“କ୍ଷୁଧାର୍ତ୍ତ’ଙ୍କ ପାଇଁ ଆହାର ଯୋଜନା:୫ ଟଙ୍କିଆ ଭାତ ଡାଲ୍ମା ପାଇଁ ୧୫ ଟଙ୍କାର ରିହାତି : କେବିକେକୁ ଅଣଦେଖା

aaharସହରାଞ୍ଚଳର “କ୍ଷୁଧାର୍ତ୍ତ’ ଲୋକମାନଙ୍କୁ ୫ ଟଙ୍କାରେ ଯେଉଁ ଶସ୍ତା ଭାତ ଡାଲ୍ମା ଯୋଗାଯାଉଛି ତାହାର ପ୍ରକୃତ ମୂଲ୍ୟ ୨୦ ଟଙ୍କା ହୋଇଥ#ବା ବେଳେ ଅବଶିଷ୍ଟ ୧୫ ଟଙ୍କା ରାଜ୍ୟ ସରକାରଙ୍କ ତିନୋଟି ନିଗମ ସହିତ ଟାଟା ଷ୍ଟିଲ ବହନ କରୁଛନ୍ତି । ଏବେ “କ୍ଷୁଧାର୍ତ୍ତ’ ଲୋକମାନଙ୍କୁ ଖାଦ୍ୟ ଯୋଗାଣ କାର୍ଯ୍ୟକ୍ରମ ଭୁବେନଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲାର ୨୧ଟି ସ୍ଥାନରେ ଚାଲୁଛି ଓ ପ୍ରତ୍ୟେହ ୨୨ ହଜାର “କ୍ଷୁଧାର୍ତ୍ତ’ ଲୋକଙ୍କୁ ଏହି ସୁବିଧା ଯୋଗାଇ ଦିଆଯାଉଛି । ଶକ୍ତି, ଶିଳ୍ପ, ସାଧାରଣ ଉଦ୍ୟୋଗ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀମାନେବିଜେପି ବିଧାୟକ ଦିଲିପ ରାୟଙ୍କ ୫ଟି ପୃଥକ୍ ପୃଥକ୍ ପ୍ରଶ୍ନର ଉତ୍ତରରେ ଦେଇଥ#ବା ତଥ୍ୟରୁ ଏହା ଜଣାପଡ଼ିଛି ।
ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ଦେଇଥ#ବା ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ଏହି ଭାତ ଡାଲ୍ମା ପାଇଁ ୨୦ ଟଙ୍କା ଖର୍ଚ୍ଚ ହେଉଥ#ବା ବେଳେ କ୍ଷୁଧାର୍ତ୍ତ ବ୍ୟକ୍ତିଙ୍କୁ ତାହା ୫ ଟଙ୍କାରେ ଯୋଗାଇ ଦିଆଯାଉଛି ଏବଂ ବଳକା ଅର୍ଥ ବିଭିନ୍ନ ଉଦ୍ୟୋଗ ଓ ନିଗମ ବହନ କରୁଛନ୍ତି । ଟାଟା ଷ୍ଟିଲ୍ ବ୍ରହ୍ମପୁର ମହାନଗର ନିଗମ ପାଇଁ, ଓପିଜିସି ରାଉରକେଲା ପାଇଁ, ଇଡ୍କୋ ସମ୍ବଲପୁର ଏବଂ ଖଣି ନିଗମ ଉଭୟ ଭୁବେନଶ୍ୱର ଓ କଟକ ପାଇଁ ବଳକା ଅର୍ଥ ଭରଣା କରୁଛନ୍ତି । ଏହି ଆହାର ଯୋଜନାକୁ ଅନ୍ୟ ଜିଲ୍ଲା ସଦର ମହକୁମାକୁ ସମ୍ପ୍ରସାରିତ କରିବା ପାଇଁ ପ୍ରସ୍ତାବ ସରକାରଙ୍କ ସକ୍ରିୟ ବିଚାରାଧ#ନ ରହିଛି ।
ସେ ପୁଣି କହିଛନ୍ତି ଯେ ଏହି ୨୧ଟି ଆହାର କେନ୍ଦ୍ରରୁ ସମ୍ବଲପୁରରେ ୫ଟି ଏବଂ ଭୁବେନଶ୍ୱର, କଟକ, ବ୍ରହ୍ମପୁର ଓ ରାଉରକେଲାରେ ୪ଟି କରି ସ୍ଥାନରେ ଚାଲୁଛି । ଏହି କେନ୍ଦ୍ର ସ୍ଥାପନ ପାଇଁ ରାଜ୍ୟ ସରକାର ୧୬ ଲକ୍ଷ ଟଙ୍କା କରି ଦେଇଛନ୍ତି ଏବଂ ପରିଚାଳନା ଦାୟିତ୍ୱ ମାନା ଟ୍ରଷ୍ଟ ଓ ଟଚ୍ଷ୍ଟୋନ୍ ଫାଉଣ୍ଡେସନକୁ ପ୍ରଦାନ କରାଯାଇଛି ।
