାପତି ଅମୀୟ ଦାଶ, ଜଗନ୍ନାଥ ପ୍ରଧାନ, ଦିଲୀପ ମହାନ୍ତି, ରତିକାନ୍ତ ଦାଶ, ସୁକାନ୍ତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!