ପିକକ୍ ଶିଶୁମେଳା ପଞ୍ଚମ ଦିନରେ ମନମୋହିଲା ଶିଶୁ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ପୁରସ୍କାର ବିତରଣ

melaପିପୁଲ୍ସ କଲ୍ଚାରାଲ ସେଣ୍ଟର (ପିକକ୍) ପକ୍ଷରୁ ଏକାମ୍ର ହାଟରେ ଚାଲିଥିବା ସାତ ଦିନ ବ୍ୟାପୀ ଶିଶୁମେଳାର ଏହା ଥିଲା ପଞ୍ଚମ ଦିନ । ପଞ୍ଚମ ସଂଧ୍ୟାରେ ପ୍ରାରମ୍ଭରେ ରାଜ୍ୟ ସଂସ୍କୃତି ବିଭାଗ ଦ୍ୱାରା ପ୍ରାୟୋଜିତ ପୁରୀ ଡ୍ୟାନ୍ସ ଗ୍ରୁପ୍ ରଙ୍ଗଶାଳା ଦ୍ୱାରା ଚିତ୍ତାକର୍ଷକ ଓଡିଶୀ ନୃତ୍ୟ,ଛୋଟ ମୋର ଗାଁଟି ଓ ପରମ୍ପରା ଦ୍ୱାରା ଦିଲ୍ ହେ ଛୋଟା ସା , ବିଜେବି ଇଂଲିସ୍ ମିଡିୟମ୍ ସ୍କୁଲ ଦ୍ୱାରା ମା ପରି କିଏ ହେବ ଓ ସିଂହବାହିନୀ , କ୍ୱିଟିକିଡ୍ସ୍ ଦ୍ୱାରା ଆହେନୀଳ ଶୈଳ ଓ ସମ୍ବଲପୁରୀ ପିଲାମାନଙ୍କ ଦ୍ୱାରା ପରିବେଶିତ ହୋଇଥିଲା ।

ଏହା ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଆଜି ସନ୍ଧ୍ୟାରେ ଅତିଥି ଥିଲେ ବରିଷ୍ଟ ପ୍ରଶାସକ ସତ୍ୟରଂଜନ ସାହୁ, ଓଡିଶା ରିଭୁ୍ୟର ସଂପାଦକ ଲେଲିନ୍ ମହାନ୍ତି, ବିଶିଷ୍ଟ ସମାଜସେବୀ ନମ୍ରତା ଚଢା ଯୋଗଦେଇ ପିଲାମାନଙ୍କୁ ଉସôାହିତ କରିବା ସହ ପିଲାମାନଙ୍କ ପାଇଁ ପିକକ୍ ର ୨୬ ବର୍ଷ ଧରି ଏହି ପ୍ରୟାସକୁ ଜାରି ରଖିବା ପାଇଁ ସାଧୁବାଦ ଜଣାଇଥିଲେ । ଆଜି ସଂଧ୍ୟାରେ ଅତିଥିମାନେ ଆଧୁନିକ ନୃତ୍ୟ, ଆବୃତ୍ତି, ଗୀତ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପିକକ୍ର ଅଧ୍ୟକ୍ଷା ଆଦରମଣୀ ବରାଳ, ବରିଷ୍ଟ ସଦସ୍ୟା ବି.ବାଲା ଦେବୀ, ସଂପାଦକ ରଂଜନ ମହାନ୍ତି, ଅନୁରାଧା ମହାନ୍ତି ପରିଚାଳନା କରିଥିଲେ । ଶୁଭ୍ରଜିତ ପଣ୍ଡା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

Share in top social networks!