ଶିଳ୍ପୀ ଦିବସ ଅବସରରେ ଓଡ଼ିଶା ମର୍ଡନ ଆର୍ଟ ଗ୍ୟାଲେରୀ ଦ୍ୱାରା ଚଳିତ ବର୍ଷ ଶିଳ୍ପୀ ଦିବସ ସମ୍ମାନ ୪ଜଣ ବରିଷ୍ଠ ଚିତ୍ର ଶିଳ୍ପୀ ମାନଙ୍କୁ ଦିଆଯାଇଛି

shilipdivasଡିସେମ୍ବର ୮ ତାରିଖ ଶିଳ୍ପୀ ଦିବସ ଅବସରରେ ଓଡ଼ିଶା ମର୍ଡନ ଆର୍ଟ ଗ୍ୟାଲେରୀ ଦ୍ୱାରା ଚଳିତ ବର୍ଷ ଶିଳ୍ପୀ ଦିବସ ସମ୍ମାନ ୪ଜଣ ବରିଷ୍ଠ ଚିତ୍ର ଶିଳ୍ପୀ ମାନଙ୍କୁ ଦିଆଯାଇଛି । ଓଡିଶା ଖଦି ଓ ଗ୍ରାମୋଦ୍ୟଗ ବୋର୍ଡ ପରିସରରେ ଏକ ବର୍ଣ୍ଣାଢ୍ୟ ପରିବେଷରେ ସଂସ୍କୃତି ମନ୍ତ୍ରୀଙ୍କ ଦ୍ୱାରା ଏହି ସମ୍ମାନଟି ଚିତ୍ରଶିଳ୍ପୀ ଶ୍ରୀ ଅସିମ ବସୁ, ଶ୍ରୀଶିବ ପାଣିଗ୍ରହୀ, ଶ୍ରୀ ଦେବରାଜ ସାହୁ ଏବଂ ଶ୍ରୀ ଜଗଦିଶ୍ ଚନ୍ଦ୍ର କାନୁନ୍ଗୋଙ୍କୁ ପ୍ରଦାନ କରାଯାଇଛି । ଏହି ଅବସରରେ ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ଆର୍ନ୍ତଯାତୀୟ ଶିଶୁ ଚିତ୍ରକଳା ପ୍ରଦର୍ଶନୀ ର ଆୟୋଜନ କରାଯାଇଛି । ଏହା ବ୍ୟତିତ ଯୁବ ଚିତ୍ର ଶିଳ୍ପୀ ମାନଙ୍କର ଏକ ଚିତ୍ର କଳା ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯାଇଛି ।

ଡଃ ପ୍ରସନ୍ନ ପାଟଶାଣୀ ସାଂସଦ , ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ମନୋରଞ୍ଜନ ପାଣିଗ୍ର୍ରାହୀ, ଓଡ଼ିଶା ଖଦି ଓ ଗ୍ରାମୋଦ୍ୟାଗ ବୋର୍ଡର ସଭାପତି ତେଜେଶ୍ୱର ପରିଡା, ଟାଟା ଷ୍ଟିଲର ମୂଖ୍ୟ ଆବାସିକ ନିର୍ବାହୀ ମଣିକାନ୍ତ ନାୟକ, ଲିଥୁଆନିଆ ଦେଶର ବିଶିଷ୍ଠ ଚିତ୍ରଶିଳ୍ପୀ ଅଉସôା, ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଭୁରି ଭୁରି ପ୍ରସଂସା କରିଥିଲେ । ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ପିଲା ମାନଙ୍କ ଭିତରେ ଓଡ଼ିଶା କଳା ଓ ସଂସ୍କୃତି ବିଷୟରେ ଜାଣିବା ସଂଗେ ସଂଗେ ତାର ରକ୍ଷଣା ବ୍ୟକ୍ଷଣା ଭବିସ୍ୟତରେ ସେମାନେ ନେଇପାରିବେ ବୋଲି ଅତିଥି ମାନେ ବକ୍ତବ୍ୟ ଦେଇଥିଲେ ।

ବରିଷ୍ଠ ସିନେ ସମାଲୋଚକ ଦିଲ୍ଲୀପ ହାଲି ଏହି କାର୍ଯ୍ୟକ୍ରମରେ ଧନ୍ୟବାଦ ଅର୍ପଣ କରିଥିଲେ । ଗ୍ୟାଲେରୀର ପ୍ରତିଷ୍ଠାତା ତାରାକାନ୍ତ ପରିଡା ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଏହା ପୃଥିବୀର ସର୍ବ ବୃହତମ ଶିଶୁ ଚିତ୍ରକଳା ପ୍ରଦର୍ଶନୀ ବୋଲି ଜଣଇଥିଲେ । ଏଥିରେ ୩ଟି ସ୍କୁଲ ଯଥା ମଦର ପବ୍ଲିକ ସ୍କୁଲ, ଦିଲ୍ଲୀ ପବ୍ଳିକ ସ୍କୁଲ, ପର୍ଲୀ ଇଂଟରନ୍ୟାସନାଲ ସ୍କୁଲକୁ ଈରଗ୍ଦଗ୍ଧ ଋଦ୍ଭଗ୍ଧକ୍ସଚ୍ଚ ଇଙ୍ଗବକ୍ସୟ ଦିଆଯାଇଥିଲା ଏବଂ ୩ଜଣ କଳା ଶିକ୍ଷକଙ୍କୁ ପୁରସ୍କାର ଦିଆଯାଇଥିଲା । ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିବା ଶିଶୁ ଚିତ୍ର ଶିଳ୍ପୀଙ୍କୁ ୧୦ଟି ସ୍ୱର୍ଣ୍ଣ ପଦକ, ୧୦ଟି ରୋ÷ପ୍ୟ ପଦକ, ୧୦ଟି ତାମ୍ର ପଦକ ସହ ୧୦ଟି ଓମାଗ ସାର୍ଟିଫିକେଟ୍ ପୁରସ୍କାର ପ୍ରଦାନ କରାଇଯାଇଥିଲା । ଆସନ୍ତା କାଲି ୯ ତାରିଖରେ କଳା ଆଲୋଚନା ଏବଂ ସ୍ଲାଇଡ୍ ସୋ ଦିଲ୍ଲୀର ଚିତ୍ରଶିଳ୍ପୀ ଗୋପାଳ ସାମନ୍ତରାୟଙ୍କ ଦ୍ୱାରା ପ୍ରଦର୍ଶିତ କରାଯିବ ତାହା ସହିତ ୪୦ଜଣ ଶିଶୁ ଚିତ୍ର ଶିଳ୍ପୀଙ୍କୁ ପୁରସ୍କାର ପ୍ରଦାନ ମଧ୍ୟ କରାଯିବ । ଏହି ପ୍ରଦର୍ଶନୀଟି ୮ତାରିଖ ରୁ ୧୦ତାରିଖ ପର୍ଯ୍ୟନ୍ତ •ଲୁ ରହିବ ବୋଲି ଗ୍ୟାଲେରୀର ପରିଚାଳକ ସୁବ୍ରତ ମହାନ୍ତି ଜଣାଇଛନ୍ତି ।

Share in top social networks!