ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ବିପନ୍ନ: ହଜାର ହଜାର ସ୍କୁଲରେ ପ୍ରତିଶ୍ରେଣୀ ପାଇଁ ବଖରାଏ ଶ୍ରେଣୀକକ୍ଷ ଓ ଜଣେ କରି ଶିକ୍ଷକ [ାହାନ୍ତି

କେବିକେ ଅଞ୍ଚଳର ହଜାର ହଜାର ପ୍ରାଥମିକ ବିଦ୍ୟାଳୟରେ ପ୍ରତି ଶ୍ରେଣୀ ପାଇଁ ବଖରାଏ କରି ଘର କିମ୍ବା ଜଣେକରି ଶିକ୍ଷକ ଏପର୍ଯ୍ୟନ୍ତ ବ୍ୟବସ୍ଥା ହୋଇପାରି[ାହିଁ । ସୁନ୍ଦରଗଡ଼ ଜିଲ୍ଲାରେ ଏହି ସ୍ଥିତି ଅତି ଗମ୍ଭୀର । ଏମିତିକି ଉନ୍ନତ ଅଞ୍ଚଳ ବୋଲି କୁହାଯାଉଥ#ବା ଉପକୂଳବର୍ତ୍ତୀ ଜିଲ୍ଲା କଟକରେ ବି ଏଭଳି ସ୍କୁଲ ରହିଛି ଯେଉଁଠି ୫ଟି ଶ୍ରେଣୀର ପିଲାଙ୍କୁ ଜଣେ ମାତ୍ର ଶିକ୍ଷକ ଶିକ୍ଷାଦା[ କରୁଛନ୍ତି । ବିଜେପି ବିଧାୟକ ଦିଲିପ ରାୟଙ୍କ ଏକ ସିଧାସଳଖ ପ୍ରଶ୍ନର ଉତ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଦେଇଥ#ବା ତଥ୍ୟରୁ ଏହା ଜଣାପଡ଼ିଛି ।
ମନ୍ତ୍ରୀ କହିଛନ୍ତି ଯେ କେବିକେ ଅଞ୍ଚଳରେ ଥ#ବା ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ମଧ୍ୟରୁ ୮୭୮୮ ଟିରେ ପ୍ରତି ଶ୍ରେଣୀ ପାଇଁ ଜଣେ କରି ଶିକ୍ଷକ [ାହାନ୍ତି । ସେହିଭଳି ୭୩୫୧ଟି ସ୍କୁଲରେ ପ୍ରତି ଶ୍ରେଣୀ ଲାଗି ବଖରାଏ କରି ଶ୍ରେଣୀଗୃହ ବ୍ୟବସ୍ଥା ହୋଇପାରି[ାହିଁ । କଳାହାଣ୍ଡି ଜିଲ୍ଲାରେ ସର୍ବାଧ#କ ୧୫୫୪, [ବରଙ୍ଗପୁରରେ ୧୪୫୩, ରାୟଗଡ଼ାରେ ୧୩୫୬, ବଲାଙ୍ଗୀରରେ ୧୨୫୮ ଓ କୋରାପୁଟ ଜିଲ୍ଲାରେ ୧୧୮୭ଟି ପ୍ରାଥମିକ ବିଦ୍ୟାଳୟରେ ପ୍ରତି ଶ୍ରେଣୀ ପାଇଁ ଜଣେ ଲେଖାଏଁ ଶିକ୍ଷକ [ାହାନ୍ତି । ସେହିଭଳି ମାଲକା[ଗିରିରେ ୮୪୨ଟି, ସୋ[ପୁରରେ ୫୭୫ଟି ଓ [ୂଆପଡ଼ାରେ ୫୬୩ଟି ସ୍କୁଲର ଅବସ୍ଥା ।
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପୁଣି ସ୍ୱୀକାର କରିଛନ୍ତି ଯେ କଳାହାଣ୍ଡି ଜିଲ୍ଲାରେ ଏମିତି ୧୨୯୭ଟି ସ୍କୁଲ ଅଛି ଯେଉଁଠି ପ୍ରତିଶ୍ରେଣୀ ପାଇଁ ବଖରାଏ କରି ଘର [ାହିଁ । ବଲାଙ୍ଗୀରରେ ୧୧୫୫, [ବରଙ୍ଗପୁରରେ ୧୧୨୯, ରାୟଗଡ଼ାରେ ୧୦୯୯, କୋରାପୁଟରେ ୯୬୭, ମାଲକା[ଗିରିରେ ୭୨୮, ସୋ[ପୁରରେ ୪୯୨ ଓ [ୂଆପଡ଼ାର ୪୮୪ ସ୍କୁଲର ଅ[ୁରୂପ ଅବସ୍ଥା ।
