କେଭିଏସ୍‍ ପ୍ରତିଷ୍ଠା ଦିବସ ଅବସରରେ ସ୍ୱଚ୍ଛ ଭାରତ Rally

kvssକଟକ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ନଂ.୨ ଠାରେ ଗତ କାଲି ଅତି ଉସôାହ ଓ ଉଦ୍ଧୀପନା ସହ ୫୩ତମ କେଭିଏସ୍‍ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଏହି ଅବସରରେ, ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଶିକ୍ଷକ-ଶିକ୍ଷୟତ୍ରୀମାନେ, ଅଧ୍ୟକ୍ଷା ଶ୍ରୀମତୀ ପ୍ରୀତି ରାୟଙ୍କ ନେତୃତ୍ୱରେ ସ୍ୱଚ୍ଛ ଭାରତ ଅଭିଯାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦେ୍ଧଶ୍ୟରେ ଏକ ର୍ୟାଲୀରେ ଅଂଶଗ୍ରହଣ କରି ସ୍ଥାନୀୟ ଅଧିବାସୀଙ୍କୁ ବର୍ଜ୍ୟବସ୍ତୁ ଏବଂ ସ୍ୱଚ୍ଛତା ସମ୍ପର୍କରେ ସଚେତନ କରାଇଥିଲେ ।
ଏହା ପୂର୍ବରୁ, ପ୍ରତିଷ୍ଠା ଦିବସ ପାଳନ କାର୍ଯ୍ୟକ୍ରମରେ, କେନ୍ଦ୍ରୀୟ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷୟତ୍ରୀ ଶ୍ରୀମତୀ ସ୍ୱାତୀ ପ୍ରୀତି ଦାସ ଯୋଗ ଦେଇଥିଲେ । ଏହି ଅବସରରେ, ବିଦ୍ୟାଳୟର ପୁରସ୍କାରପ୍ରାପ୍ତ ଶିକ୍ଷକ-ଶିକ୍ଷୟତ୍ରୀମାନଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଥିଲା । ଶିକ୍ଷକ ଶ୍ରୀ ଟି.କେ. ସ୍ୱାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Share in top social networks!