ଟାଟା ଷ୍ଟିଲ ଆନ୍ତଃ-ବିଦ୍ୟାଳୟ କୁଇଜ୍-୨୦୧୫: ଭୁବନେଶ୍ୱରର କଳିଙ୍ଗନଗର ଡିଏଭି ପବ୍ଲିକ୍ ସ୍କୁଲ ଚମ୍ପିୟନ୍

quizzଓଡ଼ିଶାର ବିଭିନ୍ନ ଅଂଚଳରୁ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ପଠାଣି ସାମନ୍ତ ପ୍ଲାନେଟାରିୟମ୍ରେ ଆୟୋଜିତ ଟାଟା ଷ୍ଟିଲ ଆନ୍ତଃ-ବିଦ୍ୟାଳୟ କୁଇଜ୍ ପ୍ରତିଯୋଗିତାର ୯ମ ସଂସ୍କରଣର ଫାଇନାଲ୍ ରାଉଣ୍ଡରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା । ଶେଷରେ ଭୁବନେଶ୍ୱରର କଳିଙ୍ଗନଗର ଡିଏଭି ସ୍କୁଲର ଶ୍ରୀ ଅମନ ସାମଲ ଓ ଶ୍ରୀ ପ୍ରିୟାଂଶ ପ୍ରିୟଦର୍ଶୀ ଟାଟା ଷ୍ଟିଲ ଆନ୍ତଃ-ବିଦ୍ୟାଳୟ କୁଇଜ୍ ପ୍ରତିଯୋଗିତା-୨୦୧୫ରେ ଚମ୍ପିୟାନ୍ ଘୋଷିତ ହୋଇଥିଲେ ।

ଏହି ଅବସରରେ ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ୍ର ନିଦେ୍ର୍ଧଶକ ଶ୍ରୀ ସୁଦର୍ଶନ ଦାସ (ଆଇଏଏସ୍), ଟାଟା ଷ୍ଟିଲ କଳିଙ୍ଗନଗର ପ୍ରକଳ୍ପ ଅପରେସନ୍ସ ବିଭାଗର ଭାଇସ ପ୍ରେସଡେଂଟ ଶ୍ରୀ ରାଜୀବ କୁମାର ଏବଂ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ଧ୍ରୁୂବ ଚରଣ ପଞ୍ଚୁଭାୟା ଅତିଥି ଭାବେ ଯୋଗ ଦେଇଥିଲେ । ଟାଟା ଷ୍ଟିଲ ଭୁବନେଶ୍ୱରର ମୁଖ୍ୟ ଆବାସିକ କାର୍ଯ୍ୟନିର୍ବାହୀ ଶ୍ରୀ ମଣିକାନ୍ତ ନାୟକ ଓ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଅତିଥିମାନେ ଚମ୍ପିୟାନ୍ ଦଳକୁ ପୁରସ୍କୃତ କରିଥିଲେ ।

ଟାଟା ଷ୍ଟିଲର ଏହି ପଦକ୍ଷେପକୁ ଶ୍ରୀ ସୁଦର୍ଶନ ଦାସ ପ୍ରଶଂସା କରିବା ସହିତ ଏତେମାତ୍ରାରେ ବିଦ୍ୟାଳୟ ଛାତ୍ରଛାତ୍ରୀ, ବିଶେଷ ଭାବେ ଓଡ଼ିଶାର ଦୁର୍ଗମ ଅଂଚଳରୁ ଛାତ୍ରଛାତ୍ରୀ କୁଇଜ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବାର ଦେଖି ଖୁସି ଅନୁଭବ ହେଉଛି ବୋଲି କହିଥିଲେ । ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ କୁମାର ଏହା ଏକ ଅଦ୍ଭୁତ ଅନୁଭୂତି ଥିଲା ବୋଲି କହିବା ସହିତ ରାଜ୍ୟର ଯୁବ ପ୍ରତିଭାଙ୍କ ବିକାଶ ପାଇଁ ଟାଟା ଷ୍ଟିଲ ପ୍ରତିଶ୍ରୁତିବଦ୍ଧ ବୋଲି ମତ ପ୍ରକାଶ କରିଥିଲେ ।

ସେହିପରି କଡ଼ା ମୁକାବିଲା ପରେ ମଡ଼ର୍ଣ୍ଣ ପବ୍ଲିକ୍ ସ୍କୁଲ ବାଲେଶ୍ୱରର ଶ୍ରୀ ପ୍ରିୟାଂଶୁ ସାହୁ ଓ ଶ୍ରୀ ସୌମ୍ୟ ରାଜ ଆଚାର୍ଯ୍ୟ ଦ୍ୱିତୀୟ ପୁରସ୍କାର ଏବଂ ଭୁବନେଶ୍ୱର ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଶ୍ରୀ ଅନୁରାଗ ପାତ୍ର ଓ ସୁଜିତ ସାହୁ ଫାଇନାଲ୍ ରାଉଣ୍ଡରେ ତୃତୀୟ ପୁରସ୍କାର ହାସଲ କରିଥିଲେ । କୁଇଜ୍ ମାଷ୍ଟର ନିଶାନ୍ତ ମାଜିଥିଆଙ୍କ ଦ୍ୱାରା ପରିଚାଳିତ ଫାଇନାଲ୍ ରାଉଣ୍ଡରେ ୬ଟି ଦଳ ମଧ୍ୟରେ ଜ୍ଞାନର ଲଢେଇ ଦେଖିବାକୁ ମିଳିଥିଲା ।

ଅକ୍ଟୋବର ଓ ନଭେମ୍ବର ମାସରେ ଓଡ଼ିଶାର ୮ଟି ଜୋନ୍ ଯଥା ଯୋଡ଼ା, କେନ୍ଦୁଝର, ଜୟପୁର, ବ୍ରହ୍ମପୁର, ଭୁବନେଶ୍ୱର, ବେଲପାହାଡ଼, ବାଲେଶ୍ୱର ସମେତ ଯାଜପୁରରୋଡରେ ଆୟୋଜିତÿ ଟାଟା ଷ୍ଟିଲ ଆନ୍ତଃ ବିଦ୍ୟାଳୟ କୁଇଜ୍ ପ୍ରତିଯୋଗିତାର ୯ମ ସଂସ୍କରଣର ପ୍ରାରମ୍ଭିକ ପର୍ଯ୍ୟାୟରେ ୬୦୦ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

ଭୁବନେଶ୍ୱରରେ ଆଜି ଆୟୋଜିତ ସେମିଫାଇନାଲ୍ ରାଉଣ୍ଡରେ ୫୦ଟି ଦଳ ଅଂଶଗ୍ରହଣ କରିଥିବାବେଳେ ଫାଇନାଲ୍ ରାଉଣ୍ଡ ପାଇଁ ୬ଟି ଦଳକୁ ଚୟନ କରାଯାଇଥିଲା ।

Share in top social networks!