ନାଲ୍‍କୋ ୨୦୨୫ ମସିହା ପର୍ଯ୍ୟନ୍ତ ନାଲ୍‍କୋ ଓପନ୍‍ ଟେନିସ୍‍ ଟୁର୍ଣ୍ଣାମେଣ୍ଟକୁ ପ୍ରାୟୋଜିତ କରିବ

nalclodishaଅଲ୍‍ ଓଡ଼ିଶା ନାଲ୍‍କୋ ଓପନ୍‍ ଟେନିସ୍‍ ଟୁର୍ଣ୍ଣାମେଣ୍ଟ ଗତ କାଲି ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‍ ଠାରେ ଉଦ୍‍ଯାପିତ ହୋଇଯାଇଛି । ପୁରସ୍କାର ବିତରଣ ଉସôବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନାଲ୍‍କୋର ଅଧ୍ୟକ୍ଷ ଶ୍ରୀ ତପନ କୁମାର ଚାନ୍ଦ ଘୋଷଣା କରିଛନ୍ତି ଯେ । ସେ ଆହୁରି ମଧ୍ୟ କହିଲେ ଯେ ସଂପ୍ରତି ଏକ ବୃତ୍ତି ଭାବେ ବିବେଚିତ ହେଉଥିବା ଏହି କ୍ରୀଡ଼ାକୁ ନାଲ୍‍କୋ ସର୍ବଦା ପ୍ରୋସôାହିତ କରିଛି । ବିଗତ ୧୭ ବର୍ଷ ଧରି ନାଲ୍‍କୋ ଏହି ପ୍ରତିଯୋଗିତା ମାଧ୍ୟମରେ ଓଡ଼ିଶାର ଟେନିସ୍‍ ପ୍ରତିଭାଙ୍କୁ ଉସôାହିତ କରିଆସିଛି । ରାଜ୍ୟର ବୃତ୍ତିଗତ ଟେନିସ୍‍ ଖେଳାଳୀମାନେ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଲାଭ କରିବା ପର୍ଯ୍ୟନ୍ତ ନାଲ୍‍କୋ ଏହି ସହାୟତା ଜାରୀ ରଖିବ ବୋଲି ଶ୍ରୀ ଚାନ୍ଦ କହିିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ କର୍ପୋରେଟ୍‍ ସାମାଜିକ ଦାୟିତ୍ୱବୋଧ ଦିଗରେ ନିଜର ଲାଭର ୨ ପ୍ରତିଶତ ବ୍ୟତୀତ, ନାଲ୍‍କୋ ଅତିରିକ୍ତ ୩୦୦ କୋଟି ଟଙ୍କା ବ୍ୟୟ କରିବ ବୋଲି ରାଜ୍ୟ ସରକାରଙ୍କୁ ପ୍ରତିଶୃତି ଦେଇଛି । କ୍ରୀଡାକୁ ପ୍ରୋସôାହନ ପ୍ରଦାନ କରିବା ନାଲ୍‍କୋର ପ୍ରମୁଖ କର୍ପୋରେଟ୍‍ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟ ମଧ୍ୟରୁ ଅନ୍ୟତମ ।

ଏହି ଅବସରରେ, ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କ୍ରୀଡ଼ା ଏବଂ ଯୁବ ବ୍ୟାପାର ବିଭାଗର ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ନାଲ୍‍କୋର ନିଦେ୍ର୍ଧଶକ (ଉପôାଦନ) ଶ୍ରୀ ଭି. ବାଲସୁବ୍ରମଣ୍ୟମ ଏବଂ ଭୁବନେଶ୍ୱର ଜିଲ୍ଲା ଟେନିସ୍‍ ଆସୋସିଏସନ୍‍ର ସଭାପତି ଶ୍ରୀ ସୁରେଶ ମହାପାତ୍ର ଉପସ୍ଥିତ ଥିଲେ ।

Share in top social networks!