ରାଜଭବନ ସାମ୍ନାରେ ଆସନ୍ତା ୧୯ ତାରିଖ ୧୨ ଘଣ୍ଟିଆ ଅନଶନ; ଅନଶନକୁୁ ସଫଳ କରିବା ପାଇଁ ବିଜେପିର ଅନୁରୋଧ

BJPKVମୃତ ଚାଷୀଙ୍କୁ ଶ୍ରଦ୍ଧାଞ୍ଜଳି, ଆତ୍ମହତ୍ୟା କରିଥିବା ଚାଷୀ ପରିବାରଙ୍କୁ ସମବେଦନା ଓ ଚାଷୀଙ୍କ ଶବ ଉପରେ ରାଜନୀତି କରୁଥିବା ଅହଙ୍କାରୀ ରାଜ୍ୟ ସରକାର ବିରୁଦ୍ଧରେ ଆସନ୍ତା ୧୯ ତାରିଖ ସକାଳ ୯ଟାରୁ ରାତ୍ର ୯ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଅନଶନ କରିବାର ନିଷ୍ପତ୍ତି ନେଇଛି ବିଜେପି ।
ରାଜ୍ୟରେ ଉକôଟ ମରୁଡି ଜନିତ ଫସଲହାନୀ ଓ ଋଣଗ୍ରସ୍ତ ହୋଇ ଏ ପର୍ଯ୍ୟନ୍ତ ୧୦୦ ରୁ ଅଧିକ ନିରୀହ ଚାଷୀ ଆତ୍ମହତ୍ୟା କଲେଣି । ଏହା ଯେତିକି ମର୍ମନ୍ତୁଦ, ଦାରୁଣ, ହୃଦୟ ବିଦାରକ ସେତିକି ଦୁର୍ଭାଗ୍ୟଜନକ ଓ ରାଜ୍ୟ ସରକାରଙ୍କ ଅପରିଣାମଦର୍ଶୀ ଶାସନର ନିଦର୍ଶନ । ଖରିଫ ଚାଷ ଋତୁ ଆରମ୍ଭରୁ ସ୍ୱଳ୍ପବୃଷ୍ଟି ଯୋଗୁଁ ମରୁଡିର ଆଶଙ୍କା ରାଜ୍ୟ ସରକାରଙ୍କ ଗୋଚରରେ ଥାଇ ମଧ୍ୟ ମରୁଡିର ମୁକାବିଲା ପାଇଁ ଉପଯୁକ୍ତ ବ୍ୟବସ୍ଥା, ସହାୟତା ଏବଂ ଚାଷୀଙ୍କ ମନରେ ଆତ୍ମ ବିଶ୍ୱାସ ସୃଷ୍ଟି କରିବାରେ ସରକାରଙ୍କ ବିଫଳତା ଯୋଗୁଁ ଉଦାଶ, ନିରାଶ ଏବଂ ମାନସିକ ଦୁଶ୍ଚିନ୍ତା ଗ୍ରସ୍ତହୋଇ ଚାଷୀ ଆଜି ଆତ୍ମହତ୍ୟା ଭଳି କଠୋର ପଦକ୍ଷେପ ନେବାକୁ ବାଧ୍ୟ ହେଉଛି । ସାରାରାଜ୍ୟରେ ଆଜି ଏକ ଭୟ, ଆତଙ୍କ ଏବଂ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଅଥଚ ରାଜ୍ୟରେ ଶତାଧିକ ଚାଷୀ ଆତ୍ମହତ୍ୟା ପରେ ମଧ୍ୟ ରାଜ୍ୟସରକାର ଚାଷୀ ଆତ୍ମହତ୍ୟାକୁ ସ୍ୱୀକାର କରିବା ଦୂରରକଥା ଓଲଟା ଚାଷୀ ଆତ୍ମହତ୍ୟାକୁ ତାସôଲ୍ୟକର ମନ୍ତବ୍ୟ ଦେଇ ଉପହାସ କରିଚାଲିଛନ୍ତି । ଏହିଭଳି ସମୟରେ ଚାଷୀ ସମାବେଶ କରି ଚାଷୀଙ୍କ ପ୍ରତି ଅବହେଳାର ପ୍ରତିବାଦ କରି ଏହି ଅନଶନ କରୁଛି ବିଜେପି ।
ଏହି ଅନଶନରେ ବିଜେପି ରାଜ୍ୟ ସଭାପତି ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ମହାପାତ୍ରଙ୍କ ନେତୃତ୍ୱରେ ମନମୋହନ ସାମଲ, ସୁରମା ପାଢୀ, ରାମଚନ୍ଦ୍ର ପଣ୍ଡା, ରୁଦ୍ର ନାରାୟଣ ପାଣି, କୃଷ୍ନ ଜଗଦେ୍ଧବ, ପ୍ରଦୀପ ନାୟକ, ପ୍ରଦୀପ ପୁରୋହିତ, ଗୋଲକ ମହାପାତ୍ର, ରବି ନାରାୟଣ ନାୟକ, ଗୋବିନ୍ଦ ଦାସ, ପୃଥ୍ୱୀରାଜ ହରିଚନ୍ଦନ, ବିଭୁତି ଜେନା, ଶୋଭନା ମହାନ୍ତି, ସୀମନ୍ତିନୀ ଜେନା, ଉମାକାନ୍ତ ପଟ୍ଟନାୟକ, ମହେଶ ମହାନ୍ତି, ଭାଗିରଥୀ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ଯଦୁ ପାଣୀଗ୍ରାହୀ, ଆର୍ତ୍ତତ୍ରାଣ ମହାପାତ୍ର, ମଦନ ମୋହନ ଦତ୍ତ, ସୂର୍ଯ୍ୟ ମହାପାତ୍ର, ସୁବାଷ ପାଣିଗ୍ରାହୀ, ଶିବ ଶଙ୍କର ଉଲାକା, ପ୍ରତାପ ମିଶ୍ର, କାନ୍ଦରା ସୋରେନ, ଶଙ୍କର ଓରାମ ପ୍ରମୁଖ ସାମିଲ ହୋଇ ଧାରଣାରେ ବସିବେ ।
ରାଜ୍ୟର ଚାଷୀମାନଙ୍କର ଏହି ଦୁଃଖଦ ପରିସ୍ଥିତିରେ ତାଙ୍କ ସହିତ ଛିଡାହେବା ଓ ମୃତ ଚାଷୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ପାଇଁ ବିଜେପିର ଏହି ୧୨ ଘଣ୍ଟିଆ ଅନଶନକୁ ସମର୍ଥନ କରିବାକୁ ସଭାପତି ଶ୍ରୀ ସିଂହଦେଓ ସମସ୍ତଙ୍କୁ ସବିନୟ ଅନୁରୋଧ କରିଛନ୍ତି ।

Share in top social networks!