ଚାଷୀଙ୍କ ପରେ ରାଜ୍ୟର ଛାତ୍ରଛାତୀଙ୍କ ଭବିଷ୍ୟତ ସହିତ ଖେଳିବା ବନ୍ଦ କରନ୍ତୁ ରାଜ୍ୟ ସରକାର : ଧର୍ମେନ୍ଦ୍ର ପ୍ରଧାନ

12234992_916375845112662_62433411719558870_nବହୁ ଦିନ ଧରି ଶାସନରେ ଥାଇ ଅହଙ୍କାର ସାଜିଥିବା ରାଜ୍ୟ ସରକାର ଚାଷୀଙ୍କ ସମେତ ନିରୀହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ଖେଳିବାକୁ ମଧ୍ୟ ପଛେଇନାହାନ୍ତି । କଳାହାଣ୍ଡି ଜିଲ୍ଲାରେ ପ୍ରତିଷ୍ଠିତ ହୋଇଥବା ରାଜା ସର୍ଦ୍ଧାର ମେଡିକାଲ କଲେଜର ବେନିୟମ ପ୍ରତିଷ୍ଠା, ଏହା ସହି ସମ୍ପୃକ୍ତ ଅଧିକାରୀ ତଥା ପ୍ରତିଷ୍ଠା ସମୟରେ ଶାସନରେ ଥିବା ତକ୍ରାଳୀନ ୟୁପିଏ ସରକାର ଏବଂ ରାଜ୍ୟ ସରକାରଙ୍କ ବହୁ ଅଧିକାରୀ, ନେତାମାନେ ସମ୍ପୃକ୍ତ ଥିଲେ ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିଯୋଗ କରିଛନ୍ତି ।
ପଶ୍ଚିମ ଓଡିଶା ବିକାଶ ପରିଷଦ ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ପିପିପି ମୋଡରେ ପ୍ରତିଷ୍ଠିତ ହୋଇଥିବା ଏହି ମେଡିକାଲ କଲେଜ ନିର୍ମାଣ ବେଳକୁ ଏମ୍ସିଆଇର ନିୟମାବଳି ଅନୁସାରେ ନିର୍ମିତ ହୋଇଥିଲା କି ନାହିଁ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ଯେଉଁ ବେସରକାରୀ ସଂସ୍ଥା ସହଯୋଗରେ ଉକ୍ତ ମେଡିକାଲ କଲେଜର ପ୍ରତିଷ୍ଠା ହୋଇଥିଲା, ତା’ର ବିଶ୍ୱସନୀୟତାକୁ ପରୀକ୍ଷା କରାଯାଇନଥିଲା । ଯଦି ଏହିସବୁ ନିୟମକୁ କଡାକଡି ଭାବେ ମାନି ପାଳନ କରଥା’ନ୍ତେ, ତାହେଲେ ଏଭଳି ପରିସ୍ଥିତି ଘଟିନଥାହାନ୍ତା । ଅବୈଦ୍ଧ ଘୋଷଣା କରିବା ପରେ ମଧ୍ୟ କଲେଜ କତ୍ତୃପକ୍ଷ ପିଲାମାନଙ୍କ ଠାରୁ ଫି ଆଦାୟ କରିବା ପାଇଁ ନୋଟିସ ପଠାଇବା ଇତ୍ୟାଦି ରାଜ୍ୟ ସରକାରଙ୍କ ଭୂମିକାକୁ ଆହୁରି ସନେ୍ଦହ ଘେରକୁ ଆଣିଛି । ଯଥାଶୀଘ୍ର ସେ ସିବିଆଇ କତ୍ତୃପକ୍ଷଙ୍କ ସହ ଏହି ବିଷୟରେ ଆଲୋଚନା କରି ତଦନ୍ତ କରିବା ପାଇଁ ନିବେଦନ କରିବେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।
ଦୀର୍ଘଦିନର ଶାସନରେ ରହି ଅହଙ୍କାରରେ ବୁଡି ରହିଥିବା ଶାସକ ବିଜେଡି ଦଳ ଚାଷୀ ତଥା ରାଜ୍ୟବାସୀଙ୍କ ହିତରେ କାର୍ଯ୍ୟ କରିବା ଉଚିତ୍ । ମାତ୍ର ତାହା ନକରି ତାତ୍ସଲ୍ୟ କରି ଚାଲିଛନ୍ତି । ଗତକାଲି ଶାସକ ବିଜେଡିର ଚାଷୀ ସମାବେଶକୁ ସମାଲୋଚନା କରି ଶ୍ରୀ ପ୍ରଧାନ କହିଥିଲେଯେ, ବର୍ତ୍ତମାନ କଷ୍ଟରେ ଥିବା ଚାଷୀଙ୍କ ସମସ୍ୟାକୁ ସମାଧାନ କରି ଚାଷୀମାନଙ୍କ ଭରସା ଫେରାଇ ଆଣିବା ପରିତ୍ତେର୍ତ୍ତ ପୁଣି ସ୍ୱପ୍ନ ଦେଖେଇଛନ୍ତି । ଆସନ୍ତା ୫ ବର୍ଷରେ ୩୫ ହଜାର କୋଟି ଟଙ୍କାର ଘୋଷଣା କରିବା ଅତ୍ୟନ୍ତ ହାସ୍ୟାସ୍ପଦ । ଚାଷୀର ଚାଷ ନଷ୍ଟ ହୋଇଯାଇଥିବାବେଳେ ବୋନସ ଘୋଷଣା କାହାପାଇଁ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।
ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା କୈାଣସି ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ ନକରି ଆର୍ଥିକ ସହାୟତା ମାଗିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଗତକାଲି କେନ୍ଦ୍ର ସରକାର ନିଜ ଆଡୁ ପୁଣି ରାଜ୍ୟ ସରକାରଙ୍କୁ କ୍ଷୟକ୍ଷତିର ରିପୋର୍ଟ ମାଗିଛନ୍ତି । କୈାଣସି ଦୁର୍ବିପାକ ହେଲେ କେନ୍ଦ୍ର ସରକାର ରାଷ୍ଟ୍ରୀୟ ବିପର୍ଯୟ ପରିଚାଳନା ବିଭାଗ ଦ୍ୱାରା ରାଜ୍ୟ ସରକାରଙ୍କୁ ଅର୍ଥ ଯୋଗାଇଦେବାର ବ୍ୟବସ୍ଥା ଅଛି । ତେଣୁ ରାଜ୍ୟ ସରକାର ଏବଂ ମୁୁଖ୍ୟମନ୍ତ୍ରୀ ଜନମତକୁ ବିଭାନ୍ତ କରିବା ଉଦେ୍ଧଶ୍ୟରେ କେନ୍ଦ୍ର ସରକାର କିମ୍ବା କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖି ସମୟ ନଷ୍ଟ କରବା ପରିତ୍ତେର୍ତ୍ତ ତୁରନ୍ତ ବିଧିବଦ୍ଧ ଓ ନିର୍ଦ୍ଧାରିତ ନିୟମାନୁଯାୟୀ ଆବେଦନ କରନ୍ତୁ ବୋଲି ଶ୍ରୀ ପ୍ରଧାନ ମତ ରଖିଛନ୍ତି । ରାଜ୍ୟରେ ଚାଷୀମାନଙ୍କ ଏହି ଦୁର୍ଦିନରେ ଶାସକ ବିଜେଡି ଏବଂ ଅପାରପ ରାଜ୍ୟ ସରକାର ହୀନ ରାଜନୀତି ନକରିବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରାମର୍ଶ କରିଛନ୍ତି ।

Share in top social networks!