୪ଟି ରେଳ ଲାଇନ୍ର ଦୋହରିକରଣ ଓ ସମ୍ପ୍ରସାରଣ ରାଜ୍ୟ ଅର୍ଥନୀତିକୁ ମଜବୁତ କରିବ- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାର ବିଭିନ୍ନ ଜିଲ୍ଲା ତଥା ଓଡ଼ିଶା ସହ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ସହ ସଂଯୋଗ କରୁଥ#ବା ତିନିଟି ରେଳ ଲାଇନ୍କୁ ଦୋହରୀକରଣ ଓ ଗୋଟିଏ ଲାଇନ୍ର ତୃତୀୟ ଓ ଚତୁର୍ଥ ଲାଇନ୍ ନିର୍ମାଣ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ୍ କମିଟି ଅନୁମୋଦନ ଦେବାପରେ କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖୁସି ପ୍ରକାଶ କରିବା ସହ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଏହି ତିନିଟି ଲାଇନ୍ର ଦୋହରୀକରଣ ଓ ଗୋଟିଏରେ ତୃତୀୟ ଓ ଚତୁର୍ଥ ଲାଇନ୍ସ ମ୍ପ୍ରସାରଣ କରିବା ଓଡ଼ିଶାର ଖଣିଜ ପଦାର୍ଥର ପରିବହନ ଓ ଶିଳ୍ପାୟନରେ ସହାୟକ ହେବା ସହ ଯାତ୍ରୀ ପରିବହନରେ ସହାୟକ ହେବ । କୋରାପୁଟ ଓ ରାୟଗଡ଼ା ଜିଲ୍ଲାର ସିଙ୍ଗପୁର ଲାଇନ୍, ଛତିଶଗଡ଼ର ଜଗଦଲପୁର ସହ କୋରାପୁଟ, ଆନ୍ଧ୍ରର କେଟାଭଲସା ଏବଂ କୋରାପୁଟ ମଧ୍ୟରେ ଏକକ ଲାଇନ୍କୁ ଦୋହରିକରଣ କରାଯିବ । ଏହାସହ ବୁଢ଼ାପଙ୍କ ଓ ସାଲେଗାଓଁ ଲାଇନ୍ ଅନୁଗୁଳ, ଢେଙ୍କାନାଳ ଓ କଟକ ଜିଲ୍ଲାକୁ ସଂଯୋଗ କରିବ । ଏହି ଚାରିଟି ଲାଇନ୍ର ମୋଟ ଦୈର୍ଘ୍ୟ ୫୦୦ କି.ମି.ରୁ ଉ–ର୍ ହୋଇଥ#ବାବେଳେ ଏହି କାର୍ଯ୍ୟରେ ୮,୦୦୦
କୋଟିର ଉ–ର୍ ବ୍ୟୟବରାଦ କରାଯାଇଥ#ବା ଶ୍ରୀ ପ୍ରଧାନ କହିଛନ୍ତି । ଆସନ୍ତା ୪ ବର୍ଷରୁ ୭ବର୍ଷ ମଧ୍ୟରେ ଏହି ଦୋହରୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ଆକଳନ କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । dpdpଏହି ରେଳ ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଓଡ଼ିଶାର ଅର୍ଥନୀତି ମଜବୁତ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Share in top social networks!