ଉଦ୍ୟାପନ ହେଲା ୨୬ ତମ ପିକକ୍ ଶିଶୁମେଳା

pecucଶିଶୁମାନଙ୍କୁ ପାଠପଢା ସହିତ ନୈତିକ ମୂଲ୍ୟବୋଧ ତଥା ପରୋପକାରୀତା ଉପରେ ଶିକ୍ଷା ଦିଆଯିବା ଆବଶ୍ୟକ । ପିଲାମାନେ ସେମାନଙ୍କର ଅନ୍ତର୍ନିହିତ ଗୁଣକୁ ସମସ୍ତଙ୍କ ଆଗରେ ପରିପ୍ରକାଶ କରିବା ଓ ଏହାକୁ ସଠିକ ଭାବରେ ଉପଯୋଗ କରିବା ଦରକାର ବୋଲି ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଶ୍ରୀ ଗୋକୁଳ ଚନ୍ଦ୍ର ପତି ମତ ଦେଇଥିଲେ ।

ଏହାହେଲେ ପିଲାମାନେ ଏକ ସୁନ୍ଦର ପୃଥିବୀ ପାଇପାରିବେ ତଥା ଭଲ ମଣିଷ ହୋଇପାରିବେ ବୋଲି ରାଜ୍ୟ ମୁଖ୍ୟ ସଚିବ ଶ୍ରୀ ପତି କହିଛନ୍ତି । ଆଜି ସ୍ଥାନୀୟ ଏକ୍ରାମହାଟଠାରେ ଆୟୋଜିତ ୨୬ତମ ପିକକ୍ ଶିଶୁମେଳାର ଉଦ୍ୟାପନୀ ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶ୍ରୀ ଅଶୋକ କୁମାର ତ୍ରିପାଠୀ, ବୋର୍ଡ ଅଫ୍ ରେଭୁନୁ୍ୟ ମେମ୍ବର ଓ କେବିକେ ପ୍ରଶାସକ କହିଛନ୍ତି ଯେ ପିଲାମାନଙ୍କୁ ବଡ ମାନେ ସ୍ୱଛତା ତଥା ଭଲ ମଣିଷ ହେବା ପାଇଁ ଶିକ୍ଷା ଦେବା ଆବଶ୍ୟକ ଓ ପିଲାମାନଙ୍କୁ ସୁଯୋଗ ଦେଲେ ସେମାନେ ନିଜର ଦକ୍ଷତାକୁ ପ୍ରକାଶିତ କରିପାରିବେ । ପିକକ୍ ଶିଶୁମେଳା କମିଟିର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ପ୍ରଦୋଷ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀଯୁକ୍ତ ନିରଞ୍ଜନ ସାହୁ ଓ ଟି.ଡିଏଚ୍ର କୋଏଲ ଚୈାଧୁରୀ କହିଥିଲେ ଯେ ସୁରକ୍ଷିତ ଶୈଶବ ପାଇଁ ପରିବାର ଓ ସମାଜର ମୁଖ୍ୟ ଭୂମିକା ରହିବା ଦରକାର ।

