ପ୍ରମେୟ ନୁ୍ୟଜ୍-୭ର ପ୍ରଥମ ବାର୍ଷିକ ଉତ୍ସବ

prameyanews7ପ୍ରମେୟ ନୁ୍ୟଜ୍-୭ର ଏକ ବର୍ଷ ପୂରଣ ହୋଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ଗଣମାଧ୍ୟମ ଖବରକୁ ଜନସାଧାରଣଙ୍କ ନିକଟରେ ନିରପେକ୍ଷ ଓ ନିଚ୍ଛକ ଭାବେ ଉପସ୍ଥାପନା କରିବା ଦରକାର । ଓଡ଼ିଶାରେ
ଗଣମାଧ୍ୟମର ଗୁରୁତ୍ୱ ବଢିଛି । ଅନାବଶ୍ୟକ ବିଷୟ ଉପରେ ଗଣମାଧ୍ୟମ ଅଧିକ ଫୋକସ୍ ଦେବା ଉଚିତ ନୁହଁ ।

ଦେଶର ବିକାଶ ସହ କୃଷକମାନଙ୍କର ବିକାଶ ପାଇଁ ସମସ୍ତେ ଭାଗିଦାରୀ ହେବାକୁ ସେ ଆହ୍ୱାନ ଦେଇଥିଲେ । ପ୍ରମେୟ ନୁ୍ୟଜ୍-୭ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଥିଲେ ଏହା ଓଡ଼ିଆ ନୁ୍ୟଜ ଚ୍ୟାନେଲ୍ ଭାବେ ଖୁବ କମ ସମୟରେ ଲୋକପ୍ରିୟ ହୋଇଛି । ରାଜ୍ୟର ସାଧାରଣ ଲୋକଙ୍କ ସ୍ୱାର୍ଥ ସହିତ ଜଡିତ ସମସ୍ୟାକୁ ଉପସ୍ଥାପନା କରିବାରେ ଭଲ କାର୍ଯ୍ୟ କରିଛି । ଅନୁସନ୍ଧାନମୂଳକ ସାମ୍ବାଦିକତାରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଛି ।ଗଠନମୂଳକ କାର୍ଯ୍ୟ କରିବାରେ ନୁ୍ୟଜ୍-୭ ଭଲ କାର୍ଯ୍ୟ ଜାରି ରଖିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଥିଲେ ।

ମୁଖ୍ୟବକ୍ତା ନବଗଠିତ ତେଲେଙ୍ଗାନା ରାଜ୍ୟର ନିଜାମାବାଦର ସାଂସଦ କଳବା କୁନ୍ତଳା କବିତା କହିଥିଲେ, ତେଲେଙ୍ଗାନାରେ ୨୦ଟି ନୁ୍ୟଜ୍ ଚ୍ୟାନେଲ୍ ରହିଛ । ଯାହା ଗୋଟିଏ ରାଜ୍ୟ ପାଇଁ ବହୁତ ବେଶୀ । ମାତ୍ର ତେଲେଙ୍ଗାନାରେ ସେଗୁଡିକ ‘ନୁ୍ୟଜ୍’ ନୁହଁ ‘ଭୁ୍ୟଜ୍’ ଚ୍ୟାନେଲ୍ । ତେଲେଙ୍ଗାନାରେ ନୁ୍ୟଜ୍ଗୁଡିକୁ ଠିକ ଭାବେ ଉପସ୍ଥାପନା କରାଯାଏ ନାହିଁ । ଅପରପକ୍ଷେ ଓଡ଼ିଶାରେ ମାତ୍ର ୭ଟି ନୁ୍ୟଜ୍ ଚ୍ୟାନେଲ୍ ମଧ୍ୟରୁ ପ୍ରମେୟ ନୁ୍ୟଜ୍-୭ ଲୋକମାନେ ଆଶା କରୁଥିବା ଓ ସତ୍ୟ ଖବର ପ୍ରସାରଣରେ ସହାୟକ ହେବ ବୋଲି ଆଶା ପ୍ରକଟ କରିଥିଲେ ।

ଗ୍ରୁପ୍ ଏଡିଟର୍ ଗୋପାଳ କୃଷ୍ଣ ମହାପାତ୍ର କହିଥିଲେ, ୨୦୧୧ରେ ପ୍ରମେୟ ଖବରକାଗଜ ଜନ୍ମ ହୋଇଥିଲା । ସେହିପରି ଗତ ବର୍ଷ ଡିସେମ୍ବର ୧୬ ତାରିଖରେ ପ୍ରମେୟ ନୁ୍ୟଜ୍-୭ର ଆରମ୍ଭ ହୋଇଥିଲା । ପ୍ରମେୟ ଗ୍ରୁପ୍ କେବେ ନୀତି ସହ ସାଲିସ୍ କରିନାହିଁ । ନିଷ୍ପେସିତଙ୍କ ସ୍ୱର ପାଲଟିଛି ନୁ୍ୟଜ୍-୭ । ଦର୍ଶକଙ୍କର ଭରସା ଏହାର ତାକତ ପାଲଟିଛି । ସରକାରଙ୍କ ନିକଟରେ ଜନତାଙ୍କ ସ୍ୱର ଉପସ୍ଥାପନା କରିଛି । ସରକାର ମଧ୍ୟ ସମାଧାନର ବାଟ କାଢିଛନ୍ତି । ଏଡିଟର୍ ଅଦେ୍ର୍ଧନ୍ଦୁ ଦାସ ସ୍ୱାଗତ ଭାଷଣରେ କହିଥିଲେ, ପ୍ରମେୟ ନୁ୍ୟଜ୍-୭, ନୁ୍ୟଜ୍ ଚ୍ୟାନେଲର
ପାରମ୍ପରିକ ଧାରା ଭାଙ୍ଗିଛି । ନିର୍ଦ୍ଧିଷ୍ଟ ବ୍ୟକ୍ତି ନୁହଁ ଗଣଙ୍କ ପାଇଁ କାର୍ଯ୍ୟ କରିଛି ।

ବାସି ଖବରର ଧାରା ଭାଙ୍ଗି ପଥ ପ୍ରଦର୍ଶକ(ଟ୍ରେଣ୍ଡ୍ ସେଟର୍) ପାଲଟିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଗ୍ରୁପ୍ ଏଡିଟର୍ ସମ୍ବର୍ଦ୍ଧିତ କରିବା ସହ ମୁଖ୍ୟବକ୍ତାଙ୍କୁ ଏଡିଟର୍ ସମ୍ବର୍ଦ୍ଧିତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ସାଂସଦ କେ କବିତା ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ । ଉପସ୍ଥାପକ ବିଭୂତି ବିଶ୍ୱାଳ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ପ୍ରମେୟ ଗ୍ରୁପ୍ ସିଇଓ ସୁନିଲ ଦାସ ଧନ୍ୟବାଦ ଦେଇଥିଲେ ।

Share in top social networks!