ଅନୁଗୁଳ ଜିଲ୍ଲ୍ା ବିଜେପି ସଭାପତିଙ୍କ ରାତି ଅଧିଆ ଗିରଫକୁ ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂହଦେଓଙ୍କ ନିନ୍ଦା

ଭାରତୀୟ ଜନତା ପାର୍ଟି ଅନୁଗୁଳ ଜିଲ୍ଲ୍ା ସଭାପତିଙ୍କ ରାତିଅଧିଆ ଗିରଫଦାରିକୁ ରାଜ୍ୟ ସଭାପତି ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଦୃଢଭାବେ ନିନ୍ଦା କରିଛନ୍ତି ।
ରାଜ୍ୟ ସଭାପତି ଶ୍ରୀ ସିଂହଦେଓ, ଉପ ସଭାପତି ରୁଦ୍ର ନାରାୟଣ ପାଣି ଏବଂ ରାଜ୍ୟ ମୁଖପାତ୍ର ସମୀର ମହାନ୍ତି ମିଳିତ ଭାବେ କହିଛନ୍ତି ଯେ, ଖାଦ୍ୟ ସୁରକ୍ଷା ଆଇନରେ ଯୋଗ୍ୟ ହିତାଦିକାରୀଙ୍କୁ ତାଲିକାଭୁକ୍ତ କରାନଗଲେ ପ୍ରଶାସନିକ ଅଧିକାରୀ ସରକାରଙ୍କ ପାଖରେ ଏ ସମ୍ପର୍କରେ ଉଠାଇବାର ସମ୍ପୂର୍ଣ୍ଣ ଅଧିକାର ତାଙ୍କ ଦଳ ବିଜେପିର ରହିଛି । ଏହି ପରିପ୍ରେକ୍ଷୀରେ କଣିଆଁ ବ୍ଲକରେ ଆନେ୍ଦାଳନ କରିଥିବା ଅନୁଗୁଳ ଜିଲ୍ଲା ସଭାପତି ଶ୍ରୀ ଅଶୋକ ମହାନ୍ତି କିଛି ଅପରାଧ କରିନାହାନ୍ତି ବରଂ ଜନସମସ୍ୟାକୁ ପ୍ରଶାସନିକ ଅଧିକାରୀଙ୍କ ପାଖରେ ଉପସ୍ଥାପିତ କରି ତାଙ୍କର ଦାୟୀତ୍ୱ ପାଳନ କରିଛନ୍ତି । ପୋଲିସର ରାତିଅଧିଆ ଗିରଫ ଅତ୍ୟନ୍ତ ନିନ୍ଦନୀୟ ବୋଲି ମତ ପ୍ରକାଶ କରିଛନ୍ତି ।
ଗଣତାନ୍ତ୍ରୀକ ପ୍ରତିବାଦର କଣ୍ଠରୋଧ କରିବାର ରାଜ୍ୟ ସରକାରଙ୍କ ପ୍ରୟାସକୁ ବରଦାସ୍ତ କରାଯିବ ନାହିଁ ବୋଲି ରାଜ୍ୟ ସଭାପତି ଶ୍ରୀ ସିଂହଦେଓ ପ୍ରକାଶ କରିଛନ୍ତି ।

Share in top social networks!