ଓଚିଶାରେ କେବଳ ମିଲ୍କ୍ ମନ୍ତ୍ରର ନୈତିକ ଦୁଗ୍ଧ ସଂଗ୍ରହ ଯୋଜାନା ଅନ୍ତର୍ଭୁକ୍ତ ଚାଷୀଙ୍କୁ କାନାରା ବ୍ୟାଙ୍କ ଗୋଋଣ ସୁବିଧା

canaraaଗ୍ରାମୀଣ ପରିବେଷରେ ଦୁଗ୍ଧ ଶିଳ୍ପର ସାମୁହିକ ବିକାଶ ପଛରେ ଥିବା ନିଜର ପ୍ରଚେଷ୍ଟା ପାଇଁ ମିଲ୍କ୍ ମନ୍ତ୍ରକୁ ଆଜି କୋଣାର୍କରେ କାନାରା ବ୍ୟାଙ୍କ ପକ୍ଷରୁ ଆୟୋଜିତ ହୋଇଥିବା ଏକ ସମାରୋହରେ ସମ୍ମାନୀତ କରାଯାଇଛି । ଏବେ ଚାଷୀଙ୍କୁ ଋଣ ଯୋଗାଇବା ପାଇଁ ବ୍ୟାଙ୍କମାନଙ୍କ ପାଖରେ ବିଭିନ୍ନ ଯୋଜନା ତଥା ନିୟମାବଳୀ ଥିବା ବେଳେ ଓଡିଶାରେ ପାଖାପାଖି ସମସ୍ତ ବ୍ୟାଙ୍କ ଲୋନ୍ ଦେବା ପାଇଁ ପ୍ରକୃତ ଚାଷୀ ଏବଂ ସଠିକ୍ ନୈତିକ ପଦ୍ଧତି ଚିହ୍ନଟ କରିବା ସମୟରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଯାହା ହେଲେ ମଧ୍ୟ ମିଲ୍କ୍ ମନ୍ତ୍ରର ସ୍ୱତନ୍ତ୍ର ନୈତିକ ଦୁଗ୍ଧ ସଂଗ୍ରହ ନେଟ୍ଓୂର୍କ ପାଇଁ ରାଜ୍ୟର ବିଭିନ୍ନ ଅଗ୍ରଣୀ ବ୍ୟାଙ୍କ ତଥା କାନାର ବ୍ୟାଙ୍କ ମିଲ୍କ୍ ମନ୍ତ୍ର ସହିତ ତ୍ରିକୋଣୀୟ ଚୁକ୍ତିନାମା ମାଧ୍ୟମରେ ଚାଷୀଙ୍କୁ ଋଣ ଯୋଗାଇଛନ୍ତି ।
ଯେତେବେଳେ ଖରାପ ଫସଲ, ପଇସା ଅଭାବ ଓ ଋଣର ବୋଝ ପାଇଁ ଚାଷୀ ଆତ୍ମହତ୍ୟା ସାରା ରାଜ୍ୟକୁ ଦୋହଲାଇ ଦେଇଛି, ଠିକ୍ ସେହି ସମୟରେ ପୁରୀ ଜିଲ୍ଲାର ଗୋପ ବ୍ଲକ୍ର ମହଲପଡା, ଓରେଇଣ୍ଡ ବିରିପଦା ଗ୍ରାମର ମିଲ୍କ ମ୍ନ୍ତ୍ର ନେଟ୍ଓୂର୍କ ଅନ୍ତର୍ଭୁକ୍ତ ୨୦୦ଜଣ ଚାଷୀଭାଇ କାନାରା ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ କାନାରା ବ୍ୟାଙ୍କ ପକ୍ଷରୁ ଆୟୋଜିତ ହୋଇଥିବା ଏକ ପ୍ରଦର୍ଶନୀରେ ଯୋଗଦେଇ ଜୀବନର ଏକ ନୂତନ ଆଶାର କିରଣ ଦେଖାଇଛନ୍ତି ।
ମୁଁ ଏକ ସାଧାରଣ ଚାଷୀ ଥିଲି । ମୁଁ ଏବଂ ମୋର ସମ୍ପୂର୍ଣ୍ଣ ପରିବାର ଆମର ପୈତୃକ ଚାଷଜମି ଉପରେ ନିର୍ଭରଶୀଳ ଥିଲୁ । ଭଗବାନଙ୍କ ଦୟାରୁ ମିଲ୍କ୍ ମନ୍ତ୍ର ସୋର୍ସିଂ ଅଧିାରୀଙ୍କ ଠାରୁ ମୁଁ ଜମିଚାଷ ସଙ୍ଗେସଙ୍ଗେ ଦୁଗ୍ଧଚାଷ କରିବାର ବୁଦ୍ଧିଟି ପାଇଲି । ଏମିତି ନ ହୋଇଥିଲେ ମୁଁ ଏହି ବର୍ଷ ମୋର ସବୁ ଉପର୍ଜନ ହାରାଇଥାନ୍ତି । ଗୋଟିଏ ଗାଈରୁ ଅମ୍ମ୍ କରି ମୁଁ ୨୦୧୩ରେ ମିଲ୍କ୍ ମ୍ନ୍ତ୍ରର ଚାଷୀ ନେଟ୍ଓୂର୍କରେ ସାମିଲ୍ ହୋଇଥିଲି । ସାମିଲ୍ ହେଲା ପରେ ଏହା ଅତି ଲାଭପ୍ରଦ ଓ ବିଶ୍ୱାସନୀୟ ବୋଲି ମୁଁ ଜାଣିବାକୁ ପାଇଲି, କାରଣ ମିଲ୍କ୍ ମନ୍ତ୍ର ବିନା କୌଣଷି ମଧ୍ୟସ୍ତତାରେ ସାଧାଶଳଖ ଚାଷୀଙ୍କୁ ଉଚିତ୍ ସମୟରେ ଉଚିତ୍ ପ୍ରାପ୍ୟ ଦେଇଥାଏ । ମିଲ୍କ୍ ମନ୍ତ୍ରକୁ ଶୁଦ୍ଧ ଦୁଗ୍ଧ ଯୋଗାଇ ମୁଁ ଗର୍ବିତ । ଏବେ ମୋର ୩ଟି ଗାଈ ଅଛନ୍ତି । ବ୍ୟାବସାୟକୁ ବଢାଇବା ପାଇଁ ଏବେ ଆହୁରୀ ୨ଟି ଗାଈ କଣିବାକୁ କମ୍ପାନି କାନାରା ବ୍ୟାଙ୍କ ମାଧ୍ୟମରେ ମତେ ଋମ ମଧ୍ୟ ଯୋଗାଇଛି । ଏବେ ଆମେ ସମ୍ପୂର୍ଣ୍ଣରୂପେ ଫସଲ ଚାଷ ଉପରେ ନିର୍ଭରଶୀଳ ନୁହେଁ ବୋଲି ମହଲପଡା ଗ୍ରାମର ଦୁଗ୍ଧ ଚାଷୀ ଜୟନ୍ତ କୁମାର ଦାସ କହିଛନ୍ତି ।
କାନାରା ବ୍ୟାଙ୍କର ପ୍ରତିଷ୍ଠା ଦିବସ ପାଳନ କରିବାର ମୁଖ୍ୟ ଲକ୍ଷ୍ୟ ହେଉଛି ମିଲ୍କ୍ ମନ୍ତ୍ର ସହାୟତାରେ ଗ୍ରାମୀଣ ଅର୍ଥନିତିର ବିକାଶରେ ବ୍ୟାଙ୍କର ଗୁରୂତ୍ୱପୂର୍ଣ୍ଣ ଭୂମିକା ଏବଂ ସଫଳତାକୁ ପ୍ରଦର୍ଶନ କରିବା, ଯେଉଁଠାରେ କି ଉଭୟ ମିଲ୍କ୍ ମନ୍ତ୍ର ଓ କାନାରା ବ୍ୟାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ଉତମ ପଦକ୍ଷେପକୁ ସ୍ପରଣୀୟ କରିବା ପାଇଁ ମହଲପଡା ଗ୍ରାମର ଶିଶୁମାନେ ଚାଷୀଭାଇଙ୍କ ଦ୍ୱାରା ଲେଖାହୋଇଥିବା ଏକ ଗୀତ ଗାଇଥିଲେ । ଗାଈମାନଙ୍କର ସ୍ୱାସ୍ଥ୍ୟ ଓ ସଠିକ୍ ଜତ୍ନ ସମ୍ପର୍କରେ ଚାଷୀଭାଇମାନଙ୍କର ଜ୍ଞାନ ଜାଣିବା ପାଇଁ ମିଲ୍କ୍ ମନ୍ତ୍ରର ସୋର୍ସିଂ ଭିପି. ଶକ୍ତିଭେଲ ନାଗରାଜନ, ମିଲ୍କ୍ ମନ୍ତ୍ରର ଏକ୍ସନ୍ସେନ୍ ମ୍ୟାନେଜର୍ ଡକ୍ଟର୍ ମୌସୁମି ମହାପାତ୍ର, କାନାରା ବ୍ୟାଙ୍କର ଡିଭିଜନାଲ୍ ମ୍ୟାନେଜର ଏନ୍ ଏମ୍ ପାତ୍ର ଓ କୋଣାର୍କ କାନାରା ବ୍ୟାଙ୍କର ବ୍ରାଂଚ୍ ମ୍ୟାନେଜର୍ ପ୍ରଶାନ୍ତ କୁମାର ସାହୁ ଅତିଥି ଭାବେ ସମାରୋହରେ ଯୋଗଦେଇ ପ୍ରତିଟି ଷ୍ଟଲ୍ ପରିଦର୍ଶନ କରି ଗାଈମାନଙ୍କୁ ଭଲଭାବେ ଦେଖିଥିଲେ । ସମାରେହର ଶେଷରେ ୩ଜଣ ଚାଷୀଭାଇ ସବୁଠାରୁ ଭଲ ଗାଈ ପାଇଁ ପୁରଷ୍କୃତ ହୋଇଥିଲେ ।
