ଗୁଜରାଟରେ ଜିଏସିଏଲ୍‍ ଓ ନାଲ୍‍କୋର ଯୌଥ ଉଦ୍ୟୋଗ, ୧୮୦୦ କୋଟି ଟଙ୍କା ପୁଞ୍ଜିନିବେଶରେ ପ୍ରସ୍ତାବିତ କଷ୍ଟିକ୍‍ ସୋଡା ପ୍ରକଳ୍ପର ଶିଳାନ୍ୟାସ

gaclଭାରତ ସରକାରଙ୍କ ଖଣି ମନ୍ତ୍ରାଳୟ ଅଧିନସ୍ଥ ନବରତ୍ନ କମ୍ପାନୀ ନ୍ୟାସନାଲ୍‍ ଆଲୁମିନିୟମ୍‍ କମ୍ପାନୀ ଲିମିଟେଡ୍‍ ଏବଂ ଗୁଜୁରାଟ ସରକାର ଅଧିନସ୍ଥ ଗୁଜୁରାଟ ଆଲ୍‍କାଲିଜ୍‍ ଆଣ୍ଡ୍‍ କେମିକାଲ୍ସ ଲିମିଟେଡ୍‍ (ଜି.ଏ.ସି.ଏଲ୍‍), ମିଳିତ ଭାବେ ୧୮୦୦ କୋଟି ଟଙ୍କା ପୁଞ୍ଜିନିବେଶରେ ଏକ କଷ୍ଟିକ୍‍ ସୋଡା ପ୍ରକଳ୍ପ ସ୍ଥାପନ ନିମନ୍ତେ ଯୌଥ ଉଦ୍ୟୋଗ ଆରମ୍ଭ କରିଛନ୍ତି । ଆଜି ଗୁଜୁରାଟର ଦହେଜ ଠାରେ ନାଲ୍‍କୋର ଅଧ୍ୟକ୍ଷ ଶ୍ରୀ ତପନ କୁମାର ଚାନ୍ଦ, ଭୂମି ପୂଜା ପରେ ଏହି ପ୍ରସ୍ତାବିତ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।
ଜିଏସିଏଲ୍‍-ନାଲ୍‍କୋ ଆଲ୍‍କାଲିଜ୍‍ ଆଣ୍ଡ୍‍ କେମିକାଲ୍ସ ପ୍ରାଇଭେଟ୍‍ ଲିମିଟେଡ୍‍ ନାମକ ଏହି ନୂତନ ଯୌଥ କମ୍ପାନୀରେ, ନାଲ୍‍କୋର ୪୦ ପ୍ରତିଶତ ଅଂଶଧନ ଥିବା ବେଳେ ଅବଶିଷ୍ଟ ଅଂଶଧନ ଜିଏସିଏଲ୍‍ ନିକଟରେ ରହିଛି । ଏହି ପ୍ରକଳ୍ପରୁ ବାର୍ଷିକ ୨.୭ ଲକ୍ଷ ଟନ୍‍ କଷ୍ଟିକ୍‍ ସୋଡା ଉପôାଦନ କରିବାର ଯୋଜନା ରହିଛି । ଏଥି ପାଇଁ ଜମି ହସ୍ତାନ୍ତର ଓ କାରଖାନର ଯନ୍ତ୍ରାଂଶ କ୍ରୟ ପାଇଁ ନିଦେ୍ର୍ଧଶ ଦେବା ଆଦି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ବରୋଦା ଠାରେ ଏହି ନୂତନ କମ୍ପାନୀର କାର୍ଯ୍ୟାଳୟ ମଧ୍ୟ ଉଦ୍‍ଘାଟିତ ହୋଇଛି ।
ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇ ନାଲ୍‍କୋ ଅଧ୍ୟକ୍ଷ ଶ୍ରୀ ଚାନ୍ଦ କହିଲେ, “ନାଲ୍‍କୋର ଏକ ବ୍ୟାକ୍‍ୱାଡ୍‍ର୍ ଇଣ୍ଟିଗ୍ରେସନ୍‍ ଯୋଜନା ଭାବେ ଏହି ପ୍ରକଳ୍ପଟି ଆମ ପାଇଁ ଅତ୍ୟନ୍ତ ଲାଭଜନକ ହେବ ବୋଲି ଆଶା ଅଛି । ଏହି ପ୍ରକଳ୍ପରୁ ଉପôାଦିତ ହେବାକୁ ଥିବା କଷ୍ଟିକ୍‍ ସୋଡାରୁ ନାଲ୍‍କୋ ପ୍ରାରମ୍ଭିକ ପର୍ଯ୍ୟାୟରେ ବାର୍ଷିକ ଅନୁ୍ୟନ ୫୦,୦୦୦ ଟନ୍‍ ବଜାର ଦରରେ କ୍ରୟ କରିବ । ଏହା ଦ୍ୱାରା ଆମର ଆମଦାନୀ ଖର୍ଚ୍ଚ ଅନେକାଂଶରେ ହ୍ରାସ ପାଇବ ।”
ଏହି ଅବସରରେ, ଅନ୍ୟମାନଙ୍କ ମଧ୍ୟରେ ଗୁଜୁରାଟର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଜିଏସିଏଲ୍‍ର ପରିଚାଳନା ନିଦେ୍ର୍ଧଶକ ଶ୍ରୀ ଏ.ଏମ୍‍. ତିୱାରୀ, ଆଇଏଏସ୍‍, ନାଲ୍‍କୋର ନିଦେ୍ର୍ଧଶକ (ପି ଆଣ୍ଡ୍‍ ଟି) ଶ୍ରୀ ଏନ୍‍.ଆର୍‍. ମହାନ୍ତି, ମୁଖ୍ୟ ସତର୍କତା ଅଧିକାରୀ ଶ୍ରୀ ପି.କେ. ମହାନ୍ତି, ଆଇଏଏସ୍‍ ଏବଂ ଉଭୟ କମ୍ପାନୀ ତଥା ଗୁଜୁରାଟ ସରକାରଙ୍କ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।
ଏତଦ୍‍ବ୍ୟତୀତ, ଗୁଜୁରାଟର କଚ୍ଛ ଜିଲ୍ଲାରେ ନାଲ୍‍କୋ ବାର୍ଷିକ ୦.୫ ନିୟୁତ ଟନ୍‍ ଉପôାଦନ କ୍ଷମତାବିଶିଷ୍ଟ ଏକ ଆଲୁମିନା ରିଫାଇନେରୀ ସ୍ଥାପନ କରିବା ପାଇଁ ପଦକ୍ଷେପ ଗ୍ରହଣ କରୁଛି । ଏଥିପାଇଁ ଆବଶ୍ୟକ ବକ୍ସାଇଟ୍‍ ଗୁଜୁରାଟ ମିନେରାଲ ଡେଭେଲପ୍‍ମେଣ୍ଟ କର୍ପୋରେସନ୍‍ (ଜିଏମ୍‍ଡିସି) ର ଖଣିରୁ ମିଳିବ ବୋଲି ଯୋଜନା କରାଯାଇଛି । ଏ ଦିଗରେ ସମ୍ପୂର୍ଣ୍ଣ ପ୍ରକଳ୍ପ ବିବରଣୀ ପ୍ରସ୍ତୁତ କରାଯାଇଛି ।

Share in top social networks!