‘ଡ୍ରିମିଂବିଗ୍ : ମାଇଁ ଜର୍ଣ୍ଣି ଟୁ କନେକ୍ଟ ଇଣ୍ଡିଆ ’ ଉନ୍ମୋଚିତ

top-imageଶ୍ରଦ୍ଧା ଓ କଠିନ ପରିଶ୍ରମହିଁ ସଫଳତାର ଚାବିକାଠି । ନିଜକୁ ତଥା ନିଜ ପରିବାରକୁ ଭଲ ପାଇବା ସହିତ ଶତ୍ରୁକୁ ମଧ୍ୟ ଭଲପାଇବା ଶିକ୍ଷା ଦ୍ଵାରା ସଫଳତା ସମ୍ଭବ ବୋଲି ଆଧୁନିକ ଭାରତୀୟ ଟେଲିକମ ବ୍ୟବସ୍ଥାର ଜନକ ଶ୍ୟାମ ପିଟ୍ରୋଡା ପ୍ରକାଶ କରିଛନ୍ତି ।
ସିଆଇଆଇ ଓ ପେଙ୍ଗୁଇନ ପ୍ରକାଶନ ସଂସ୍ଥା ତରଫରୁ ହୋଟେଲ ମେ ଫେୟାର ସମ୍ମିଳନୀ ଗୃହରେ ନିଜର ଆତ୍ଜୀଜୀବନୀ ପୁସ୍ତକ ଡ୍ରିମିଂବିଗ : ମାଇଁ ଜର୍ଣ୍ଣି ଟୁ କନେକ୍ଟ ଇଣ୍ଡିଆ ର ଲୋକାର୍ପଣ ଉତ୍ସବରେ ଯୋଗଦେଇ ଶ୍ରୀ ପିଟ୍ରୋଡା ଓଡିଶାର ସରଳ ଗ୍ରାମ୍ୟ ଜୀବନ , ବିବିଧ ସଂସ୍କୃତି ଓ ଏହାର ପ୍ରାଚୀନ ଐତିହ ,ପରମ୍ପରା ଓ ସାହିତ୍ୟିକ ମୂଲ୍ୟବୋଧର ଉଚ୍ଚ ପ୍ରଶଂସା କରିଥିଲେ । ଯୁବ ସମାଜ ହିଁ ଓଡିଶାର ଭବିଷ୍ୟତ ସେମାନଙ୍କର ନିକଟରେ ଦକ୍ଷତା ଅଛି । ଯୁବ ଶକ୍ତିକୁ ଆଧୁନିକ ବୈଷୟିକ ଜ୍ଞାନ କୌଶଳ ସହ ଯୋଡିଲେ ରାଜ୍ୟ ତଥା ଦେଶ ଆଗକୁ ଯାଇପାରିବ ବୋଲି ପିଟ୍ରୋଡା ପରାମର୍ଶ ଦେଇଥିଲେ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁସ୍ତକକୁ ଲୋକାର୍ପଣ କରି ପିଟ୍ରୋଡା ଙ୍କ ଓଡିଶା ସହ ଭାବଗତ ସମ୍ପର୍କ ପୁସ୍ତକଟିରେ ପ୍ରତିଫଳିତ ହୋଇଛି ବୋଲି କହଥିଲେ । ପିତ୍ରୋଡା ଆଧୁନିକ ଜ୍ଞାନକୌଶଳର ବିକାଶ ଓ ଟେଲିକମ ଜଗତରେ ବିପ୍ଲବ ଆଣିପାରିଥିଲେ । ଏହାର ଫଳସ୍ଵରୂପ ଆଜି ଭାରତ ସମଗ୍ର ବିଶ୍ଵରେ ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ କ୍ଷେତ୍ରରେ ଏକ ବିକାଶଶୀଳ ଦେଶର ମାନ୍ୟତା ଅର୍ଜନ କରିପାରିଛି। ଆଜି ଭାରତ ବିଶ୍ଵର ନେତୃତ୍ଵ ନେବାଭଳି ସାମର୍ଥ୍ୟ ରଖିପାରିଛି । ତେବେ ପିଟ୍ରୋଡାଙ୍କ ଏହି ଆତ୍ମଜୀବନୀ ପୁସ୍ତକଟି ଦେଶର ବର୍ତ୍ତମାନ ସମସ୍ୟା , ବିଭିନ୍ନ ପ୍ରସଙ୍ଗ ଓ ଏହାର ସମାଧାନ କ୍ଷେତ୍ରରେ ବହୁ ନୂଆ ସୂତ୍ର ବାହାର କରିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
କାର୍ଯ୍ୟକ୍ରମରେ ସମାନ୍ନିତ ଅତିଥିଭାବେ ରାଜ୍ୟ ଶିଳ୍ପ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଯୋଗଦେଇ କହିଥିଲେ, ଭାରତ ଏବେ ଯେଉଁ ଡିଜିଟାଲ ଇଣ୍ଡିଆର ସ୍ଵପ୍ନ ଦେଖୁଛି ,ପିଟ୍ରୋଡା ତାହାକୁ ବହୁ ଆଗରୁ ଦେଖିପାରିଥିଲେ । କେବଳ ସ୍ଵପ୍ନ ଦେଖିନଥିଲେ ସେ ଏହାକୁ ନେଇ ବଞ୍ଚିଥିଲେ । ତାଙ୍କ ଭଳି ବହୁମୂଖୀ ପ୍ରତିଭା ଓଡିଶା ମାଟିରେ ଜନ୍ମ ହୋଇଥିବାରୁ ଏ ରାଜ୍ୟ ଆଜି ତାଙ୍କ ପାଇଁ ଗର୍ବିତ ।
ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ,ସିଆଇଆଇ ଓଡିଶା ରାଜ୍ୟ ପରିଷଦର ନିର୍ଦ୍ଦେଶକ ଡି.ଏସ. ରବୀନ୍ଦ୍ର ରାଜୁ, ପେଙ୍ଗୁଇନ ରାଣ୍ଡମ ହାଉସର ମାର୍କେଟିଂ ଭାଇସ ପ୍ରେସିଡେଣ୍ଟ କ୍ୟାରୋଲିନ ନିୟୁବରି, ମେଗାଟକର ସିଇଓ ସଫାକତ ଖାନ୍, ସିଆଇଆଇ ଓଡିଶା ପରିଷଦର ଉପାଧ୍ୟକ୍ଷ ସଞ୍ଜୟ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!