ଡିସ୍କଭରି ଚ୍ୟାନେଲ୍ରେ ଉନ୍ମୋଚନ ହେବ ରହସ୍ୟମୟ ଓ ଭବ୍ୟ-ଓଡ଼ିଶା

dpପୂର୍ବ ଭାରତର ରାଜ୍ୟ, ଓଡ଼ିଶା ଯାହା ଏହାର ଆଦିବାସୀ ସଂସ୍କୃତି ଓ ପ୍ରାଚୀନ ହିନ୍ଦୁ ମନ୍ଦିର ପାଇଁ ଜଣାଶୁଣା, ତାହା ବିଷୟରେ ଆହୁରି ଅନେକ କିଛି ଜାଣିବାର ରହିଛି । ଡିସ୍କଭରି ଚ୍ୟାନେଲ୍ର ନୂଆ କାର୍ଯ୍ୟକ୍ରମ, ଗୋ ଇଣ୍ଡିଆ: ଓଡ଼ିଶାରେ ଲ୍ୟାଣ୍ଡସ୍କେପ୍ର ଚିତ୍ର, ସଂସ୍କୃତି ସମ୍ପନ୍ନ, ବହୁ ପୁରାତନ ପରମ୍ପରା ଓ ପ୍ରାଚୀନ କିର୍ତୀରାଜୀକୁ ପ୍ରଦର୍ଶନ କରାଯିବ, ଯାହା ଦ୍ୱାରା ଏହି ରାଜ୍ୟ ବିଷୟରେ ବହୁତ କିଛି ଜାଣିହେବ ।
ଏହାର ଅତି ଆକର୍ଷଣୀୟ ସ୍ମାରକଠାରୁ ଆରମ୍ଭ କରି, ହିନ୍ଦୁ ମନ୍ଦିର, ବୌଦ୍ଧ ପ୍ରାର୍ଥନା ଚକ୍ର, ବିଭିନ୍ନ ପ୍ରକାର ପୁଷ୍ପ, ଗୁଳ୍ମ, ସଂସ୍କୃତତି, ଏହାର ସ୍ୱତନ୍ତ୍ର ନୃତ୍ୟ ଶୈଳୀ ଓ ଅନେକ ଜଳ କ୍ରୀଡ଼ା ଭଳି ଓଡ଼ିଶାର ଅନେକ ବିଷୟରେ ଲୁଚି ରହିଛି କାହାଣୀ ଯାହାକୁ କୁହାଯାଇପାରିବ । ପୂର୍ବତନ ମିସ୍ ଇଣ୍ଡିଆ-ଇଣ୍ଟରନ୍ୟାସନାଲ୍ ଗୁରଲୀନ୍ ଗ୍ରେୱାଲ୍ଙ୍କ ଦ୍ୱାରା ଉପସ୍ଥାପନ କରାଯିବାକୁ ଥିବା ଗୋ ଇଣ୍ଡିଆ: ଓଡ଼ିଶାର ପ୍ରିମିୟମ ଶନିବାର, ନଭେମ୍ବର ୨୧, ସନ୍ଧ୍ୟା ୭ଟାରେ ସ୍ୱତନ୍ତ୍ର ଭାବେ ଡିସ୍କଭରି ଚ୍ୟାନେଲ୍ରେ ପ୍ରସାରଣ କରାଯିବ ।
ଓଡ଼ିଶାର ସଂସ୍କୃତି ବିଷୟରେ ଅନୁସନ୍ଧାନ କରିବା ପାଇଁ ଗୁରଲିନ୍ ଗ୍ରେୱାଲ୍ ରାଜ୍ୟର ପ୍ରସିଦ୍ଧ ପରିବାର ଗୁରୁ କେଳୁଚରଣ ମହାପାତ୍ରଙ୍କ ପରିବାରର ସଦସ୍ୟ ତଥା ପ୍ରସିଦ୍ଧ ଓଡ଼ିଶା ନୃତ୍ୟାଙ୍ଗନା ସୁଜାତା ମହାପାତ୍ରଙ୍କୁ ଭେଟିଥିଲେ । ତାଙ୍କଠାରୁ ସେ ଶୀଘ୍ର କିଛି ଓଡ଼ିଶା ନୃତ୍ୟ କଳାର ମୁଦ୍ରା ଓ ସୋପାନ ଶିଖିଥିଲେ ।