ସାଧାରଣ ଉଦ୍ୟୋଗ ମନ୍ତ୍ରୀ ପଦୀପ କୁମାର ଅମାତ୍ କହିଛନ୍ତି ଯେ ଆହାର କାର୍ଯ୍ୟକ୍ରମ ପାଇଁ ଇଡ୍କୋ ୨ କୋଟି ୬୪ ଲକ୍ଷ ଟଙ୍କା, ଓଏମ୍ସି ୩ କୋଟି ୯୨ ଲକ୍ଷ ଟଙ୍କା ଓ ଓପିଜିସି ୨କୋଟି ୨୭ ଲକ୍ଷ ଟଙ୍କା ଦେଇଛନ୍ତି । ମୋଟାମୋଟି ଭାବେ ଏହି ୩ଟି ସରକାରୀ ନିଗମ ପ୍ରାୟ ୯ କୋଟି ଟଙ୍କା ଏ ବାବଦରେ ଦେଇସାରିଛନ୍ତି । ମୋଟାମୋଟି ଭାବେ ରାଜ୍ୟ ସରକାରଙ୍କ ଏହି ତିନୋଟି ନିଗମ ଗତ ଆର୍ଥ#କ ବର୍ଷରେ ସେମାନଙ୍କ ସିଏସ୍ଆର୍ ଯୋଜନାରେ ପ୍ରାୟ ୨୮ କୋଟି ଟଙ୍କା ଖଚ୍ଚ କରିିଛନ୍ତି ।
ଶିଳ୍ପ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ ସମ୍ବଲପୁର, ମୁନୁସିପାଲ ଅଞ୍ଚଳରେ ଆହାର ଯୋଜନା ପ୍ରଚଳନ ପାଇଁ ଅର୍ଥ ଯୋଗାଇଦେବାକୁ ଇଡ୍କୋକୁ ସରକାର ଅନୁରୋଧ କରିଥ#ଲେ ଓ ତଦନୁଯାୟୀ ମାନା ଟ୍ରଷ୍ଟକୁ ଇଡ୍କୋ ୨ କୋଟି ୧୯ ଲକ୍ଷ ଟଙ୍କା ଗତ ଜୁନ୍ ମାସରେ ଦେଇଥ#ଲା । ଏଥ#ରେ ଦୈନିକ ଚାରି ହଜାର ଲୋକଙ୍କୁ ଖାଦ୍ୟ ଯୋଗାଣ ହେଉଛି । ତେବେ ସମ୍ବଲପୁରରେ ଆଉ ଅଧ#କ ହଜାରେ ଲୋକଙ୍କ ପାଇଁ ଖାଦ୍ୟ ଯୋଗାଣରେ ସହଯୋଗ ଲାଗି ଇଡ୍କୋକୁ ପୁନର୍ବାର ଅନୁରୋଧ କରାଯିବାରେ ଇଡ୍କୋ ଆଉ ୪୫ ଲକ୍ଷ ଟଙ୍କା ଦେଇଛି ।
ସେହିଭଳି ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ରାଉରକେଲାରେ ୫ ଟଙ୍କିଆ ଖାଦ୍ୟ ବିତରଣ ପାଇଁ ଓଡ଼ିଶା ଶକ୍ତି ଉତ୍ପାଦନ ନିଗମ ୨୨୭.୮୦ ଲକ୍ଷ ଟଙ୍କା ଆର୍ଥ#କ ସହାୟତା ଭାବେ ଦେଇଛି । ଓପିଜିସି ଯୋଗାଉଥ#ବା ଅର୍ଥ ସିଏସ୍ଆର୍ ନୀତିରେ ଅନ୍ତର୍ଗତ ନୁହେଁ । ଓପିଜିସିର କାମ ଚାଲୁଥ#ବା ଅଞ୍ଚଳରେ କୌଣସି ଲୋକଙ୍କୁ ଶସ୍ତା ଖାଦ୍ୟ ଯୋଗାଇ ଦିଆଯାଉନାହିଁ ବୋଲି ଶକ୍ତି ମନ୍ତ୍ରୀ କହୁଛନ୍ତି । ତେବେ କେବିକେ ସମେତ ରାଜ୍ୟର ଅନ୍ୟାନ୍ୟ ଅଭାବୀ ତଥା ଦାରିଦ୍ର୍ୟ ପ୍ରପୀଡ଼ିତ ଜିଲ୍ଲାଗୁଡ଼ିକର ସବୁ ଲୋକଙ୍କୁ କେବେ ଏହି ଶସ୍ତା ଆହାର ମିଳିବ ସେ ସଂକ୍ରାନ୍ତୀୟ ପ୍ରଶ୍ନକୁ ସରକାର ଏଡ଼ାଇ ଯାଇଛନ୍ତି । ଏହି ତିନୋଟି ନିଗମ ଛଡ଼ା ଆହାର କାର୍ଯ୍ୟକ୍ରମ ଲାଗି ଟାଟା ଷ୍ଟିଲ୍ ଇତିମଧ୍ୟରେ ପ୍ରାୟ ୩ କୋଟି ଟଙ୍କା ଖର୍ଚ୍ଚ କରିଥ#ବା ଜଣାପଡ଼ିଛି ।

Share in top social networks!