ସରକାର ନଦେବାରୁ କଂଗ୍ରେସ ଆଣିଲା ଶ୍ୱେତପତ୍ର; ସରକାରୀ ଅବହେଳାରୁ ଆଜି ରାଜ୍ୟରେ ମରୁଡିର ଭୟାବହ ଅବସ୍ଥା ।

congressରାଜ୍ୟରେ ଏବେ ଉକ୍ରଟ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ରାଜ୍ୟ ସରକାର ଚାଷୀମାରଣ ଆଭିମୁଖ୍ୟ ଯୋଗୁୂ ଏଯାବତ ୧୧୧ଜଣ ନିରୀହ ଚାଷୀଙ୍କ ଜୀବନ ଗଲାଣି । ରାଜ୍ୟ ସରକାର ଚାଷୀଙ୍କ ଦୁର୍ଦ୍ଧିନରେ ଠିଆ ହେବା ବଦଳରେ ମୃତ ଚାଷୀ ଓ ଚାଷୀ ଉପାହସ କରିବାକୁ ପଛାଛନାହାନ୍ତି । ଚାଷୀ ପାଖରେ ପହଞ୍ଚିବା ବଦଳରେ ପ୍ରାୟୋଜିତ ଚାଷୀ ସମାବେଶ କରି ଚାଷୀମାନଙ୍କୁ ଦୁଖ କୋରଡା ପାହାର ପକାଇଛନ୍ତି । ମରୁଡି ଓ ଚାଷୀ ଆତ୍ମହତ୍ୟା ଶ୍ୱେତପତ୍୍ର ପ୍ରକାଶ କରିବା ପାଇଁ କଂଗ୍ରେସ ପକ୍ଷରୁ ଦାବି କରାଯାଇ ଆସୁଥିଲେ ମଧ୍ୟ ଏ ଯାବତ ରାଜ୍ୟ ସରକାର ତାହା ନକରିବାରୁ ବାଧ୍ୟ ହୋଇ କଂଗ୍ରେସ ପକ୍ଷରୁ ରାଜ୍ୟର ମରୁଡି ଓ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେୀ ଆଜି ଶ୍ୱେତପତ୍ର ଆଣିଛି ବୋଲି ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି ।
ଏଆଇସିସି ସାଧାରଣ ସଂପାଦକ ତଥା ଓଡିଶା ପ୍ରଭାରୀ ଶ୍ରୀ ବି.କେ ହରିପ୍ରସାଦଙ୍କ ଉପସ୍ଥିତିରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଅଣା ଯାଇଥିବା ଶ୍ୱେତପତ୍ରରେ ଉଲ୍ଲେଖ ଅଛି ଯେ, କୃଷି ଭିତ୍ତିକ ରାଜ୍ୟ ଓଡ଼ିଶାରେ ୭୦ ପ୍ରତିଶତ ଲୋକଙ୍କ ମୁଖ୍ୟ ଜୀବିକା ହେଉଛି ଚାଷବାସ । କିନ୍ତୁ ସରକାରଙ୍କ ଦିଶାହୀନ କୃଷି ନୀତି ଯୋଗୁ ରାଜ୍ୟରେ କୃଷି କ୍ଷେତ୍ରରେ ଆୟ କମିବାରେ ଲାଗିଛି । ଏକଦା କୃଷି ଉପରେ ନିର୍ଭର କରୁଥିବା ରାଜ୍ୟ ଅର୍ଥନୀତି ଏବେ ଚାଷବାସକୁ ପଛରେ ପକାଇ ଦେଇଛି । ଗୋଟିଏ ସମୟରେ ରାଜ୍ୟରେ ମୋଟ ଘରୋଇ ଉପôାଦ (ଜିଏସ୍ଡିପି) ର ୭୦ ଭାଗ କେବଳ କୃଷି କ୍ଷେତ୍ରରେ ମିଳୁଥିଲା । ମାତ୍ର ଚାଷ ପାଇଁ ନିର୍ଦ୍ଧିଷ୍ଟ ନୀତି ଓ ପ୍ରୋତ୍ସାହନ ଅଭାବରୁ ଏହା ଏବେ କମି କମି ୧୨.