ଗୁରଲିନ୍ ଜାତୀୟ ପୁରସ୍କାର ବିଜେତା ଶିଳ୍ପୀଙ୍କୁ ଭେଟିଥିଲେ । “ପଟ୍ଟଚିତ୍ର’ ଚିତ୍ରକଳା ଓ ବିଶ୍ୱ ପ୍ରସିଦ୍ଧ “ଇକାଟ୍’ ବୁଣିବା କଳାକୁ ସେ ନିଜ ସହଯୋଗୀଙ୍କ ସହ ଶିଖିବାକୁ ପ୍ରୟାସ କରିଥିଲେ । ଓଡ଼ିଶାର ବୌଦ୍ଧ ପରମ୍ପରା ବିଷୟରେ ଅନୁଭୂତି ହାସଲ କରିବା ପାଇଁ ଗୁରଲିନ୍ ଚନ୍ଦ୍ରଗିରି ଜିଲ୍ଲାର ଜିରାଙ୍ଗରେ ଥିବା ବୃହତ ବୌଦ୍ଧ ମଠ ପରିଦର୍ଶନ କରିଥିଲେ । ମଠରେ ରହଣୀ ବେଳେ ସେ ଆକର୍ଷଣୀୟ ମୁଖା ନୃତ୍ୟ ପ୍ରଦର୍ଶନ ଦେଖିବାର ସୁଯୋଗ ପାଇଥିଲେ, ଯାହାକୁ ଦେଖି ଫେରିବା ବେଳେ ସେ ସମ୍ପୂର୍ଣ୍ଣ ବିମୋହିତ ହୋଇପଡ଼ିଥିଲେ ।
ପୂର୍ବତନ ମିସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ଗୁରଲିନ୍ ଗ୍ରେୱାଲ୍ଙ୍କ ମତରେ, “ଗୋ ଇଣ୍ଡିଆ:ଓଡ଼ିଶା ହେଉଛି ଏକ ମନୋରମ କାର୍ଯ୍ୟକ୍ରମ ଯାହା ଓଡ଼ିଶାର ସୌନ୍ଦର୍ଯ୍ୟ ଓ ଇତିହାସକୁ ଆବିସ୍କାର କରିବ । ଏହା ଏଭଳି ଏକ ରାଜ୍ୟ ଯାହା ଭାରତର କଳା ଓ ସଂସ୍କୃତି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପ୍ରଦାନ କରିଛି । ଡିସ୍କଭରି ଚ୍ୟାନେଲ୍ରେ ଦର୍ଶକମାନଙ୍କ ପାଇଁ ଏହା ଏକ ସମ୍ପୂର୍ଣ୍ଣ ଭ୍ରମଣ କାହାଣୀ ଯାତ୍ରା ଯାହା ଏହି ରାଜ୍ୟରେ ବିଷୟରେ ଅନେକ କିିଛି ଅଜଣା ଓ ସ୍ୱତନ୍ତ୍ର ଆକର୍ଷଣ ବିଷୟରେ ଜାଣିବାର ସୁଯୋଗ ପ୍ରଦାନ କରିବ ।
ଓଡ଼ିଶା ଏହାର ପ୍ରଚୁର ସବୁଜିମା ଓ ବିବିଧ ବନ୍ୟଜନ୍ତୁଙ୍କ ପାଇଁ ଜଣାଶୁଣା । ଗୋ ଇଣ୍ଡିଆ-ଓଡ଼ିଶାରେ ପକ୍ଷୀ ପ୍ରେମୀ ତଥା ଫଟୋଗ୍ରାଫର ପଞ୍ଚମି ଉକିଲ୍ଙ୍କୁ ମଧ୍ୟ ଦେଖିବାକୁ ମିଳିବ । ସେ ଗୁରଲିନ୍ଙକ୍କୁ ନେଇ ଏସିଆର ସର୍ବବୃହତ ଲୁଣିଆ ହ୍ରନ୍ଦ ଚିକିଲାରେ ବିହଙ୍ଗ ବିହାର ପରିଦର୍ଶନ କରାଇଛନ୍ତି । ଦର୍ଶକମାନେ ଚିକିଲାରେ ସ୍ୱତନ୍ତ୍ର ତଥା ଭିନ୍ନ ଧରଣର ଇରୱାଡି ଡଲ୍ଫିନ୍ ଦେଖିବାର ସୁଯୋଗ ପାଇବେ । ଦର୍ଶକମାନେ ଭିତରକନିକା ପରିଦର୍ଶନ କରିବାର ସୁଯୋଗ ପାଇବେ ଯେଉଁଠାରେ ଅତ୍ୟନ୍ତ ଦୁର୍ଲଭ ପକ୍ଷୀ ଓ ମୁହାଣରେ କୁମ୍ଭୀର ରହିଛନ୍ତି ।

Share in top social networks!