ପ୍ରଧାନମନ୍ତ୍ରୀ ଏବଂ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂହଦେଓ

BJPKVVକେନ୍ଦ୍ର କ୍ୟାବିନେଟର ଅର୍ଥନୈତିକ କମିଟି ଆଜି ୨୩୬୧.୭୪ କୋଟି ଟଙ୍କା ବ୍ୟୟରେ ୧୬୪.୫୬ କି.ମି ଦୈର୍ଘ୍ୟ କୋରାପୁଟ-ସିଂହପୁର ରେଳପଥର ଦୋହରୀକରଣ, ୨୯୭୭.୬୪ କୋଟି ଟଙ୍କା ବ୍ୟୟରେ ୧୮୯.୨୮ କି.ମି ଦୈର୍ଘ୍ୟ କୋରାପୁଟ-କୋଟ୍ଟଭାଲାସା ରେଲପଥର ଦୋହରୀକରଣ, ୧୮୩୯.୦୨ କୋଟି ଟଙ୍କା ବ୍ୟୟରେ ୧୧୦.୨୨ କି.ମି. ଦୈର୍ଘ୍ୟ କୋରାପୁଟ-ଜଗଦ୍ଧଲପୁର ରେଳପଥର ଦୋହରୀକରଣ ଏବଂ ୧୧୭୨.୯୨ କୋଟି ଟଙ୍କା ବ୍ୟୟରେ ୮୫ କି.ମି. ଦୈର୍ଘ୍ୟ ବିଶିଷ୍ଟ ବୁଢାପଙ୍କ-ଶାଳଗାଁ (ଭାୟା-ରାଜ ଆଠଗଡ) ରେଳପଥରେ ୩ୟ ଓ ୪ର୍ଥ ଲାଇନର ନିର୍ମାଣକୁ ଅନୁମୋଦନ କରିଛି । ସମୁଦାୟ ୮୩୫୧.୩୨ କୋଟି ଟଙ୍କା ବ୍ୟୟରେ ୫୪୯.୦୬ କି.ମି. ଦୈର୍ଘ୍ୟ ଏହି ନୂତନ ରେଳପଥ ନିର୍ମାଣ ଆସନ୍ତା ୭ ବର୍ଷ ମଧ୍ୟରେ ଶେଷ କରିବା ପାଇଁ ଯୋଜନାରେ ସ୍ଥିର ହୋଇଛି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ଏହି ବୈଠକରେ ବିଭିନ୍ନ ଯୋଜନାକୁ ଅନୁମୋଦନ କରାଯାଇଅଛି । ଆଜିର ଏହି ନିଷ୍ପତ୍ତିରେ ରାଜ୍ୟର ବିଶେଷ କରି ଅବିଭକ୍ତ କୋରାପୁଟ, ଢେଙ୍କାନାଳ ଓ କଟକ ଜିଲ୍ଲାବାସୀ ଉପକୃତ ହେବେ । ଦିନକୁ ଦିନ ଯାତ୍ର୍ରୀଙ୍କ ସହ ମାଲ ପରିବହନ ବଢିବା କାରଣରୁ ଯାତାୟତ ସମସ୍ୟା ମଧ୍ୟ ବଢିବାରେ ଲାଗିଛି । ଏହି ରେଳପଥ ନିର୍ମାଣ ଦ୍ୱାରା ଏହି ସମସ୍ୟାର ଅନ୍ତ ହେବ ।
କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ ଜଣାଇବା ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏବଂ କେନ୍ଦ୍ର ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ରାଜ୍ୟ ବିଜେପି ସଭାପତି ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଧନ୍ୟବାଦ ସହ କୃତଜ୍ଞତା ଜଣାଇଛନ୍ତି ବୋଲି ଦଳର ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ପ୍ରକାଶ କରିଛନ୍ତି ।

Share in top social networks!