ଓଡ଼ିଶାରେ ନୂଆ ୪ଟି ଏସ୍ଟିପିଆଇ କେନ୍ଦ୍ର ଅନୁମୋଦନ ପାଇଁ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

dpdpସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଓଡ଼ିଶାରେ ଏକ ବଡ଼ ଶିକ୍ଷିତ ଯୁବପୀଢ଼ି ଥ#ବା ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ବିଚାରାଧ#ନ ଥ#ବା ରାଜ୍ୟର ଆଉ ୪ଟି
ସ୍ଥାନରେ ସଫଫେଓ୍ୱୟାର ଟେକ୍ନୋଲୋଜି ପାର୍କ(ଏସ୍ଟିପିଆଇ) ପ୍ରତିଷ୍ଠାକୁ ଅନୁମତି ପ୍ରଦାନ କରିବାକୁ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସୂଚନା ପ୍ରଯୁକ୍ତି ଏବଂ ଯୋଗାଯୋଗ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତିା

ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ କହିଛନ୍ତି ଓଡ଼ିଶାରେ ୩ଟି ଏସ୍ଟିପିଆଇ କାର୍ଯ୍ୟକ୍ଷମ ହୋଇ ସାରିଥ#ବା ବେଳେ ଆଉ ଗୋଟିଏ ଏସ୍ଟିପିଆଇ କାର୍ଯ୍ୟ ପାଖାପାଖି ସଂପୂର୍ଣ୍ଣ ହୋଇ ସାରିଛିା ଏହା ଛଡ଼ା ଅନୁଗୁଳ, ସମ୍ବଲପୁର, ଯାଜପୁର ଏବଂ କୋରାପୁଟର ଜୟପୁରଠାରେ ନୂତନ ଏସ୍ଟିପିଆଇ ଖୋଲାଯିବା ପାଇଁ କେନ୍ଦ୍ର ସରକାରଙ୍କ
ପାଖରେ ପ୍ରସ୍ତାବ ଅଛିା ଏହି ପ୍ରସ୍ତାବଗୁଡ଼ିକୁ ଗ୍ରହଣ କରିବା ପାଇଁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତିା ଶ୍ରୀ ପ୍ରଧାନ କହିଛନ୍ତି ପୂର୍ବ ଭାରତରେ ଓଡ଼ିଶା ଶିକ୍ଷା କ୍ଷେତ୍ରରେ ଏକ ପ୍ରମୁଖ ରାଜ୍ୟ ଭାବରେ ମାନ୍ୟତା ପାଇଛିା ଅନେକ ଟେକ୍ନିକାଲ ଶିକ୍ଷାନୁଷ୍ଠାନ ଦକ୍ଷତା ବୃଦ୍ଧି କ୍ଷେତ୍ରରେ କାର୍ଯ୍ୟ କରୁଥ#ବା ଶ୍ରୀ ପ୍ରଧାନ ଏହି
ପତ୍ରରେ ଉଲ୍ଲେଖ କରିଛନ୍ତିା

ଏହି ସ୍ଥିତିରେ ଏସ୍ଟିପିଆଇର ଆଉ ନୂଆ ୪ଟି କେନ୍ଦ୍ର ସହ ଏବେ କାର୍ଯ୍ୟରତ ଅନ୍ୟାନ୍ୟ କେନ୍ଦ୍ର ରାଜ୍ୟର ଟେକ୍ନିକାଲ ଶିକ୍ଷା, ଯୁବପିଢ଼ୀ ମଧ୍ୟରେ ଆତ୍ମ ନିର୍ଭରତା ବଢ଼ାଇବା ତଥା ନବସୃଜନ କ୍ଷେତ୍ରରେ ବିଶେଷସହଯୋଗୀ ହୋଇ ପାରିବ ବୋଲି ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ କହିଛନ୍ତିା ଓଡ଼ିଶାରେ ଏହି ନୂତନ ପ୍ରକଳ୍ପ ପ୍ରଧାନମନ୍ତ୍ରୀଙ୍କର ମେକ୍ ଇନ୍ ଇଣ୍ଡିଆ ଏବଂ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତିା

Share in top social networks!