ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ସରକାରଙ୍କ ମୁଖା ଖୋଲିବ ବିଜେପି

12241561_914257545324492_8352717180034369398_nଓଡିଶାର ଚାଷୀକୂଳର କରୁଣ କ୍ରନ୍ଦନ ସରକାର ଶୁଣିପାରୁନାହିଁ । ଏକ ପକ୍ଷରେ ଚାଷୀ ଆତ୍ମହତ୍ୟା ପ୍ରତି ବ୍ୟଙ୍ଗବାଣ, ଅନ୍ୟ ପକ୍ଷରେ ୧୯ ତାରିଖ ଚାଷୀ ସମାବେଶ ଡାକରା ସମଗ୍ର କୃଷକ ଜାତି ପାଇଁ ଶାସକ ବିଜେଡି ଦଳର କ୍ରୁର ଉପହାସକୁ ପ୍ରକଟ କରୁଅଛି । ରାଜ୍ୟ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ, ସମବାୟ ଓ ଅବକାରୀ ମନ୍ତ୍ରୀ ଦାମୋଦର ରାଉତ, ସମ୍ବଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ, ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ପରେ ପରେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକଙ୍କ “ଅମୃତ ଲଡୁ” ବକ୍ତବ୍ୟକୁ ଆଜିର ଏହି ବୈଠକରେ କଠୋର ଶବ୍ଦରେ ନିନ୍ଦା କରାଯାଇଅଛି । ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଦଳର କୋର କମିଟି ବୈଠକରେ ରାଜ୍ୟ ସରକାରଙ୍କ ଏତାଦୃଶ୍ୟ କାର୍ଯ୍ୟର ପ୍ରତିବାଦ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଅଛି ।
ଦଳର ସଂଗଠନକୁ ଅଧିକ ମଜଭୁତ ଓ ସର୍ବବ୍ୟାପକ କରିବା ସାଂଗଠାନିକ ଢାଞ୍ଚାର ପୁର୍ନବିନାଶର ଏକ ଚିଠା ପ୍ରସ୍ତାବ ପ୍ରସ୍ତୁତ କରାଯାଇଅଛି । ଆସନ୍ତା କାଲି ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ର କାର୍ଯ୍ୟନିର୍ବାହିର ସଦସ୍ୟ, ସମସ୍ତ ରାଜ୍ୟ ପଦାଧିକାରୀ, ଜିଲ୍ଲା ପଦାଧିକାରୀ, ସଦସ୍ୟତା ପ୍ରଭାରୀ, ନିର୍ବାଚନ ଅଧିକାରୀଙ୍କ ଉପସ୍ଥିତିରେ ଉପୋରକ୍ତ ଚିଠା ପ୍ରସ୍ତାବକୁ ଅନୁମୋଦନ କରାଯିବ ।
ଆଜିର ଏହି ବୈଠକରେ ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟ ପ୍ରଭାରୀ ତଥା ରାଷ୍ଟ୍ରୀୟ ସାଧାରଣ ସଂପାଦକ ଅରୁଣ ସିଂ, କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଧାୟକ ଦଳ ନେତା ବସନ୍ତ ପଣ୍ଡା, ସାଧାରଣ ସଂପାଦକ (ସଂଗଠନ) ପ୍ରସନ୍ନ ମିଶ୍ର, ରାଷ୍ଟ୍ରୀୟ ସଂପାଦକ ସୁରେଶ ପୁଜାରୀ, ବରିଷ୍ଠ ନେତା ତଥା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ମହାପାତ୍ର, ରାଜ୍ୟ ଉପସଭାପତି ସୁରମା ପାଢୀ ଓ ପୃଥ୍ୱୀରାଜ ହରିଚନ୍ଦନ, ରାଜ୍ୟ ସାଧାରଣ ସଂପାଦକ ମନମୋହନ ସାମଲ ଓ ନୟନ କିଶୋର ମହାନ୍ତି, ସଂପାଦକ ଅଶୋକ ମିଶ୍ର, ଛୋଟେଲାଲ ମହନ୍ତ, ଭୃଗୁ ବକ୍ସିପାତ୍ର ଓ ଡ.ଯତୀନ ମହାନ୍ତି, ସଂପାଦିକା ନିୟତି ଗିରି, ପୂର୍ବତନ ସାଂସଦ ସୁରେନ୍ଦ୍ର ଲାଠ୍, ରଞ୍ଜନ ପଟେଲ, ରାଜ୍ୟ ନିର୍ବଚନ ଅଧିକାରୀ ରାଜକିଶୋର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ବୋଲି ରାଜ୍ୟ ମୁଖପାତ୍ର ସମୀର ମହାନ୍ତି ପ୍ରକାଶ କରିଛନ୍ତି ।

Share in top social networks!