ଏହି ଅବସରରେ ମିଲ୍କ୍ ମନ୍ତ୍ରର ସୋର୍ସିଂ ଭିପି. ଶକ୍ତିଭେଲ ନାଗରାଜନ କହିଥିଲେ, “ଆମର ନୈତିକ ଦୁଗ୍ଧ ସଂଗ୍ରହ ଯୋଜନା ନେଟ୍ୱର୍କ ଚାଷୀମାନଙ୍କୁ ଦୁଗ୍ଧଚାଷ ପାଇଁ ସମସ୍ତ ସୁବିଧା ଯୋଗାଇବା ଲକ୍ଷ୍ୟ ନେଇ ଏହି ତ୍ରିକୋଣୀୟ ଚୁକ୍ତି ମାଧ୍ୟମରେ ଋଣ ବ୍ୟବସ୍ଥା ଆରମ୍ଭ ହୋଇଥିଲା । ଋଣ ବ୍ୟତୀତ ରିହାତି ମୂଲ୍ୟରେ ଗୋଖାଦ୍ୟ, ସ୍ୱାସ୍ଥ୍ୟ ଶିବୀର, ପଶୁ ବିମା, କୃତ୍ରିମ ପ୍ରଜନନ, ପ୍ରଶିକ୍ଷଣ ଏବଂ ସଚେତନତା ଭଳି ଅତିରିକ୍ତ ସେବା ମାନ ମଧ୍ୟ ଚାଷୀଭାଇମାନଙ୍କୁ ଏହି ଯୋଜନା ମାଧ୍ୟମରେ ଯୋଗାଇ ଦିଆଯାଉଛି । ଯାହାର ଫଳ ସ୍ୱରୂପ ମାତ୍ର ୪ ବର୍ଷ ମଧ୍ୟରେ ୩୫୦୦୦ ରୁ ଅଧିକ ଚାଷୀଭାଇ ଏହି ନେଟ୍ୱର୍କରେ ସାମିଲ୍ ହୋଇଛନ୍ତି ।” ସେ ଆହୁରୀ ମଧ୍ୟ କହିଥିଲେ ଯେ, ଆମର ଚାଷୀଭାଇମାନଙ୍କ ଉପରେ ଭରଷା ଦେଖାଇଥିବାରୁ ଆମେ କାନାରା ବ୍ୟାଙ୍କ ମ୍ୟନେଜ୍ମେଣ୍ଟ ନିକଟରେ ଆଭାରି ।
ଚାଷୀମାନଙ୍କୁ ଉଚିତ୍ ସମୟରେ ଉଚିତ୍ ପ୍ରାପ୍ୟ ସୁନିଶ୍ଚିତ କରୁଥିବା ମିଲ୍କ୍ ମନ୍ତ୍ରର ନୈତିକ ଦୁଗ୍ଧ ସଂଗ୍ରହ ଯୋଜନା ହେଉଛି ଭାରତୀୟ ଦୁଗ୍ଧଶିଳ୍ପ କ୍ଷେତ୍ରରେ ସମ୍ପର୍ଣ୍ଣ ନୂତନ । ଋଣ ବ୍ୟତୀତ ରିହାତି ମୂଲ୍ୟରେ ଗୋଖାଦ୍ୟ, ସ୍ୱାସ୍ଥ୍ୟ ଶିବୀର, ପଶୁ ବିମା, କୃତ୍ରିମ ପ୍ରଜନନ, ପ୍ରଶିକ୍ଷଣ ଏବଂ ସଚେତନତା ଭଳି ଅତିରିକ୍ତ ସେବା ମାନ ମଧ୍ୟ ଚାଷୀଭାଇମାନଙ୍କୁ ଏହି ଯୋଜନା ମାଧ୍ୟମରେ ଯୋଗାଇ ଦିଆଯାଉଛି । ସୂଚନା ଯୋଗ୍ୟ ମିଲ୍କ୍ ମନ୍ତ୍ର ନିଜର ଫ୍ଲାଗ୍ସିପ୍ ବ୍ରାଣ୍ଡ ମିଲ୍କୀ ମୁ କ୍ୱାଲିଟି ଦୁଗ୍ଧଜାତଦ୍ରବ୍ୟ ଯଥା, ପାଶ୍ଚରାଇଜ୍ଡ୍ ଦୁଗ୍ଧ, ପନୀର୍, ଭାରତର ପ୍ରଥମ ପ୍ରୋ-ବାୟୋଟିକ୍ ଦହି, ଲସି, ଘୋଳଦହି, ମିଠି ମିଷ୍ଟି ଦହି ଏବଂ ମୁଶେକ୍ ନାମକ ବିଶ୍ୱର ପ୍ରଥମ ହଳଦୀ ଯୁକ୍ତ ମିଲ୍କ ଶେକ୍ ପାଇଁ ଏବେ ଘରେ ଘରେ ପରିଚିତ ।

Share in top social networks!