Khimji ଜୁଏଲର୍ସ ପକ୍ଷରୁ ସେଲ୍ଫି-ଲେ-ଲେରେ ପ୍ରତିଯୋଗିତାର ବିଜେତା ଘୋଷଣା

khimjiଓଡିଶାର ଅଗ୍ରଣୀ ଜୁଏଲାରୀ ରିଟେଲ ଚେନ୍ ଖିମ୍ଜୀ ଜୁଏଲର୍ସ ଆଜି ଏହାର ଫେସବୁକ ପେଜ୍ରେ ଆୟୋଜିତ ସେଲ୍ଫି-ଲେ-ଲେରେ ପ୍ରତିଯୋଗିତାର ଭାଗ୍ୟଶାଳୀ ବିଜେତା ଘୋଷଣା କରିଛି । ଶହିଦ୍ନଗରସ୍ଥିତ ସୋରୁମ୍ରେ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ପ୍ରତିଯୋଗିତା ଖିମ୍ଜୀ ଜୁଏଲର୍ସର ଫେସ୍ବୁକ୍ ଫ୍ୟାନ୍ ପେଜ୍ରେ ନଭେମ୍ବର ୨ – ୧୪ ନଭେମ୍ବର ପର୍ଯ୍ୟନ୍ତ ଚାଲିଥିଲା । ଉକ୍ତ ପ୍ରତିଯୋଗୀମାନେ ନିଜ ମନପସନ୍ଦର ଗହଣା ପିନ୍ଧି ସେଳ୍ଫି ଉଠାଇ ଖିମ୍ଜୀ ଫେସ୍ବୁକ୍ ପେଜ୍ ଙ୍ଗଙ୍ଗଙ୍ଗ.ଲବମରଭକ୍ଟକ୍ଟଳ.ମକ୍ଟଜ୍ଞ/ଳଷସଜ୍ଞହସକ୍ଷସଙ୍ଖର ରେ ଫଟୋ ପୋଷ୍ଟ କରିବାକୁ ନିମନ୍ତ୍ରଣ କରାଯାଇଥିଲା । ଯେଉଁ ପ୍ରତିଯୋଗୀମାନଙ୍କର ସେଲ୍ଫିରେ ସର୍ବାଧିକ ଲାଇକ୍ ମିଳିଥିଲା, ସେମାନଙ୍କୁ ଭାଗ୍ୟଶାଳୀ ବିଜେତା ଘୋଷଣା କରାଯାଇଥିଲା । ଏହି ପ୍ରତିଯୋଗିତାରେ ଜଣଙ୍କୁ ମେଗା ବିଜେତା ଭାବେ ଘୋଷଣା କରାଯାଇଥିବା ବେଳେ ୨ ଜଣଙ୍କୁ ରନର୍ସ ଅପ୍ ଏବଂ ୧୦ ଜଣ ପ୍ରତିଯୋଗୀମାନଙ୍କୁ ଭିନ୍ନି ଭିନ୍ନ ବର୍ଗରେ ସର୍ପ୍ରାଇଜ୍ ବିଜେତା ଭାବେ ଘୋଷଣା କରାଯାଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟଯେ ସମସ୍ତ ବର୍ଗର ପ୍ରତିଯୋଗୀମାନଙ୍କୁ ଏହି ଅଭିନବ ପ୍ରତିଯୋଗିତା ବେଶ୍ ଆକର୍ଷିତ କରିବା ସହିତ ଏହା ବେଶ୍ ଲୋକପ୍ରିୟ ମଧ୍ୟ ହୋଇଥିଲା ।
ସେଲ୍ଫି-ଲେ-ଲେରେ ପ୍ରତିଯୋଗିତାର ପୁରସ୍କାର ବିତରଣ ଅବସରରେ ଖିମ୍ଜୀ ଜୁଏଲର୍ସର, ଏଜିଏ୍ମ (ମାର୍କେଟିଂ) ଶ୍ରୀମତୀ ଶ୍ୟାମା ଝା କହିଛନ୍ତି, ଓଡିଶାର ଜୁଏଲାରୀ ଇଣ୍ଡଷ୍ଟ୍ରୀରେ ପ୍ରଥମ ଥର ପାଇଁ ଖିମ୍ଜୀ ଜୁଏଲର୍ସର ତରଫରୁ ଏକ ଭିନ୍ନ ଏବଂ ନୂତନ ଧରଣର ସେଲ୍ଫି ପ୍ରତିଯୋଗିତା କରାଯାଇଥିଲା । ଏହି ପ୍ରତିଯୋଗିତା ସମୟରେ ଖିମ୍ଜୀ ଜୁଏଲର୍ସ ଫେସବୁକ୍ ପେଜ୍ରେ ଫଲୋୟର୍ସ ମାନଙ୍କ ଠାରୁ ଆସିଥିବା ପ୍ରତିକ୍ରିୟା ଅତ୍ୟନ୍ତ ରୋମାଞ୍ଚକର ।
