ପିଲାଙ୍କୁ କ୍ରୀଡା ଓ ବିଜ୍ଞାନ ସଚେତନ କରାଇଲେ ଚିନ୍ମୟ

ମେଣ୍ଢାଶାଳସ୍ଥିତ ଆଖପାଖର ପିଲାଙ୍କୁ ନେଇ ଓଡିଶାର ଟେନିସ ତାରକା ଚିନ୍ମୟ ପ୍ରଧାନ ଏକ ନିଆରା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏଥିରେ ସମାଜସେବୀ ଶୃତି ମହାପାତ୍ର, ଅଭିନେତା ଓ କୋରେଇ ବିଧାୟକ ଆକାଶ ଦାସ ନାୟକ, ଲୋକପ୍ରିୟ ଟେଲିଭିଜନ ଆଙ୍କରର୍ ଦୀକ୍ଷା ତିୱାରୀ ଅତିଥି ଭାବେ ଯୋଗ ଦେଇଥିଲେ । ପଲିଥିନ୍ ବଦଳରେ କାଗଜର ବ୍ୟବହାର, ପିଲାମାନଙ୍କୁ କୁଶଳୀ କରିବା ପାଇଁ ଦକ୍ଷତା ଦିଆଯାଏ ବୋଲି ଚିନ୍ମୟ କହିଛନ୍ତି ।

dashnayakଏଭଳି କାର୍ଯକ୍ରମକୁ ଆସି ବହୁତ ଖୁସି ଲାଗିଥାଏ ବୋଲି ଶ୍ରୁତି ମହାପାତ୍ର କହିଛନ୍ତି । ଚିନ୍ମୟଙ୍କ ପ୍ରଚେଷ୍ଟା ଅନ୍ୟମାନଙ୍କ ଉଦାହରଣ ବୋଲି ଆକାଶ ଦାସ ନାୟକ କହିଥିଲେ ।ଗୀତ, ନାଚ ସହ ଶେଷରେ ଟେନିସ ଖେଳା ଯାଇଥିଲା । ସର୍ବଶେଷରେ ପିଲାମାନଙ୍କୁ ଫଳ ଓ ଉପାହାର ବଣ୍ଟାଯାଇଥିଲା । ଗୁରୁକୁଳ ଟେନିସ ଏକାଡେମୀର ଉଦ୍ୟୋକ୍ତା ଚିନ୍ମୟ ପ୍ରଧାନ ଅର୍ନ୍ତଜାତୀୟ ଏଟିପି ର୍ୟାଙ୍କିଂଙ୍ଗ ରହିଛି ।

Share in top social networks!