ଭୁବନେଶ୍ୱରରେ କ୍ଷମତା ବଢ଼ାଇଲା ଟିସିଏସ୍; କଳିଙ୍ଗ ପାର୍କ ଫେଜ୍-୨ରେ ଯୋଡ଼ିଲା ୩,୦୦୦ ନୂଆ ସିଟ୍

tcssଦେଶର ପ୍ରମୁଖ ଆଇଟି ସେବା, କନ୍ସଲ୍ଟିଂ ଏବଂ ବ୍ୟବସାୟ ସମାଧାନକାରୀ ସଂସ୍ଥା, ଟାଟା କନ୍ସଲ୍ଟାନ୍ସି ସର୍ଭିସେସ୍ (ଈଝଋ: ୫୩୨୫୪୦, ଘଝଋ: ଞଉଝ)ର ଭୁବନେଶ୍ୱରସ୍ଥିତ କଳିଙ୍ଗ ପାର୍କ କ୍ୟାମ୍ପସ୍ର ଫେଜ୍-୨କୁ ମାନବ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି । ଏ ଅବସରରେ ଶିଳ୍ପ ଓ ଏସ୍ଏମ୍ଇ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ଶକ୍ତି ଓ ଆଇଟି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ଓଡ଼ିଶା ସରକାରଙ୍କ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ି ଉପସ୍ଥିତ ଥିଲେ । ଏହାଛଡ଼ା ଉଦ୍ଘାଟନୀ ଉତ୍ସବରେ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ ଓ ସ୍ଥାନୀୟ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ବିଜୟ କୁମାର ମହାନ୍ତ ମଧ୍ୟ ଉପସ୍ଥିତ ଥିଲେ ।
ଭାରତରେ ଥିବା ସବୁଜତମ ବିଲ୍ଡିଂ ମଧ୍ୟରୁ ଟିସିଏସ୍ କଳିଙ୍ଗ ପାର୍କ ଅନ୍ୟତମ ଏବଂ ଭାରତର ପ୍ରଥମ ପ୍ଲାଟିନମ୍ ରେଟେଡ୍ ଏଲ୍ଇଇଡି (ଲିଡରସିପ୍ ଇନ୍ ଏନର୍ଜୀ ଆଣ୍ଡ ଏନ୍ଭିରନମେଣ୍ଟାଲ୍ ଡିଜାଇନ୍) ଆଇଟି କ୍ୟାମ୍ପସ୍ । ୪୫ ଏକରରୁ ଅଧିକ ଜମି ଉପରେ ଅବସ୍ଥିତ କଳିଙ୍ଗ ପାର୍କ କ୍ୟାମ୍ପସ୍ କମ୍ପାନିର ଏକକ ଗ୍ଲୋବାଲ୍ ନେଟ୍ୱର୍କ ଡେଲିଭରି ମଡେଲ (ଜିଏନ୍ଡିଏମ୍)ର ଏକ ଅତିରିକ୍ତ କ୍ୟାମ୍ପସ୍ । ଏବେ ଏହା ୪,୦୦୦ ସିଟ୍ କ୍ଷମତା ସହ କାର୍ଯ୍ୟକାରୀ ହୋଇଛି ।
ଟିସିଏସ୍ କଳିଙ୍ଗ ପାର୍କ କ୍ୟାମ୍ପସ୍ ହେଉଛି ଏକ ଅନୁମୋଦିତ ସ୍ୱତନ୍ତ୍ର ଆର୍ଥିକ ବଳୟ ଏବଂ ଏହା ବ୍ୟାଙ୍କିଙ୍ଗ୍ ଓ ଆର୍ଥିକ ସେବା, ରିଟେଲ, ଟେଲିକମ୍, ମାନୁଫାକ୍ଚରିଂ, ସରକାରୀ ସଂସ୍ଥା ଭଳି ଶିଳ୍ପକ୍ଷେତ୍ରରେ ଟିସିଏସ୍ର ଗ୍ଲୋବାଲ୍ ଉପଭୋକ୍ତାଙ୍କୁ ଏଣ୍ଟରପ୍ରାଇଜ୍ ସଲୁ୍ୟସନ, ସୁନିଶ୍ଚିତ ସେବା ଓ ଆଇଟି ସେବା ଯୋଗାଉଛି । ୧୯୯୯ରୁ ଟିସିଏସ୍ ଓଡ଼ିଶାରେ କାର୍ଯ୍ୟ କରୁଛି ଏବଂ ଓଡ଼ିଶାର ପ୍ରମୁଖ ସଫ୍ଟୱେର ରପ୍ତାନିକାରୀଙ୍କ ମଧ୍ୟରେ ଅନ୍ୟତମ ।
ଏ ଅବସରରେ ଶ୍ରୀ ଏନ୍ ଚନ୍ଦ୍ରଶେଖରନ୍, ସିଇଓ ଏବଂ ଏମ୍ଡି, ଟିସିଏସ୍ କହିଲେ, “ଓଡ଼ିଶାରେ ଏକ ସୁଦୃଢ଼ ଶିକ୍ଷା ଇକୋସିଷ୍ଟମ୍ ରହିଛି, ଯାହାକି ଏହି କ୍ଷେତ୍ରରୁ ଉତ୍ତମ ପ୍ରତିଭା ଚୟନରେ ବେଶ୍ ସହାୟକ ହେଉଛି । ଆମର କାର୍ଯ୍ୟକ୍ଷମତା ବୃଦ୍ଧି ନେଇ ଆମ୍ଭେ ବେଶ୍ ଆନନ୍ଦିତ ଏବଂ ରାଜ୍ୟ ସରକାରଙ୍କ ସହଯୋଗ ଯୋଗୁ ଆମ୍ଭେ ରାଜ୍ୟରେ ଆଇଟି ଶିଳ୍ପ ବୃଦ୍ଧିରେ ସମର୍ଥ ହୋଇଛୁ ।”

Share in top social networks!