ଓଡିଶାକୁ ମରୁଡି ସହାୟତା ତ୍ୱରାନ୍ୱିତ ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଅନୁରୋଧ

dpjii
କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର
କୃଷି ବିଭାଗକୁ ଓଡିଶା ପାଇଁ ମରୁଡି ସହାୟତା ପ୍ରଦାନ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଛନ୍ତି ।
ଓଡିଶାରେ ମରୁଡି ସମସ୍ୟାର ଆକଳନ କରି ଫେରିଥ#ବା କେନ୍ଦ୍ରୀୟ ଦଳର ନେତୃତ୍ୱ କରିଥ#ବା କୃଷି ବିଭାଗର ଯୁଗ୍ମ ସଚିବ
କେ.ଏସ ଶ୍ରୀନିବାସ ଶୁକ୍ରବାର ଦିନ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଭେଟି ରାଜ୍ୟରେ ମରୁଡି ପରିସ୍ଥିତିର ସୂଚନା ପ୍ରଦାନ
କରିଥ#ଲେ ।
ସେମାନଙ୍କର ଆକଳନର ବିବରଣୀ ତୁରନ୍ତ ସରକାରଙ୍କୁ ପ୍ରଦାନ କରିବାକୁ ଶ୍ରୀ ପ୍ରଧାନ, ଶ୍ରୀ ଶ୍ରୀନିବାସଙ୍କୁ ପରାମର୍ଶ
ଦେଇଛନ୍ତି ।
ଏହି ଆଲୋଚନା ସମୟରେ ଶ୍ରୀ ପ୍ରଧାନ ଓଡିଶାର କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ତୁରନ୍ତ ଆଥ#ର୍କ ସହାୟତା ପହଞ୍ଚାଇବା
ଉପରେ ଗୁରୁତ୍ୱ ଆରୋପ କରିବା ସହ ଏଥ#ପାଇଁ ତୁରନ୍ତ ରିପୋର୍ଟ ପ୍ରଦାନର ଆବଶ୍ୟକତା ଅଛି ବୋଲି କହିଥ#ଲେ ।
ରାଜ୍ୟ ସରକାର ଦାବି କରିଥ#ବା ଇନପୁଟ ସବସିଡି ଦାବିକୁ କେନ୍ଦ୍ର କୃଷି ବିଭାଗ ସହୃଦୟତାର ସହିତ ବିଚାର କରିବା
ପାଇଁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି ।
ଏହା ସହ ରାଜ୍ୟ ସରକାର ଦାବି କରିଥ#ବା ମହାତ୍ମାଗାନ୍ଧୀ ନରେଗା ଯୋଜନାର ଦିଶାନିର୍ଦେଶରେ ପରିବର୍ତନ କରିବା
ସହ ମଜୁରୀ ବୃଦ୍ଧି ଏବଂ ଅଧ#କ କାର୍ଯଦିବସ ସୃଷ୍ଟି ସପକ୍ଷରେ ଶ୍ରୀ ପ୍ରଧାନ ମତ ଦେଇଛନ୍ତି ।
ଏହା ସହ ରାଜ୍ୟ ସରକାର ଦାବି କରିଥ#ବା ଚାଷୀ ମାନେ ନେଇଥ#ବା ଋଣର ଅବଧ# ସଂପ୍ରସାରିତ କରିବା, ସୁଧ ଛାଡ
କରିବା ଉପରେ କେନ୍ଦ୍ର ସରକାର ସୁବିଚାର କରି ଓଡିଶାର ଚାଷୀ ମାନଙ୍କୁ ଆଥ#ର୍କ ସହାୟତା ପହଞ୍ଚାଇବା ପାଇଁ ସେ
ଅନୁରୋଧ କରିଛନ୍ତି ।

Share in top social networks!