ଓଡିଶାର ବ୍ରାଣ୍ଡିଙ୍ଗ ପାଇଁ କର୍ମଶାଳା: ନିବେଶକାରୀଙ୍କୁ ଆକୃଷ୍ଟ କରିବ

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଆକଳନରେ ଓଡିଶା ପୁଞ୍ଜିନିବେଶକାରୀଙ୍କ ଗନ୍ତବ୍ୟସ୍ଥଳୀ ହୋଇଛି । ନିକଟରେ ବିଶ୍ଵବ୍ୟାଙ୍କ ଓ ଡିଆଇପିପିର ଆକଳନରେ ବ୍ୟବସାୟିକ ସରଳୀକରଣ ନିବେଶ ସୁଯୋଗ ଓ ବାତାବରଣ ସୃଷ୍ଟି ଦିଗରେ ଓଡିଶା ଭାରତର ଶିଳ୍ପୋନ୍ନତ ରାଜ୍ୟ ଯଥା ମହାରାଷ୍ଟ୍ର , ତାମିଲନାଡୁ , କେରଳ ଠାରୁ ଆଗରେ ରହି ସପ୍ତମ ସ୍ଥାନରେ ରହିଛି ବୋଲି ଶିଳ୍ପ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ପ୍ରକାଶ କରିଛନ୍ତି । ଇଡକୋ ସମ୍ମିଳନୀ କକ୍ଷଠାରେ ଇପିକଲ ଦ୍ଵାରା ଆୟୋଜିତ ବ୍ରାଣ୍ଡିଙ୍ଗ ଓଡିଶା ଆଲୋଚନା ସମ୍ପର୍କରେ ମତ ଦେଇ ଶ୍ରୀ ମିଶ୍ର କହିଥିଲେ ଯେ , ନିକଟରେ ଶିଳ୍ପ କ୍ଷେତ୍ରରେ ନୂଆ ଆଇପିଆର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉନ୍ମୋଚିତ ହୋଇଛି ।
ଏହି ପରିପ୍ରେକ୍ଷୀରେ ଓଡିଶାକୁ ଅଧିକ ପୁଞ୍ଜିନିବେଶକ ମାନଙ୍କୁ ଆକର୍ଷିତ କରିବ ନିମନ୍ତେ ବ୍ରାଣ୍ଡିଙ୍ଗର ଆବଶ୍ୟକତାକୁ ଉପଲବ୍ଧି କରି ଜେ.ଡବ୍ଲୁ ଥମ୍ପସନ ସଂସ୍ଥାକୁ ଦାୟିତ୍ଵ ଦିଆଯାଇଛି । ସେମାନେ ଏହି କର୍ମଶାଳାରେ ସେମାନଙ୍କର ବ୍ରାଣ୍ଡିଙ୍ଗ ଓଡିଶାର ଲୋଗୋ ପ୍ରଦର୍ଶିତ କରିଥିଲେ । ଏଥିରେ ବିଭିନ୍ନ ସହୋଯୋଗୀ , ବିଡିଏ , ଆଇଆଇଏମ କୋଲକତାର ପ୍ରଫେସର ପ୍ରମୁଖ ଯୋଗ ଦେଇଥିଲେ ।

ପୂର୍ବରୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏ ସମ୍ପର୍କରେ ବିଷାଦଭାବେ ଆଲୋଚନା କରଯାଇଥିଲା । ତେବେ ଏହି ଚୁଡାନ୍ତ ଲୋଗୋ ବ୍ରାଣ୍ଡିଙ୍ଗ ଓଡିଶା ଚଳିତ ମାସରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ହାସଲ କରିବ ।

ଏହି ଅବସରରେ ସୂଚନା ପ୍ରଯୁକ୍ତି ବିଦ୍ୟା ଓ ଶକ୍ତି ବିଭାଗ ମନ୍ତ୍ରୀ ଶ୍ରୀ ପ୍ରଣବ ପ୍ରକାଶ ଦାସ, ଶିଳ୍ପ ବିଭାଗର ପ୍ରମୁଖ ସଚିବ ଶ୍ରୀ ସଂଜୀବ ଚୋପ୍ରା ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!