ବାଲେଶ୍ୱର ଜିଲ୍ଲାର ବର୍ଷା ସୋନି ଚୌଧୁରୀ ନିଜ ସେଲ୍ଫିରେ ସର୍ବାଧିକ ଲାଇକ୍ ଅର୍ଜନ କରିଥିବାରୁ ତାଙ୍କୁ ମେଗା ବିଜେତା ଘୋଷଣା କରାଯାଇଛି । ସେହିପରି ଆୟେସା ନନ୍ଦ ଏବଂ ମନୀଷା ସିଂ ଙ୍କୁ ପ୍ରଥମ ଏବଂ ଦ୍ୱିତୀୟ ରନର୍ସ ଅପ୍ ଘୋଷଣା କରାଯାଇଛି । ଏତଦ୍ବ୍ୟତିତ ୧୦ ଜଣ ପ୍ରତିଯୋଗୀଙ୍କୁ ଭିନ୍ନ ଭିନ୍ନ ବର୍ଗରେ ଚୟନକରା ଯାଇ ସର୍ପ୍ରାଇଜ୍ ବିଜେତା ଭାବେ ଘୋଷଣା କରାଯାଇଥିଲା ।
ଏଠାରେ ଉଲ୍ଲେଖଯୋଗ୍ୟଯେ ୧୯୩୬ ମସିହାରୁ ଦୀର୍ଘ ୭୯ବର୍ଷ ଧରି ଖିମ୍ଜୀ ଜୁଏଲର୍ସ ଓଡିଶାର ଅଳଙ୍କାର କ୍ଷେତ୍ରରେ ଗ୍ରାହକମାନଙ୍କର ପସନ୍ଦ ଓ ଗ୍ରାହକ ସନ୍ତୁଷ୍ଟିକୁ ଏକ ନୂତନ ଦିଗନ୍ତ ପ୍ରଦାନ କରିଛି ଏବଂ ଗହଣା ବ୍ୟବସାୟ କ୍ଷେତ୍ରରେ ସ୍ୱଚ୍ଛତା ଏବଂ ବିଶ୍ୱସନୀୟତା ଆଣିବାରେ ସର୍ବାଗ୍ରେ ରଖିଛି । ସ୍ୱଚ୍ଛତା ଏବଂ ବିଶ୍ୱସନୀୟତାରେ ଆଉ ଏକ ପାଦ ଆଗେଇ ଖିମ୍ଜୀ ଜୁଏଲର୍ସ ଓଡ଼ିଶାର ପ୍ରଥମ ଶତ ପ୍ରତିଶତ ବି.ଆଇ.ଏସ୍. ହଲ୍ମାର୍କ ଏବଂ ଆଇଜିଆଇ ସ୍ୱୀକୃତି ପ୍ରାପ୍ତ ଅଳଙ୍କାର ପ୍ରତିଷ୍ଠାନ ହେବାର ଗୌରବ ହାସଲ କରିଛି । ଭୁବନେଶ୍ୱର, କଟକ ଓ ରାଉରକେଲା ସହରରେ ଖିମ୍ଜୀ ଜୁଏଲର୍ସର ଭବ୍ୟ ସୋରୁମ୍ ମାନ ରହିଥିବାବେଳେ, ଏହା ନିକଟରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରର ସର୍ବବୃହତ୍ ଷ୍ଟୋର୍ ଏବଂ ଚନ୍ଦ୍ରଶେଖରପୁରଠାରେ ଏକ ନୂତନ ଷ୍ଟୋର ଖୋଲି ଗ୍ରାହକମାନଙ୍କ ନିକଟତର ହୋଇପାରିଛି । ଖିମ୍ଜୀ ଜୁଏଲର୍ସରେ ସୁନା, ହୀରା, ପ୍ଲାଟିନମ୍ ଏବଂ ରୂପା ଅଳଙ୍କାର ଏବଂ ଫ୍ୟାସନ ସାମଗ୍ରୀର ବ୍ୟାପକ ସମାହାର ମଧ୍ୟ ଉପଲବ୍ଧ ।

Share in top social networks!