ହାତୀ-ମଣିଷ ଲଢ଼େଇ: ୫ ବର୍ଷରେ ମାରିଛନ୍ତି ୩୫୪ ମଣିଷ: ମରିଛନ୍ତି ୪୦୨ ହାତୀ

elephantହାତୀ ଉପଦ୍ରବ ଯୋଗୁ ୫ ବର୍ଷ ଭିତରେ ଓଡ଼ିଶାରେ ୩୫୪ ଜଣ ଲୋକ ମରିଥ#ବା ବେଳେ ୧୬୧ ଜଣ ଆହତ ହୋଇଛନ୍ତି । ଏମାନେ ୬୪ ହଜାର ଏକରରୁ ଅଧ#କ ଫସଲ ନଷ୍ଟ କରିଥ#ବା ବେଳେ ସରକାର ହାତୀଙ୍କ ପାଇଁ ଅନୁକମ୍ପା ରାଶି ବାବଦରେ ତଣ୍ଡ ଗଣିଛନ୍ତି ପ୍ରାୟ ୪୬ କୋଟି ଟଙ୍କା । ବିଜେପି ବିଧାୟକ ଦିଲିପ ରାୟ ଓ ଡାକ୍ତର ବିଭୂତିଭୂଷଣ ହରିଚନ୍ଦନଙ୍କ ପ୍ରଶ୍ନର ଉତ୍ତରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉପସ୍ଥାପନ କରିଥ#ବା ତଥ୍ୟରୁ ଏହା ଜଣାପଡ଼ିଛି ।
ମନ୍ତ୍ରୀ ଏ କଥା ମଧ୍ୟ ସ୍ୱୀକାର କରିଛନ୍ତି ଯେ ଗତ ୫ ବର୍ଷ ମଧ୍ୟରେ ବିଭିନ୍ନ କାରଣରୁ ଆମ ରାଜ୍ୟରେ ୪୦୨ଟି ହାତୀଙ୍କ ମୃତୁ୍ୟ ଘଟିଛି । ଅଜଣା କାରଣରୁ ୮୫ଟି ହାତୀଙ୍କ ମୃତୁ୍ୟ ଘଟିଥ#ବା ବେଳେ ରୋଗରେ ପଡ଼ି ମରିଛନ୍ତି ୮୯ଟି ହାତୀ । ଏହାଛଡ଼ା ଆଉ ୬୧ଟି ହାତୀଙ୍କର ଅସ୍ୱାଭାବିକ ମୃତୁ୍ୟ ଘଟିଛି । ରେଳ ଦୁର୍ଘଟଣାରେ ୧୪ଟି ଓ ସଡ଼କ ଦୁର୍ଘଟଣାରେ ଦୁଇଟି ହାତୀଙ୍କର ମୃତୁ୍ୟ ଘଟିଥ#ବା ବେଳେ ବିଦୁ୍ୟତ୍ ଦୁର୍ଘଟଣାରେ ମରିଛନ୍ତି ୬୪ଟି ହାତୀ । ଏହାଛଡ଼ା ନିଜ ନିଜ ଭିତରେ ସଂଘର୍ଷ ଓ ଖାଲରେ ପଡ଼ିଯିବା କାରଣରୁ ଆଉ ମରିଛନ୍ତି ୩୭ ହାତୀ । ଶିକାରୀମାନଙ୍କ ବନ୍ଧୁକ ଗୁଳି କିମ୍ବା ବିଷ ପ୍ରୟୋଗରେ ବି ୫୦ ହାତୀଙ୍କ ମୃତୁ୍ୟ ଘଟିଥ#ବା ବିଭାଗୀୟ ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି । ହାତୀ ମୃତୁ୍ୟ ତଥା ହତ୍ୟା ରୋକିବା ଲାଗି ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଉଥ#ବା ବିଭିନ୍ନ କାର୍ଯ୍ୟକ୍ରମର ବିସ୍ତୃତ ସୂଚନା ସେ ଦେଇଛନ୍ତି ।
ସେ ପୁଣି କହିଛନ୍ତି ଯେ ୨୦୧୫ର ସର୍ବଶେଷ ଗଣନା ଅନୁଯାୟୀ ଓଡ଼ିଶାର ବିଭିନ୍ନ ବନଖଣ୍ଡରେ ମୋଟ୍ ୧୯୫୪ଟି ହାତୀ ଥ#ବା ଆକଳନ କରାଯାଉଛି । ଏମାନଙ୍କ ମଧ୍ୟରୁ ୧୦୯୬ଟି ମାC, ୩୪୧ଟି ଅଣ୍ଡିରା, ୨୭ଟି ଲିଙ୍ଗ ଚିହ୍ନଟ ହୋଇନଥ#ବା ଏବଂ ୪୯୦ଟି ଅପ୍ରାପ୍ତ ବୟସ୍କ ହାତୀ ଅନ୍ତର୍ଭୁକ୍ତ ।
ଗତ ୫ ବର୍ଷ ମଧ୍ୟରେ ହାତୀ ଉପଦ୍ରବ ଯୋଗୁ ୫୦୦ରୁ ଅଧ#କ ଲୋକ ଓଡ଼ିଶାରେ ମୃତାହତ ହୋଇଥ#ବା ବେଳେ ୩୨ଟି ଗୃହପାଳିତ ପଶୁ ମଧ୍ୟ ମରିଛନ୍ତି । ହାତୀପଲ ୪୬୫୦ ଘର ଭାଙ୍ଗି ଥ#ବା ବେଳେ ୬୪,୩୯୪.୩୫ ଏକର ଫସଲ ନଷ୍ଟ କରିଛନ୍ତି ଏବଂ ଏଥ#ଲାଗି କ୍ଷତିଗ୍ରସ୍ତ ଲୋକଙ୍କୁ ୪୫କୋଟି ୭୧ଲକ୍ଷ ୯୭୨ ଟଙ୍କା ଅନୁକମ୍ପା ରାଶି ଆକାରରେ ପ୍ରଦାନ କରାଯାଇଛି ବୋଲି ମନ୍ତ୍ରୀ ସୂଚାଇଛନ୍ତି ।
ଗତ ୫ ବର୍ଷ ମଧ୍ୟରେ ଢେଙ୍କାନାଳ ବନଖଣ୍ଡ ଅଞ୍ଚଳରେ ସର୍ବାଧ#କ ୭୦ ଜଣ ଲୋକଙ୍କ ମୃତୁ୍ୟ ଘଟିଥ#ବା ବେଳେ କେନ୍ଦୁଝରରେ ୪୪, ରାଉରକେଲାରେ ୩୧, ସୁନ୍ଦରଗଡ଼ରେ ୨୫, ଅନୁଗୁଳରେ ୨୬, ଆଠମଲ୍ଲିକରେ ୧୬, ଆଠଗଡ଼ରେ ୧୨, ବାରିପଦାରେ ୧୫, ଝାରସୁଗୁଡ଼ା ବନଖଣ୍ଡ ଅଞ୍ଚଳରେ ୧୪ ଜଣ ଲୋକଙ୍କ ମୃତୁ୍ୟ ଘଟିଥ#ବା ସରକାରଙ୍କ ପ୍ରଦତ୍ତ ତଥ୍ୟରୁ ଜଣାପଡ଼ିଛି । ଏହାଛଡ଼ା ୪୧ଟି ବନଖଣ୍ଡ ଅଞ୍ଚଳ ମଧ୍ୟରୁ ଚିଲିକା, ସିଟି ଫରେଷ୍ଟ, ଫୁଲବାଣୀ ଓ କଳାହାଣ୍ଡି ଦକ୍ଷିଣ ବନଖଣ୍ଡକୁ ଛାଡ଼ିଦେଲେ ଅନ୍ୟ ସବୁଠି କିଛି ନା କିଛି ଲୋକ ହାତୀ ଆକ୍ରମଣରେ ମରିଛନ୍ତି ।

Share in top social networks!