ସୁନ୍ଦରଗଡ଼ ଜିଲ୍ଲାର ୧୯୯୨ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରତି ଶ୍ରେଣୀ ପାଇଁ ବଖରାଏ କରି ଶ୍ରେଣୀଗୃହ [ଥ#ବା ବେଳେ ୧୪୮୭ଟି ପ୍ରାଥମିକ ଓ ୫୬ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରତି ଶ୍ରେଣୀ ଲାଗି ଜଣେ ଲେଖାଏଁ ଶିକ୍ଷକ [ଥ#ବା ମନ୍ତ୍ରୀ ଶ୍ରୀ ମିଶ୍ର ଉଲ୍ଲେଖ କରିଛନ୍ତି । କେବଳ ସେତିକି [ୁହେଁ ଉପକୂଳବର୍ତ୍ତୀ ଅଞ୍ଚଳର ସବୁଠାରୁ ଆଗୁଆ ଜିଲ୍ଲା ଭାବେ ପରିଚିତ କଟକରେ ବି ୧୧୪୭ଟି ପ୍ରାଥମିକ ଓ ୩୭୬ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରତିଶ୍ରେଣୀ ପାଇଁ ବଖରାଏ କରି ଶ୍ରେଣୀଗୃହ [ାହିଁ । ସେହିଭଳି କଟକ ଜିଲ୍ଲାର ଏମିତି ୧୩୩୧ଟି ପ୍ରାଥମିକ ବିଦ୍ୟାଳୟ ଓ ୪୪୩ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି ଯେଉଁଠି ପ୍ରତି ଶ୍ରେଣୀ ପାଇଁ ଜଣେ ଲେଖାଏଁ ଶିକ୍ଷକ [ାହାନ୍ତି ।
ପ୍ରାଥମିକ ବିଦ୍ୟାଳୟର ସ୍ଥିତି କିଭଳି ରହିଛି ତାହା ୧୯୩୬ ମସିହାରୁ ସ୍ଥାପିତ କଟକ ଜିଲ୍ଲା [ିଶ୍ଚିତକୋଇଲି ବ୍ଲକ୍ ବନ୍ଧକାଟିଆ ପଞ୍ଚାୟତର କାହ୍ନìପୁର ପ୍ରାଥମିକ ବିଦ୍ୟାଳୟରୁ ଜଳଜଳ ହୋଇ ଜଣାପଡ଼ୁଛି । ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ପ୍ରଦତ୍ତ ତଥ୍ୟ ଅ[ୁଯାୟୀ ଏହି ବିଦ୍ୟାଳୟର ୨ଟି ଛାତ ଘର ଶ୍ରେଣୀ ପ୍ରକୋଷ୍ଠ ଥ#ବା ବେଳେ ଜଣେ ମାତ୍ର ଶିକ୍ଷକ ୫ଟି ଶ୍ରେଣୀରେ ଶିକ୍ଷାଦା[ କରୁଛନ୍ତି ।
ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଉଦ୍ବେଗଜ[କ ସ୍ଥିତି ଦର୍ଶାଉଛି ବୋଲି ବିଧାୟକ ଶ୍ରୀ ରାୟ ଏକ ବିବୃତିରେ ଉଲ୍ଲେଖ କରିଛନ୍ତି । କେବିକେରୁ କଟକ, ସୁନ୍ଦରଗଡ଼ରୁ ସୋ[ପୁର, ମାଲକା[ଗିରିରୁ ମୟୂରଭଞ୍ଜ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ିବା ଅବସ୍ଥାରେ ଅଛି । ରାଜ୍ୟର ବିକାଶ କ୍ଷେତ୍ରରେ ଶିକ୍ଷାର ସର୍ବାଧ#କ ଅବଦା[ ରହୁଥ#ବାରୁ ପିଲାମା[ଙ୍କୁ ପ୍ରାଥମିକ ସ୍ତରରୁ ମୂଳଦୁଆ ମଜବୁତ କରିବା ଲାଗି ସବୁ ପ୍ରାଥମିକ ବିଦ୍ୟାଳୟରେ ଅନ୍ତତଃପକ୍ଷେ ପ୍ରତି ଶ୍ରେଣୀ ପାଇଁ ବଖରାଏ କରି ଘର ଓ ଜଣେ କରି ଶିକ୍ଷକ ହେଉଛନ୍ତି ସର୍ବ[ିମ୍ନ ଆବଶ୍ୟକତା । କିନ୍ତୁ ରାଜ୍ୟ ସରକାର ଅର୍ଥ ସଞ୍ଚୟ ଆଳରେ ଏହାକୁ ଏଡ଼ାଇ ଯାଉଛନ୍ତି । [ିୟମିତ ଶିକ୍ଷକ ରଖ#ବା ପରିବର୍ତ୍ତେ ପ୍ରାୟ ୮୦ ହଜାର ଠିକା ଶିକ୍ଷକଙ୍କୁ କମ୍ ପାରିଶ୍ରମିକରେ [ିୟୋଜିତ କରାଯାଉଛି । ତୁରନ୍ତ ସବୁ ଠିକା ଶିକ୍ଷକଙ୍କୁ [ିୟମିତ କରିବା ସଙ୍ଗେ ସଙ୍ଗେ ବିଦ୍ୟାଳୟଗୁଡ଼ିକ ଲାଗି ପର୍ଯ୍ୟାପ୍ତ ସଂଖ୍ୟକ [ିୟମିତ ଶିକ୍ଷକ ଓ ଶ୍ରେଣୀ ଗୃହ ବ୍ୟବସ୍ଥା କରିବାକୁ ଶ୍ରୀ ରାୟ ଦାବି କରିଛନ୍ତି ।

Share in top social networks!