ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଓଡ଼ିଶାର ୨୦ ଜଣ ଯୁବ ଜ୍ୟୋତିର୍ବିଜ୍ଞାନୀ ସମ୍ମାନିତ

cmastroଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟସ୍) ପ୍ରତିଯୋଗିତାର ୨୦ ଜଣ ଶ୍ରେଷ୍ଠ ଯୁବ ଜ୍ୟୋତିର୍ବିଜ୍ଞାନୀଙ୍କୁ ସମ୍ମାନିତ କରିଛନ୍ତି । ଓଡ଼ିଶାର ବିଭିନ୍ନ ଅଂଚଳରେ ୩ଟି ସ୍ତରରେ ଆୟୋଜିତ ଏହି ପ୍ରତିଯୋଗିତାରେ ପ୍ରାୟ ୬୦୦ ସ୍କୁଲ ମଧ୍ୟରୁ ଏହି ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି ।

ଓଡ଼ିଶାର ବରପୁତ୍ର ବିଶିଷ୍ଟ ଜ୍ୟୋତିର୍ବିଜ୍ଞାନୀ ପଠାଣି ସମାନ୍ତଙ୍କ ୧୮୦ତମ ଜନ୍ମଦିନ ଉପଲକ୍ଷେ ପଠାଣି ସାମନ୍ତ ପ୍ଲାନେଟାରିୟମ୍ରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଭୁବନେଶ୍ୱର ସାଂସଦ ଶ୍ରୀ ପ୍ରସନ୍ନ କୁମାର ପାଟ୍ଟଶାଣୀ, ଓଡ଼ିଶା ସରକାରଙ୍କ ଉନ୍ନୟନ କମିଶନର ଶ୍ରୀ ଆର. ବାଲକ୍ରିଷ୍ଣନ୍, ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ଧ୍ରୁବ ଚରଣ ପଂଚଭାୟା , ପଠାଣି ସାମନ୍ତ ପ୍ଲାନେଟାରିୟମ୍ର ନିଦେ୍ର୍ଧଶକ ଶ୍ରୀ ସୁଦର୍ଶନ ଦାସ, ଟାଟା ଷ୍ଟିଲ ଭାରତ ଓ ଦକ୍ଷିଣପୂର୍ବ ଏସିଆର ପରିଚାଳନା ନିଦେ୍ର୍ଧଶକ ଶ୍ରୀ ଟି ଭି ନରେନ୍ଦ୍ରନ୍, ଟାଟା ଷ୍ଟିଲ କର୍ପୋରେଟ୍ ସେବା ବିଭାଗର ଭାଇସ ପ୍ରେସିଡେଂଟ ଶ୍ରୀ ସୁନୀଲ ଭାସ୍କରନ୍ଙ୍କ ଉପସ୍ଥିତିରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ।

ଏହି ତ୍ରୀସ୍ତରୀୟ ପ୍ରତିଯୋଗିତା ରାଜ୍ୟର ୮ଟି ଜୋନ୍ ଯଥା ବେଲପାହାଡ଼, କେନ୍ଦୁଝର, ବାଲେଶ୍ୱର, ଯୋଡ଼ା, ଯାଜପୁର, ଭୁବନେଶ୍ୱର,ବ୍ରହ୍ମପୁର ଓ ଜୟପୁରରେ ଆୟୋଜିତ ହୋଇଥିଲା । ପ୍ରଥମ ସ୍ତରରେ ପ୍ରତିଯୋଗୀମାନଙ୍କୁ ‘ମଙ୍ଗଳରେ ଘାଟି ସ୍ଥାପନ’ ଉପରେ ଏକ ସନ୍ଦର୍ଭ ଲେଖିବାକୁ କୁହାଯାଇଥିଲା । ଜୋନାଲ ରାଉଣ୍ଡରେ ଚୟନ ହୋଇଥିବା ଛାତ୍ରଛାତ୍ରୀ ସେଠାରେ ମଡେଲ ପ୍ରଦର୍ଶନ କରିବା ପରେ ରାଜ୍ୟର ୭୫ ସ୍କୁଲର ୧୧୬ଜଣ ଛାତ୍ରଛାତ୍ରୀଙ୍କୁ ପଠାଣି ସାମନ୍ତ ପ୍ଲାନେଟାରିୟମ୍ରେ ଡିସେମ୍ବର ୧୨ ଓ ୧୩ ତାରିଖରେ ଆୟୋଜିତ ଫାଇନାଲ୍ ରାଉଣ୍ଡ ପାଇଁ ଚୟନ କରାଯାଇଥିଲା । ଶେଷରେ ବିଚାରକ ମଣ୍ଡଳୀଙ୍କ ଦ୍ୱାରା ଶ୍ରେଷ୍ଠ ୨୦ଜଣ ଛାତ୍ରଛାତ୍ରୀଙ୍କ ଚୟନ ହୋଇଥିଲା ।

ଟାଟା ଷ୍ଟିଲ ପକ୍ଷରୁ ମେ ୨୦୧୬ରେ ଏହି ଯୁବ ଜ୍ୟୋତିର୍ବିଜ୍ଞାନୀଙ୍କୁ ବାଙ୍ଗାଲୋରସ୍ଥିତ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ)କୁ ପରିଦର୍ଶନ ଯାତ୍ରା ନିମନ୍ତେ ନିଆଯିବାର କାର୍ଯ୍ୟକ୍ରମ ରହିଛି, ଯେଉଁଠାରେ ସେମାନଙ୍କୁ ଇସ୍ରୋର ବରିଷ୍ଠ ବୈଜ୍ଞାନିକଙ୍କ ସହ ଆଲୋଚନା କରିବାର ସୁଯୋଗ ମିଳିବ ।

ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟ ଅତିଥି ଶ୍ରୀ ନବୀନ ପଟ୍ଟନାୟକ ଟାଟା ଷ୍ଟିଲ ଓ ପଠାଣି ସାମନ୍ତ ପ୍ଲାନେଟାରିୟମ୍ର ମିଳିତ ସହଯୋଗରେ ଆୟୋଜନ କରାଯାଉଥିବା ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ ।

ଏହି ପ୍ରତିଭାବାନ ଛାତ୍ରଛାତ୍ରୀଙ୍କ ‘ଇସ୍ରୋ’ ଓ ‘ନାସା’ ରେ ପହଂଚିବା ସ୍ୱପ୍ନ ସାକାର ହୋଇପାରିବ ବୋଲି ଓଡ଼ିଶା ସରକାରଙ୍କ ଉନ୍ନୟନ କମିଶନର ଶ୍ରୀ ଆର. ବାଲକ୍ରୀଷ୍ଣନ୍ ଆଶା ପ୍ରକାଶ କରିଛନ୍ତି ।

ଟାଟା ଷ୍ଟିଲ ଆଗକୁ ମଧ୍ୟ ଏହି କାର୍ଯ୍ୟକ୍ରମ ସହ ଜଡ଼ିତ ରହିବା ସହ ଆଗାମୀ ପୀଢିକୁ ଅନୁସନ୍ଧାନ, ଉଦ୍ଭାବନ ସମାଜରେ ଜ୍ଞାନର ବିକାଶ ପାଇଁ ଯୋଗଦାନ କରିବାକୁ ପ୍ରେରିତ କରିବ ବୋଲି ଟାଟା ଷ୍ଟିଲ ଭାରତ ଓ ଦକ୍ଷିଣ ପୂର୍ବ ଏସିଆର ପରିଚାଳନା ନିଦେ୍ର୍ଧଶକ ଶ୍ରୀ ଟି ଭି ନରେନ୍ଦ୍ରନ୍ କହିଥିଲେ । ଯଦି ଏହି ଛାତ୍ରଛାତ୍ରୀ ଜ୍ୟୋତିର୍ବିଜ୍ଞାନ ଓ ମହାକାଶ ବିଜ୍ଞାନ କ୍ଷେତ୍ରରେ ସଫଳତା ହାସଲ କରିବା ସହ ରାଜ୍ୟ ଓ ଦେଶକୁ ଗୌରବନ୍ୱିତ କରିପାରିବେ ତାହାଲେ ଆମର ଉଦ୍ୟମ ଅଧିକ ସଫଳ ହେବ ବୋଲି ଶ୍ରୀ ନରେନ୍ଦ୍ରନ୍ ଆଶା ବ୍ୟକ୍ତ କରିଥିଲେ ।

ଏହି ଅବସରରେ ଉଦ୍ବୋଧନ ଦେଇ ଟାଟା ଷ୍ଟିଲ କର୍ପୋରେଟ୍ ସେବା ବିଭାଗର ଭାଇସ ପ୍ରେସିଡେଂଟ ଶ୍ରୀ ସୁନୀଲ ଭାସ୍କରନ୍ ଏହା ଏକ ଅଭିନବ କାର୍ଯ୍ୟକ୍ରମ ଓ ଏହା ଛାତ୍ରଛାତ୍ରୀମାନଙ୍କୁ ଜ୍ୟୋତିର୍ବିଜ୍ଞାନ ଓ ଅନ୍ତରୀକ୍ଷ ବିଜ୍ଞାନରେ ନିଜର ପ୍ରତିଭାର ପରିପ୍ରକାଶ ପାଇଁ ସୁଯୋଗ ପ୍ରଦାନ କରିବ ବୋଲି ପ୍ରକାଶ କରିଥିଲେ ।

ଉକ୍ତ ଉତ୍ସବରେ ବହୁମାତ୍ରାରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଓ ଗଣମାଧ୍ୟମ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଅନ୍ତରୀକ୍ଷ ବିଜ୍ଞାନ ତଥା ଜ୍ୟୋତିର୍ବିଜ୍ଞାନର କିମ୍ବଦନ୍ତୀ ପୁରୁଷ ପଠାଣି ସାମନ୍ତଙ୍କ ଅବଦାନକୁ ଲୋକପ୍ରିୟ କରିବା ଓ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନ୍ତରୀକ୍ଷ ଓ ଜ୍ୟୋତିର୍ବିିଜ୍ଞାନ ସମ୍ପର୍କରେ ଆଗ୍ରହ ସୃଷ୍ଟି କରିବା ତଥା ସେମାନଙ୍କର ଲକ୍କାୟିତ ପ୍ରତିଭାକୁ ଚିହ୍ନଟ କରିବା ଲକ୍ଷ୍ୟ ନେଇ ଟାଟା ଷ୍ଟିଲ ୨୦୦୭ ମସିହାରୁ ଉକ୍ତ ପ୍ରତିଯୋଗିତାର ଆୟୋଜନ କରିଆସୁଛି । ଓଡ଼ିଶାର ସମସ୍ତ ବିଦ୍ୟାଳୟର ୮ମରୁ ୧୦ମ ଶ୍ରେଣୀର ଛାତ୍ରଛାତ୍ରୀ ଏହି ପ୍ରିଯୋଗିତାରେ ଭାଗ ନେଇପାରୁଛନ୍ତି ।

Share in top social networks!