୩୩ ପ୍ରତିଶତରେ ପହଞ୍ଚôଲାଣି । ଏ ପରିସଂଖ୍ୟାନ ସ୍ପଷ୍ଟ କରୁଛି, ଗତ ୧୬ ବର୍ଷ ଧରି ରାଜ୍ୟ ଶାସନ କରୁଥିବା ନବୀନ ସରକାର କୌଣସି ଗଠନମୂଳକ ପଦକ୍ଷେପ ନେଇପାରିନାହାଁନ୍ତି । କେବଳ ଉପର ଠାଉରିଆ ଭାବେ ସରକାର ଚାଷୀର ଜୟ ଜୟ ଗାନ କରୁଛନ୍ତି ସିନା, କିନ୍ତୁ ପ୍ରକୃତ ପକ୍ଷେ •ଷୀକୁଳ ପାଇଁ ସରକାରଙ୍କର ଟିକିଏ ଦରଦ ନାହିଁ । ପ୍ରତିବର୍ଷ ଚାଷୀ ପରିବାର ବନ୍ୟା, ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି । ସରକାର କାଗଜପତ୍ରରେ ଘୋଷଣା କରୁଥିବା ପ୍ୟାକେଜ୍ ଓ ସବ୍ସିଡି ପ୍ରକୃତ •ଷୀଙ୍କ ପାଖରେ ପହଞ୍ଚôପାରୁ ନାହିଁ । ଅତଏବ, ରାଜ୍ୟର ପ୍ରଧାନ ଜୀବିକା କୁହାଯାଉଥିବା କୃଷି କ୍ରମାଗତ ଅବହେଳା ଯୋଗୁ ଏବେ ସଂକଟ ମଧ୍ୟ ଦେଇ ଗତି କରୁଛି । ଯାହାର ଭୟଙ୍କର ପରିଣାମ ହେଉଛି – •ଷୀ ଆତ୍ମହତ୍ୟା । ଚଳିତବର୍ଷ •ଷୀ ଆତ୍ମହତ୍ୟା ଓଡ଼ିଶା ଇତିହାସରରେ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି । ମାତ୍ର ଏ କଳଙ୍କକୁ ମୁଣ୍ଡାଇବା ପାଇଁ ସରକାର ନାରାଜ । ତିନିମାସ ଭିତରେ ଋଣ ଚାପରେ ଶତାଧିକ ଚାଷୀ ନିଜର ଅମୂଲ୍ୟ ଜୀବନକୁ ନଷ୍ଟ କରିଦେଇଥିବା ବେଳେ ସରକାର କୁମ୍ଭକର୍ଣ୍ଣ ନିଦରେ ଶୋଇଛନ୍ତି । ଗଣମାଧ୍ୟମର ରିପୋର୍ଟ ଓ ବିରୋଧୀ ଦଳର ଦାବିକୁ ସରକାର ତିଳେମାତ୍ର ଭୃକ୍ଷେପ କରୁନାହାଁନ୍ତି । ଏପରିକି, ଶତାଧିକ ଚାଷୀଙ୍କ ଜୁଇ ଜଳୁଥିବା ବେଳେ ସରକାର ଚାଷୀ ଆତ୍ମହତ୍ୟାର କାରଣ ଋଣଚାପ କି ଫସଲ ହାନି ଜନିତ ନୁହେଁ ବୋଲି କହି ଆତ୍ମସନ୍ତୋଷ ଅନୁଭବ କରୁଛନ୍ତି । ମୁଖ୍ୟ ବିରୋଧିଦଳ ଭାବେ କଂଗ୍ରେସ, କେଉଁ ପରିସ୍ଥିତିରେ •ଷୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି ଏବଂ ସରକାର ପ୍ରକୃତରେ •ଷୀକୁ କି ସହାୟତା ଯୋଗାଇ ଦେଇଛନ୍ତି, ଏ ସବୁର ଟିକିନିଖି ତଥ୍ୟ ଶ୍ୱେତପତ୍ର ଆକାରରେ ପ୍ରକାଶ କରିବାକୁ ଦାବି କରିଆସିଛି । କାଳେ ପ୍ରକୃତ ପରିସଂଖ୍ୟାନ ଦେଲେ ସରକାରଙ୍କ ଅସଲ ଚେହେରା ଧରା ପଡ଼ିଯିବ, ସେଇ ଭୟରେ କଂଗ୍ରେସର ଦାବିକୁ ସରକାର ଏଡ଼ାଇ ଦେଇଛନ୍ତି । ସୁତରାଂ, ମୁଖ୍ୟ ବିରୋଧି ଦଳ ହିସାବରେ ନିଜ ଦାୟିତ୍ୱ ସଂପାଦନ କରିବା ପାଇଁ କଂଗ୍ରେସ ଏ ଶ୍ୱେତପତ୍ର ପ୍ରକାଶ କରୁଛି ।
