ବିଜୁ ଛାତ୍ର ଜନତା ଦଳର ରାଜ୍ୟସ୍ତରୀୟ ମେଗା ଛାତ୍ର ସମାବେଶ ନଭେମ୍ବର ୨୩ରେ

bijuubijuuବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆସନ୍ତା ନଭେମ୍ବର ୨୩ ତାରିଖ ସୋମବାର ଦିନ ଭୁବନେଶ୍ୱର ୟୁନିଟ-୯ସ୍ଥିତ ସ୍ୱାଧୀନତା ସଂଗ୍ରାମୀ ପଡ଼ିଆରେ ଏକ ରାଜ୍ୟସ୍ତରୀୟ ବିଶାଳ ଛାତ୍ର ସମାବେଶ ଆୟୋଜିତ ହେବ । ଦେଶର ପ୍ରମୁଖ ଗଣମାଧ୍ୟମ ସଂସ୍ଥା “ଇଣ୍ଡିଆ ଟୁଡେ” ତରଫରୁ ୨୦୧୫ ମସିହାରେ କରାଯାଇଥିବା ଏକ ସର୍ଭେରେ ଓଡିଶାକୁ ସାମଗ୍ରୀକ ବିକାଶ କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ୫ମ ସ୍ଥାନ ପ୍ରାପ୍ତ ହେବା, ଚଳିତ ବର୍ଷର ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳର ବିପୁଳ ସଫଳତା, ଛାତ୍ରଛାତ୍ରୀ ଏବଂ ଯୁବଗୋଷ୍ଠୀଙ୍କ ନିମନ୍ତେ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ରୂପାୟନ ଏବଂ ରାଜ୍ୟର ବିକାଶ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଙ୍ଗୀକାରବଦ୍ଧତାକୁ ପାଥେୟ କରି ନଭେମ୍ବର ୨୩ ତାରିଖରେ ଆୟୋଜିତ ହେବାକୁ ଥିବା ଏହି ମେଗା ଛାତ୍ର ସମାବେଶ ବିଶେଷ ଗୁରୁତ୍ୱ ବହନ କରୁଛି ବୋଲି ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ତଥା ଚାନ୍ଦବାଲି ବିଧାୟକ ଶ୍ରୀ ବ୍ୟୋମକେଶ ରାୟ ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ଏହି ଅବସରରେ ନଭେମ୍ବର ୨୨ ତାରିଖ ସନ୍ଧ୍ୟାରେ ସ୍ଥାନୀୟ ରାଷ୍ଟ୍ରଭାଷା ପ୍ରଚାର ସଭା ପଡିଆଠାରେ ଏକ ବିଶାଳ ଫଟୋଚିତ୍ର ପ୍ରଦର୍ଶନୀ ଉଦ୍ଘାଟିତ ହେବ । ଏହି ବିଶେଷ ଫଟୋ ପ୍ରଦର୍ଶନୀରେ ବିଶିଷ୍ଟ ଜନନାୟକ ତଥା ରାଷ୍ଟ୍ରନୀତିଜ୍ଞ ବିଜୁ ପଟ୍ଟନାୟକଙ୍କ ରାଜନୈତିକ ଏବଂ ବ୍ୟକ୍ତିଗତ ଜୀବନର ଦୁଃର୍ଲଭ ଫଟୋଚିତ୍ର ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ ଓ ରାଜ୍ୟର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତାର ଫଟୋଚିତ୍ର ପ୍ରଦର୍ଶିତ ହେବ । ଛାତ୍ରଛାତ୍ରୀ ତଥା ସର୍ବସାଧାରଣଙ୍କ ନିମନ୍ତେ ଏହି ପ୍ରଦର୍ଶନୀ ୨୨-୨୪ ନଭେମ୍ବର ପର୍ଯ୍ୟନ୍ତ ଖୋଲା ରହିବ । ଏହି ବିଶେଷ ଫଟୋ ପ୍ରଦର୍ଶନୀ ଛାତ୍ରଛାତ୍ରୀଙ୍କୁ ରାଜ୍ୟର ବିକାଶ ନିମନ୍ତେ ନିଜକୁ ସମର୍ପିତ କରିବା ନିମନ୍ତେ ଅନୁପ୍ରାଣୀତ କରିବ ବୋଲି ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାପତି ଶ୍ରୀ ରାୟ ପ୍ରକାଶ କରିଛନ୍ତି ।

୨୦,୦୦୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀଙ୍କ ଯୋଗଦାନ ଏହି ମେଗା ସମାବେଶକୁ ଏକ ବିଶେଷ ଉପଲବ୍ଧି ପ୍ରଦାନ କରିବ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ବିଶାଳ ଛାତ୍ର ସମାବେଶକୁ ଉଦ୍ବୋଧନ ଦେବେ । ଚଳିତ ମେଗା ଛାତ୍ର ସମାବେଶ ମଧ୍ୟ ଡିଜିଟାଲ ପଦ୍ଧତିରେ ଆୟୋଜିତ ହେବ ଏବଂ ଏହାର ସିଧା ପ୍ରସାରଣ ଙ୍ଗଙ୍ଗଙ୍ଗ.ଭହୟକ୍ଟୟସଗ୍ଦଷବ.କ୍ଟକ୍ସଶ.ସଦ୍ଭ ଜରିଆରେ ପ୍ରସାରିତ କରାଯିବାକୁ ନିଷ୍ପତି ନିଆଯାଇଛି । ଏହି ସାଇଟ୍ କ୍ଲିକ୍ କରି ଛାତ୍ରଛାତ୍ରୀ ତଥା ସମସ୍ତ ଓଡିଶାବାସୀ ଯେକୌଣସି ସ୍ଥାନରୁ ଏହି ମେଗା ସମାବେଶକୁ ଅନ୍ଲାଇନ ଜରିଆରେ ଦେଖିପାରିବେ ବୋଲି ଶ୍ରୀ ରାୟ ପ୍ରକାଶ କରିଛନ୍ତି । ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ରାଜ୍ୟ ଏବଂ ରାଜ୍ୟ ବାହାରେ ରହୁଥିବା ଓଡିଶାର ଛାତ୍ରଛାତ୍ରୀ ତଥା ଯୁବଗୋଷ୍ଠୀଙ୍କ ନିକଟରେ ରାଜ୍ୟ ସରକାରଙ୍କର ବିଭିନ୍ନ ବିକାଶ ମୂଳକ ଯୋଜନା ପହଂଚାଇବାର ପ୍ରୟାସ ନିରନ୍ତର ଜାରି ରହିବ ବୋଲି ଶ୍ରୀ ରାୟ ସୂଚନା ଦେଇଛନ୍ତି ।
ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ମାନ୍ୟବର ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ସମେତ ବିଧାୟକ ପ୍ରଶାନ୍ତ ଜଗଦେ୍ଧବ, ବିଧାୟକ ପ୍ରଣବ ବଳବନ୍ତ ରାୟ, ବିଧାୟକ ଡ. ପ୍ରିୟାଂଶୁ ପ୍ରଧାନ, ଛାତ୍ର ଜନତା ଦଳ ରାଜ୍ୟ ଉପସଭାପତି ଅମରେଶ ପତ୍ରି, ସନ୍ତୋଷ ବେଜ୍, ଅମରଜିତ୍ ସେନାପତି, ମନ୍ଦାକିନୀ କର, ଜିଲ୍ଲା ସଭାପତି ରାଣା ପ୍ରତାପ ପାତ୍ର, ସାଧାରଣ ସଂପାଦକ ରାକେଶ ରାମ, ମାନସ ମଲ୍ଲିକ, ମନୋଜ ସେନାପତି, ରାଜେଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ସମାବେଶର ମଂଚ ସଂପୂର୍ଣ୍ଣ ଏଲ୍ଇଡି ଡିସପ୍ଲେ ହେବା ସହିତ ସମାବେଶର ସିଧାପ୍ରସାରଣ ସଭାସ୍ଥଳରେ ଉପସ୍ଥିତ ଛାତ୍ରଛାତ୍ରୀ ଏବଂ ସାଧାରଣ ଜନତା ସ୍କ୍ରିନ୍ ଜରିଆରେ ଦେଖିପାରିବେ । ଏହା ସହିତ ଏହି ଡିଜିଟାଲ୍ ମଂଚ ମାଧ୍ୟମରେ ଓଡିଶାର ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ କର୍ମମୟ ଜୀବନର ଏକ ବୃତଚିତ୍ର ପ୍ରଦର୍ଶିତ ହେବ ।
ଏହି ବିଶାଳ ସମାବେଶକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଉଦ୍ଘାଟନ କରିବା ସହ ସମାବେଶରେ ସାମିଲ ଛାତ୍ର ପ୍ରତିନିଧିମାନଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ବିଜେଡିର ବରିଷ୍ଠ ନେତୃମଣ୍ଡଳୀ, ମନ୍ତ୍ରୀଗଣ, ସମସ୍ତ ସାଂସଦ ଓ ବିଧାୟକମାନେ ଉପସ୍ଥିତ ରହି ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଓ ଦଳର କାର୍ଯ୍ୟପନ୍ଥା ସଂପର୍କରେ ବକ୍ତବ୍ୟ ରଖିବେ ।
ସମାବେଶରେ ରାଜ୍ୟର ଉଚ୍ଚଶିକ୍ଷାର ବିକାଶ ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଓ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯିବ । ଏଥିରେ ବିଜୁ ଛାତ୍ର ଜନତା ଦଳର ସମର୍ଥିତ ସମସ୍ତ ଛାତ୍ର ସଂସଦ ପ୍ରତିନିଧି, ରାଜ୍ୟ ସାଂଗଠନିକ କମକର୍ତା, ଜିଲ୍ଲା ଛାତ୍ର ସଭାପତି ଓ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରତିନିଧିମାନେ ଉପସ୍ଥିତି ରହିବେ ।
ଏତଦ୍ବ୍ୟତିତ ରାଜ୍ୟରେ ଉଚ୍ଚଶିକ୍ଷାର ଭିତିଭୂମିର ବିକାଶ ସହ ୮୦ଟି ବ୍ଲକ୍ରେ ଆଇଟିଆଇ ସ୍ଥାପନ, ୧୩ଗୋଟି ସରକାରୀ ପଲିଟେକ୍ନିକ ପାଇଁ ଛାତ୍ରୀ ନିବାସ ନିର୍ମାଣ, ବୈଷୟିକ ଶିକ୍ଷା ଗ୍ରହଣ ପାଇଁ ଋଣ ବ୍ୟବସ୍ଥାକୁ ଦ୍ୱିଗୁଣିତ କରିବା, ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ବିଦେଶରେ ଉଚ୍ଚଶିକ୍ଷା ଲାଭ ପାଇଁ ଋଣ ପ୍ରଦାନ, ଲକ୍ଷାଧିକ ଜନଜାତି ବାଳିକାଙ୍କ ନିମନ୍ତେ ଛାତ୍ରୀ ନିବାସ ନିର୍ମାଣ, ମହାବିଦ୍ୟାଳୟ ଛାତ୍ରୀଙ୍କୁ ଆତ୍ମରକ୍ଷା କୌଶଳ ପ୍ରଦାନ, ନିଯୁକ୍ତି ମେଳା ମାଧ୍ୟମରେ ଯୁବକଯୁବତୀଙ୍କୁ ନିଯୁକ୍ତି ସହିତ ମେଧାବୀ ଛାତ୍ରଛାତ୍ରୀଙ୍କୁ ବୃତି ପ୍ରଦାନ, ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ପ୍ରଦାନ ଭଳି ରାଜ୍ୟ ସରକାରଙ୍କ ଉଲ୍ଲେଖନୀୟ ଯୋଜନାକୁ ଛାତ୍ରଛାତ୍ରୀଙ୍କ ମାଧ୍ୟମରେ ତୃଣମୁଳସ୍ତରରେ ପହଂଚାଇବାକୁ ଲକ୍ଷ୍ୟ ରଖାଯାଇଛି ।
ଏଥି ସହିତ ଓଡ଼ିଶା ନଲେଜ୍ କର୍ପୋରେସନ ଲି. ପ୍ରତିଷ୍ଠା ମାଧ୍ୟମରେ ପ୍ରଯୁକ୍ତିବିଦ୍ୟା ସାମର୍ଥ୍ୟ ଶିକ୍ଷା ପ୍ରଦାନ, ୨୦୦ ମହାବିଦ୍ୟାଳୟରେ ବ୍ରଡ୍ବ୍ୟାଣ୍ଡ୍ ସେବା ପ୍ରଦାନ, ଇ-ଆଡମିଶନ୍ ମାଧ୍ୟମରେ ପରୀକ୍ଷା ପଦ୍ଧତିରେ ସ୍ୱଚ୍ଛତା ଆଣିବା, ସ୍ମାର୍ଟ କ୍ଲାସ, ୱାଇଫାଇ କ୍ୟାମ୍ପସ, ନେଟ କୋଚିଂ କ୍ଲିନକ୍ ଭଳି ଗୁଣାତ୍ମକ କାର୍ଯ୍ୟକ୍ରମମାନର ସଫଳ ରୂପାୟନ ସଂପର୍କରେ ଛାତ୍ରମାନଙ୍କୁ ଅବଗତ କରାଇବା ସମାବେଶର ଉଦେ୍ଧଶ୍ୟ ରହିଛି ।
ଯୁବ ସମାଜକୁ ଗୁରୁତ୍ୱ ପ୍ରଦାନ କରି ଯୁବଶକ୍ତି ମାଧ୍ୟମରେ ରାଜ୍ୟର ପ୍ରଗତି ନିମନ୍ତେ ରାଜ୍ୟ ସରକାର ରାଜ୍ୟ ଯୁବନୀତି ପ୍ରଣୟନ କରିଛନ୍ତି । ମହିଳା ଏବଂ ଯୁବତୀମାନଙ୍କୁ ସଶକ୍ତିକରଣ କରାଇବା ଏବଂ ରାଜ୍ୟର ବିକାଶରେ ସେମାନଙ୍କୁ ସାମିଲ କରିବା ଲକ୍ଷ୍ୟରେ ରାଜ୍ୟ ବାଳିକା ଓ ମହିଳା ନୀତି ମଧ୍ୟ ପ୍ରଣୟନ କରାଯାଇଛି । ଛାତ୍ରୀମାନଙ୍କୁ ଶିକ୍ଷାର ସର୍ବୋଚ୍ଚ ସୋପାନକୁ ନେବା ତଥା ଶିକ୍ଷା କ୍ଷେତ୍ରରେ ସେମାନଙ୍କୁ ମର୍ଯାଦା ପ୍ରଦାନ କରିବା ଲକ୍ଷ୍ୟନେଇ ରାଜ୍ୟ ସରକାର ଐତିହାସିକ ପଦକ୍ଷେପ ସ୍ୱରୂପ ଓଡିଶାରେ ରମାଦେବୀ ମହିଳା ମହାବିଦ୍ୟାଳୟକୁ ପ୍ରଥମ ଏକକ ମହିଳା ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କରିଛନ୍ତି । ରାଜ୍ୟ ସରକାରଙ୍କର ଏସମସ୍ତ ଛାତ୍ରନିସନ୍ଧିଷôୁ ଯୋଜନା ଏବଂ ଛାତ୍ରଶକ୍ତି ମାଧ୍ୟମରେ ଓଡିଶାର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଆଦି ବିଭିନ୍ନ ବିଷୟ ଏହି ସମାବେଶରେ ରାଜ୍ୟର ଛାତ୍ରସମାଜକୁ ଅଭିମନ୍ତ୍ରିତ କରାଯିବାର ଉଦେ୍ଧଶ୍ୟ ରହିଛି ।

Share in top social networks!