ଏହା ହୋଇପାରିଲେ ପିଲାମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ସହ ଏକ ସମୃଦ୍ଧ ରାଷ୍ଟ୍ର ଗଠନ ହୋଇପାରିବ । ସମ୍ବାଦର ସଂପାଦକ ସୈାମ୍ୟରଂଜନ ପଟ୍ଟନାୟକ କହିଥିଲେ ଯେ ପିଲାମାନେ ଆମର ବର୍ତ୍ତମାନ ଓ ଭବିଷ୍ୟତ, ତାଙ୍କୁ ଏକ ସୁନ୍ଦର ଶୈଶବ ଓ ସୁନ୍ଦର ପରିବେଶ ଦେବା ଆମ ସମସ୍ତଙ୍କର ଦାୟିତ୍ୱ ପିଲାମାନଙ୍କ ଉପରେ ଚାପ ସୃଷ୍ଟି କରିବା ଉଚିତ୍ ନୁହେଁ । ପିକକ୍ର ସଂମ୍ପାଦକ ରଂଜନ ମହାନ୍ତି ଅତିଥିମାନଙ୍କୁ ସ୍ୱାଗତ କରି ଚଳିତ ବର୍ଷର କାର୍ଯ୍ୟକ୍ରମ ସଂକ୍ରାନ୍ତରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପିକକ୍ର ଅଧ୍ୟକ୍ଷା ଆଦରମଣି ବରାଳ, ପିକକ୍ର ଗୁଡ୍ଉଇଲ ଆମ୍ବାସାଡାର ନିକିତା ଦାସ, ଯୋଗ ଦେଇ ପିଲାମାନଙ୍କୁ ଶୁଭେଚ୍ଛା ଜଣାଇଥେôଲ । ପିକକ୍ର କାର୍ଯ୍ୟନିର୍ବାହୀ ଅନୁରାଧା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅବସରରେ ସନ୍ଦିପ ସାହୁଙ୍କୁ ସାମ୍ବାଦିକତା କ୍ଷେତ୍ରରେ ପାରଦର୍ଶିତା ପାଇଁ ସ୍ୱରୂପ ଜେନା ସ୍ମାରକୀ ସମ୍ମାନ, ଶିକ୍ଷକ ବିରେନ୍ଦ୍ର କୁମାର ସାମନ୍ତରାୟଙ୍କୁ. ଅବନୀ ବରାଳ ସ୍ମାରକୀ ସମ୍ମାନ, ଶ୍ରୀଯୁକ୍ତ ଶ୍ରୀନିବାସ ଆଚାର୍ଯ୍ୟଙ୍କୁ ଶିଶୁସାଥୀ ସମ୍ମାନ, ଶିଶୁଅଧିକାର କର୍ମୀ ଶ୍ରୀଯୁକ୍ତ ଗୈାରୀ ଶଙ୍କର ପଣ୍ଡାଙ୍କୁ ଡ.ପ୍ରଫୁଲ ଚନ୍ଦ୍ର ଦାସ ସ୍ମାରକୀ ଶିଶୁ ଅଧିକାର ସୁରକ୍ଷା ସମ୍ମାନ, ଶ୍ରୀମାନ ସୋ÷ମ୍ୟ ପ୍ରିୟଦର୍ଶୀ ପ୍ରଧାନଙ୍କୁ ଡ.ପ୍ରଫୁଲ ଚନ୍ଦ୍ର ଦାସ ସ୍ମାରକୀ ଶିଶୁ ପ୍ରତିଭା ସମ୍ମାନ,କୁମାରୀ ଶ୍ରାବଣୀ ନାୟକଙ୍କୁ ସମାଜସେବା ପାଇଁ ପ୍ରାଣନାଥ ପଟ୍ଟନାୟକ ସ୍ମାରକୀ ସମ୍ମାନ, କୁମାରୀ ପାଣ ମୁଣ୍ଡାଙ୍କୁ ସାହାସୀକତା ପାଇଁ ବାଜିରାଉତ ସ୍ମାରକୀ ସମ୍ମାନ, ଶିଶୁକଳାକାର କୁମାରୀ ସିମରନ୍ ପଟ୍ଟନାୟକଙ୍କୁ, ଶରତ ପୂଜାରୀ ସ୍ମାରକୀ ସମ୍ମାନ, ସାମ୍ରାଜ୍ଞୀ ପାଢୀଙ୍କୁ ବେବୀ ଅଫ୍ ଦି ଇୟର ସମ୍ମାନ, ଶ୍ରୀମାନ ସିନ୍ଧୁ ବିରୁଆ ଓ କୁମାରୀ ରିତୁପୂର୍ଣ୍ଣା ପଢିଆରୀଙ୍କୁ ପଞ୍ଚମ ଶ୍ରେଣୀରେ ମେଧା ବୃତ୍ତି ପାଇଁ କେତକୀ ପଟ୍ଟନାୟକ ସ୍ମାରକୀ ସମ୍ମାନ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ରାଜ୍ୟ ସଂସ୍କୃତି ବିିଭାଗର ମିନାକ୍ଷୀ ବେହେରା ଟ୍ରୁପ୍, ବିଜେଇଏମ -୨, ପରମ୍ପରା, କେଉଁଝର ଓ ଖୋର୍ଦ୍ଧା ପିକକ୍ ଶିଶୁ ଗ୍ରୁପ୍, ଶାରଳା ଡ୍ୟାନ୍ସ ଗ୍ରୁପ୍, ଡିଜେଏସ୍ , ୟୁନିଟ୍-୬ ବାଳିକା ବିଦ୍ୟାଳୟ, ଜେନିଥ୍ ଡ୍ୟାନ୍ସ ଗ୍ରୁପର ପିଲାମାନଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପିକକ୍ର ରତ୍ନା ଦାଶ, ସୁଶ୍ରୀ ଶୈଲାନୀ ସୁମନ, ଜ୍ୟୋର୍ତିମୟୀ ମହାପାତ୍ର, ଜ୍ୟୋତିଶଙ୍କର ମହାନ୍ତି, ପ୍ରମୁଖ ପରିଚାଳନା କରିଥିଲେ ।

Share in top social networks!