ରାଜ୍ୟରେ ଥିବା ମୋଟ ଚାଷୀଙ୍କର ୭୨ ପ୍ରତିଶତ ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର •ଷୀ । ଏମାନଙ୍କ ମଧ୍ୟରେ ଭୂମିହୀନ ତଥା ଭାଗ•ଷୀ ମଧ୍ୟ ଅନ୍ତର୍ଭୁକ୍ତ । ରାଜ୍ୟରେ ହେକ୍ଟର ପିଛା କୃଷି ଉପôାଦନ କମିବାରେ ଲାଗିଛି । ୨୦୧୨-୧୩ରେ ଧାନ ଉପôାଦନ ହେକ୍ଟର ପିଛା ହାରାହାରି ୨୩.୬୧ କ୍ୱିଣ୍ଟାଲ ଥିବା ବେଳେ ୨୦୧୩-୧୪ ରେ ଏହା କମି ୧୮.୨୧ କ୍ୱିଣ୍ଟାଲରେ ପହଞ୍ଚôଛି । ରାଜସ୍ୱ ବିଭାଗ ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ମରୁଡ଼ିରେ ୨୧ ଟି ଜିଲ୍ଲାର ୧୩୯ ଟି ବ୍ଲକ କ୍ଷତିଗ୍ରସ୍ତ ହୋଇଛି । ୨୨୧୪ ଟି ଗ୍ରାମ ପଞ୍ଚାୟତ ଓ ୨୧ଟି ପୌରାଞ୍ଚଳ ମରୁଡ଼ିଗ୍ରସ୍ତ ହୋଇଥିବା ବେଳେ ୧୬ ହଜାର ୧୯ଟି ଗାଁରେ ୩୩ ପ୍ରତିଶ୍ରତ ଫସଲହାନୀ ହୋଇଛି । ବଲାଙ୍ଗୀର ଜିଲ୍ଲାରେ ସର୍ବାଧିକ ୨୮୪ଟି ପଞ୍ଚାୟତର ୧୭୪୮ ଟି ଗାଁରେ ଚାଷ ନଷ୍ଟ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲାରେ ସର୍ବନିମ୍ନ ୧୩ଟି ପଞ୍ଚାୟତର ୯୩ଟି ଗାଁରେ ଫସଲ ନଷ୍ଟ ହୋଇଛି ।ଚଳିତବର୍ଷ ଫସଲ ହାନୀ ଓ ଋଣ ଚାପରେ ନଭେମ୍ବର ୨୦ ତାରିଖ ସୁଦ୍ଧା ୧୧୧ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି । ଚଳିତବର୍ଷ କମ୍ ବୃଷ୍ଠିପାତ ହେବ ବୋଲି ପାଶିପାଗ ବିଭାଗ ପୂର୍ବାନୁମାନ କରୁଥିବା ବେଳେ ରାଜ୍ୟ ସରକାର ମଧ୍ୟ ଏ ସମ୍ପର୍କରେ ଅବଗତ ଥିବା ବେଳେ ବିଧାନସଭାର କଂଗ୍ରେସ ପକ୍ଷରୁ ମୌସୁମୀ ଅଧିବେଶନରେ ମଧ୍ୟ ମରୁଡ଼ି ପ୍ରସଙ୍ଗରେ ଆଗତ ଏକ ମୁଲତବି ପ୍ରସ୍ତାବ ଆଲୋଚନାର ଉତ୍ତର ଦେଇ ବିଭାଗୀୟ ମନ୍ତ୍ରୀ କହିଥିଲେ ରାଜ୍ୟରେ ସ୍ୱଳ୍ପ ବୃଷ୍ଟିପାତ ସଂପର୍କରେ ସରକାର ଅବଗତ ଅଛନ୍ତି ଏବଂ ମରୁଡି ପରିସ୍ଥିତି ହେଲେ ତାର ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଉତ୍ତର ଦେଇଥିଲେ । ହେଲେ ବାସ୍ତବରେ ସରକାର ବିଧାନସଭାକୁ ବିଭ୍ରାନ୍ତ କରିଥିଲେ । ମରୁଡି ପରିସ୍ଥିତି ମୁକାବିଲା କରିବା ପାଇଁ ପଦକ୍ଷେପ ନନେଇ ନାହିରେ ତେଲ ଦେଇ ବସିଗଲେ । ଦୁଃଖର କଥା, ରାଜ୍ୟ ସରକାରଙ୍କ ଅବହେଳା ଯୋଗୁ କେନାଲମାନଙ୍କର ଶେଷ ଭାଗରେ ଜଳ ପହଞ୍ଚôପାରିଲା ନାହିଁ । ବିଭିନ୍ନ ଜଳଭଣ୍ଡାରରୁ ଜଳଯୋଗାଣର ଅବ୍ୟବସ୍ଥା ସରକାରୀକୃତ । ଜଳ ଭଣ୍ଡାରରେ ଜଳ ମହଜୁଦ୍ର ପରିମାଣ ଦେଖିଲେ ଅନୁଭବ ହେଉଛି, ସରକାର ଚାହିଁଥିଲେ ଠିକ୍ ସମୟରେ ଜଳ ଯୋଗାଇପାରିଥାନ୍ତେ । ତାହା ହେଲା ନାହିଁ । ରାଜ୍ୟରେ ଥିବା ସମସ୍ତ ଲିପ୍ଟ ପଏଣ୍ଟଗୁଡ଼ିକୁ ବିଦୁ୍ୟତ ସଂଯୋଗ ଦିଆଯାଇ ପାରି ନ ଥିବା ଏବଂ ବିଭିନ୍ନ କାରଣରୁ ଅଚଳ ହୋଇପଡ଼ିରହିଥିବା ସରକାରଙ୍କୁ ବହୁ ଆଗରୁ ଜଣାଥିଲା ଚାଷୀ ସ୍ୱାର୍ଥ ପ୍ରତି ଆନ୍ତରିକତା ଅଭାବରୁ ଜଳସେଚନ ପାଇଁ ସରକାର ଆରମ୍ଭ କରିଥିବା ସବୁ ଯୋଜନା ଫେଲ ମାରିଛି । ସୁତରାଂ, ସର୍ବାଧିକ ଚାଷୀଙ୍କୁ ଏବେ ବି ଫସଲ ଅମଳ କରିବା ପାଇଁ ବର୍ଷା ଉପରେ ନିର୍ଭର କରିବାକୁ ପଡ଼ୁଛି । ମୋଟ ଉପରେ ଫସଲ ହାନୀ ସରକାରଙ୍କ ଜ୍ଞାତସାରରେ ଘଟିଛି । ଏହା ଦୈବୀକୃତ ବୋଲି କହି ଖସିଯିବା ଏକ ଅକ୍ଷମଣୀୟ ଅପରାଧ ।
ଚଳିତ ବର୍ଷ ସରକାର ୫,୫୦୦ କୋଟି ଟଙ୍କା ସମବାୟ ଋଣ ଖରିଫ ଚାଷୀଙ୍କୁ ଯୋଗାଇ ଦେବାକୁ ଲକ୍ଷ ଧାର୍ଯ୍ୟ କରିଥିବା ବେଳେ ମାତ୍ର ୪୩୬ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି । ଋଣ ବ୍ୟବସ୍ଥାରୁ ନାମମାତ୍ର ଚାଷୀ ଓ ଭାଗଚାଷୀମାନେ ବଞ୍ଚôତ ହେବାରୁ ସେମାନେ ମହାଜନଙ୍କ ଠାରୁ ଚଢା ସୁଧରେ ଋଣ ଆଣିବାକୁ ବାଧ୍ୟ ହୋଇଥିଲେ । ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶରେ ମାଇନସ୍ ଦଶ ପ୍ରତିଶତ ହାରରେ କୃଷି ଋଣ ମିଳୁଥିବା ବେଳେ ଓଡିଶା ସରକାର କୃଷି ଋଣ ଉପରେ ସୁଧ ଆଦାୟ କରିବା ଦୁର୍ଭାଗ୍ୟଜନକ । ଚାଷୀ ଆତ୍ମହତ୍ୟାର ପ୍ରମୁଖ କାରଣ ହେଉଛି ଫସଲ ହାନୀ ଓ ଋଣ ପରିଶୋଧ ନକରିବାର ଭୟ । ରାଜ୍ୟର ଚାଷୀମାନଙ୍କ ମଧ୍ୟରେ ମୋଟ ୭୨ ଭାଗ କ୍ଷୁଦ୍ର, ନାମମାତ୍ର ଚାଷୀ ଓ ଭୂମିହୀନ ଚାଷୀ ହୋଇଥିବା ଯୋଗୁଁ ଫସଲହାନୀ ହେଲେ ମହାଜନଙ୍କ ଠାରୁ ଆଣିଥିବା ଋଣ ସୁଝିବା ସେମାନଙ୍କ ପାଇଁ ଜୀବନ ମରଣ ସମସ୍ୟା ହୋଇପଡେ । ଏହାର ପରିଣାମ ସ୍ୱରୂପ ଚାଷୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି । ଯେଉଁଥିପାଇଁକି ରାଜ୍ୟ ସରକାର ସଂପୂର୍ଣ୍ଣ ଭାବେ ଦାୟୀ ।
ଚାଷୀମାନଙ୍କ ସମସ୍ୟାକୁ ନେଇ କଂଗ୍ରେସ ଅହରହ ସଂଗ୍ରାମ କରିଚାଲିଥିବା ବେଳେ ରାଜ୍ୟର ମରୁଡି ପରିସ୍ଥିତି ସଂପର୍କରେ ରାଜ୍ୟ ସରକାରଙ୍କୁ କୁମ୍ଭକର୍ଣ୍ଣ ନିଦ୍ରାରେ ଉଠାଇବା ପାଇଁ ଉଦ୍ୟମ କରାଯାଇଥିଲା । ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ଅଧ୍ୟକ୍ଷତାରେ ଏକ ମରୁଡି ଅନୁଧ୍ୟାନ କମିଟି ରାଜ୍ୟର ବିଭିନ୍ନ ଅଞ୍ଚଳ ଗସ୍ତ କରି ମରୁଡିର ଭୟାବହ ସ୍ଥିତି ସଂପର୍କରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ଦିଆଯାଇଥିଲା । ହେଲେ ସରକାର କଂଗ୍ରେସର ଦାବିକୁ ସଂପୂର୍ଣ୍ଣ ଭାବେ ନଜର ଅନ୍ଦାଜ କରିଚାଲିଲେ । ସରକାର ଏଠି କୁମ୍ଭକର୍ଣ୍ଣ ନିଦ୍ରରେ ଶୋଇଥିବା ବେଳେ ଏଆଇସିସି ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଓଡିଶା ଗସ୍ତରେ ଆସି ଆତ୍ମହତ୍ୟା କରିଥିବା ଚାଷୀ ପରିବାରକୁ ଭେଟି ସମବେଦନା ଜ୍ଞାପନ କରିବା ସହ ‘ଚାଷୀ ବଞ୍ଚାଅ’ ପଦଯାତ୍ରାରେ ସାମିଲ ହୋଇଥିଲେ । ଲଜ୍ଜାର ବିଷୟ ରାଜ୍ୟ ସରକାର ଓ ଶାସକ ବିଜେଡି ଲୋକଙ୍କ ଦୁର୍ଦ୍ଧିନରେ ସାହା ହେବା ତ ଦୂରର କଥା ଆହା ଟିକେ କରିବା ପାଇଁ ସେମାନଙ୍କ ପାଖରେ ବି ପହଞ୍ଚôଲେ ନାହିଁ । ଅପରପକ୍ଷରେ ରାଜ୍ୟରେ ଚାଷୀ ଆତ୍ମହତ୍ୟା ମଡକ ରୂପ ନେଉଥିବା ବେଳେ ଚାଷୀ ଆତ୍ମହତ୍ୟା କାରଣକୁ ନେଇ ସରକାରଙ୍କ ମନ୍ତ୍ରୀ ଓ ଶାସକ ଦଳର ନେତାମାନଙ୍କର ବିଦ୍ରୁପାତ୍ମକ ମନ୍ତବ୍ୟ ଚାଷୀକୂଳ ପ୍ରତି ସରକାରଙ୍କ ହେୟ ମନୋଭାବକୁ ପ୍ରତିଫଳିତ କରିଆସିଛି । କେବଳ ବିରୋଧି ନୁହଁନ୍ତି, ରାଜ୍ୟ ସରକାରଙ୍କ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ଆଭିମୁଖ୍ୟକୁ ଖୋଦ୍ ଶାସକ ଦଳର ସାଂସଦ ଓ ନେତାମାନେ ସମାଲୋଚନା କରିଛନ୍ତି । ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ପ୍ୟାକେଜ୍ ରାଜ୍ୟର ଚାଷୀକୂଳ ଦ୍ୱାରା ଗ୍ରହଣୀୟ ହୋଇପାରିନାହିଁ । ଯାହାର ପରିଣାମସ୍ୱରୂପ ଚାଷୀ ଆତ୍ମହତ୍ୟା ମହାମାରୀ ରୂପ ଧାରଣ କରି ଏବେ ୧୧୧ ଜଣ ଚାଷୀଙ୍କ ଜୀବନ ଗଲାଣି । ଆତ୍ମହତ୍ୟା କରୁଥିବା ଚାଷୀ ପରିବାରକୁ ସମବେଦନା ଜ୍ଞାପନ କରିବା ତଥା ଦୁର୍ଦ୍ଧିନରେ ଥିବା ଚାଷୀଙ୍କୁ ସହାୟତା ନିଶ୍ଚିତ କରିବା ବଦଳରେ ସୋହେଲା ଠାରେ ପ୍ରାୟୋଜିତ ଚାଷୀ ସମାବେଶ ଡକାଇ ଚାଷୀକୂଳ ପ୍ରତି କେବଳ ଉପହାସ କରିବା ଉଦ୍ୟମ କରିଛନ୍ତି ରାଜ୍ୟ ସରକାର ।
ତେଣୁ ଏଭଳି ପରିସ୍ଥିତିରେ କୃଷି କୃଷକଙ୍କ ପ୍ରସଙ୍ଗରେ କେତୋଟି ପ୍ରଶ୍ନ ପଚାରିବାକୁ ଚାହେଁ କଂଗ୍ରେସ ।
୨୦୦୦ ମସିହାରୁ ଏଯାବତ୍ କୃଷି କୃଷକଙ୍କ ଉନ୍ନତି ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ନବୀନ ସରକାର କେଉଁ ପ୍ରତିଶ୍ରୁତି ରଖିଛନ୍ତି ? ୩୫ ପ୍ରତିଶତ ଜଳସେଚନ ବ୍ୟବସ୍ଥା ଗଲା କୁଆଡେ ? ଶୀତଳ ଭଣ୍ଡାର ଓ ଗୋଦାମ ଘର କେଉଁଠି ନିର୍ମାଣ ହେଲା ? ଏକ ପ୍ରତିଶତ ସୁଧ ହାରରେ ଚାଷୀଙ୍କୁ ଋଣ କେବେ ମିଳିବ ? ମାଗଣା ବିଦୁ୍ୟତ ଘୋଷଣା କୁଆଡେ ଗଲା ? ଶସ୍ୟ ବୀମା ଓ ବିହନ ସାର ପାଇଁ କର୍ପସ ପାଣ୍ଠି କୁଆଡେ ଗଲା ? କୃଷକ କମିଶନ ରିପୋର୍ଟ କେଉଁ ଡଷ୍ଟବିନ୍ରେ ପଡିଛି ? ଅନ୍ଲାଇନ୍ ପେମେଣ୍ଟ ସିଷ୍ଟମ ବ୍ୟବସ୍ଥା କ’ଣ ହେଲା ? ମରୁଡି ଯୋଗୁଁ ଫସଲହାନୀ ହୋଇଥିବା ବେଳେ ମଣ୍ଡି କାହା ପାଇଁ ଖୋଲାଯାଉଛି?
ତେଣୁ ନିଦରେ ଶୋଇଥିବା ଏହି ଦାୟିତ୍ୱହୀନ ଚାଷୀହନ୍ତା ସରକାର ନିକଟରେ କଂଗ୍ରେସ ଦାବି କରେକି ମରୁଡି ଓ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ସରକାର ତୁରନ୍ତ ଶ୍ୱେତପତ୍ର ପ୍ରକାଶ କରିବା ସହ ସର୍ବଦଳୀୟ ବୈଠକ ଡାକି ସମସ୍ୟା ସମାଧାନ କରନ୍ତୁ । ଚାଷୀଙ୍କୁ କୃଷି ଋଣ, ଜଳକର ଓ ଖଜଣା ଛାଡ କରିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏକର ପିଛା ୨୦ ଲକ୍ଷ ଟଙ୍କା ଦିଆଯାଉ । ଆତ୍ମହତ୍ୟା ଓ ମୃତୁ୍ୟବରଣ କରିଥିବା ଚାଷୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ, ରବି ଫସଲ ପାଇଁ ମାଇନସ୍ ୧୦ ପ୍ରତିଶତ ସୁଧହାରରେ କୃଷିଋଣ ଯୋଗାଇ ଦେବା ସହ ଅଚଳ ଉଠା ଜଳସେଚନ ପଏଣ୍ଟ ଗୁଡିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ସହ ମାଗଣା ବିଜୁଳି ବ୍ୟବସ୍ଥା କରାଯାଉ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ କ୍ୱିଣ୍ଟାଲ ପିଛା ୩୦୦ ଟଙ୍କା ବୋନସ୍, ଭାଗଚାଷୀଙ୍କୁ ବୈଧ ସ୍ୱୀକୃତି ଦେବା ପାଇଁ ଭୂସଂସ୍କାର ଆଇନରେ ସଂଶୋଧନ, ମନରେଗାରେ ୨୦୦ ଦିନର କାର୍ଯ୍ୟଦିବସ ଯୋଗାଇ ଦେବା ସହ ମରୁଡି କ୍ଷତିଗ୍ରସ୍ତ ଅଞ୍ଚଳରେ ୩୦ ପ୍ରତିଶତ ଅଧିକ ମଜୁରୀ ଦେବା ଓ ଏ ବାବଦ ଅର୍ଥକୁ ଚାଷ କ୍ଷେତ୍ରରେ ମଜୁରୀ ବାବଦରେ ଉପଯୋଗ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଉ । ମରୁଡିଗ୍ରସ୍ତ ଅଞ୍ଚଳରେ ଖାଦ୍ୟ, ପାନୀୟ ଜଳ ଓ ଔଷଧ ବ୍ୟବସ୍ଥା କରାଯାଉ । ଗୃହପାଳିତ ପଶୁଙ୍କ ପାଇଁ ଗୋଖାଦ୍ୟ ଯୋଗାଇ ଦେବା ସହ ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ଦେଢ଼ଗୁଣ ବଢାଯାଉ । ମହାରାଷ୍ଟ୍ରକୁ କେନ୍ଦ୍ର ସରକାର ମରୁଡି ପାଇଁ ୨ ହଜାର କୋଟି ଟଙ୍କା ଦେଉଥିବା ବେଳେ ଓଡିଶାକୁ ତୁରନ୍ତ ସ୍ୱତନ୍ତ୍ର ପ୍ୟାକେଜ୍ ଦିଅନ୍ତୁ । କେନ୍ଦ୍ର ସରକାର ପୂର୍ବରୁ ଘୋଷଣା କରିଥିବା ୫ ହଜାର ଟଙ୍କା ଲେଖାଏଁ କୃଷକ ଭତ୍ତା ତୁରନ୍ତ ପ୍ରଦାନ କରାଯାଉ ବୋଲି କଂଗ୍ରେସ ପକ୍ଷରୁ ଅଣାଯାଇଥିବା ଶ୍ୱେତପତ୍ରରେ ଉଲ୍ଲେଖ ରହିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମିଡିଆ ସେଲ୍ ଅଧ୍ୟକ୍ଷ ପ୍ରଫେସର କୈଳାସ ଆଚାର୍ଯ୍ୟ, ମୁଖପାତ୍ର ସୁଲୋଚନା ଦାସ, ଗିରିଜା ଶଙ୍କର ଦାଶ, ସୌଗତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!