ସାହିତି୍ୟକମାନେ ଅବ୍ୟବସ୍ଥା ବିରୋଧରେ ସ୍ୱର ଉତ୍ତୋଳନ କରିବା ଜରୁରୀ

ଅସହିଷ୍ଣୁତା ତଥା ଭାବପ୍ରବଣର ସ୍ୱାଧୀନତା ବିପନ୍ନ ହେବା କାରଣ ଦର୍ଶାଇ ସାହିତି୍ୟକମାନେ ପୁରସ୍କାର ଫେରାଇଦେବା ଏକ ପ୍ରତୀକଧର୍ମୀ ପ୍ରତିବାଦା କିନ୍ତୁ
ଜଣେ ଲେଖକ ତା’ର ଲେଖନୀ ବଳରେ ଯଥାର୍ଥ ମତ ପ୍ରଦାନ କରି ପ୍ରତିବାଦୀ ହୋଇପାରିବା ତେଣୁ ସାହିତି୍ୟକମାନେ ନିଜ ଲେଖା ମାଧ୍ୟମରେ ଅବ୍ୟବସ୍ଥା ଓ
ଅବିଗୁଣ ବିରୋଧରେ ସ୍ୱର ଉତ୍ତୋଳନ କରିବା ଉଚିତ ବୋଲି ଏଠାରେ ବକ୍ତାମାନେ ଉଲ୍ଲେଖ କରିଛନ୍ତିା

ସ୍ଥାନୀୟ କୃଷକ ସମାଜରେ ଅନୁଷ୍ଠିତ ଭୁବନେଶ୍ୱର ସାହିତ୍ୟ ସମାଜର ମାସିକ ଅଧ#ବେଶନରେ ହିଂସା ଓ ଅସହିଷ୍ଣୁତା ବିରୋଧରେ ସାହିତି୍ୟକ ଓ ବୁଦ୍ଧିଜୀବୀମାନଙ୍କର ପୁରସ୍କାର ଫେରସ୍ତ ପ୍ରସଙ୍ଗ ଅଲୋଚିତ ହୋଇଥ#ଲାା ଡ. ଦିନନାଥ ପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଆଡଭୋକେଟ୍ ଗୁରୁ ମହାନ୍ତି, ଡ. ବିଜୟ କୁମାର ମହାନ୍ତି, ଡ. ସୁଧୀର କୁମାର ସାହୁ, କବି ରକ୍ଷକ ନାୟକ, ଅନୁବାଦକ ଓ ସଂଗଠକ ସୌମେନ୍ଦ୍ର ଜେନା, ମନମୋହନ ମିଶ୍ର ଓ ଚକ୍ରଧର ଦାସ ପ୍ରମୁଖ ମତାମତ ରଖ#ଥ#ବା ବେଳେ ବିଶିଷ୍ଟ କବି ସୂର୍ଯ୍ୟ ମିଶ୍ର ପ୍ରସଙ୍ଗକୁ ନେଇ ପ୍ରାରମ୍ଭିକ ମନ୍ତବ୍ୟ ଦେଇଥ#ଲୋ

ପବିତ୍ର ମୋହନ କର ଓ ପ୍ରଣବ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ କୀର୍ତ୍ତିମୟୀ ମହାନ୍ତି, ସୁଧା ପଟ୍ଟନାୟକ, ଭଗବାନ ବିଶ୍ୱାଳ, କୃଷ୍ଣଚନ୍ଦ୍ର
ସୁଆର, ମନିକା ମହାପାତ୍ର, ଡ. ଅଭୟ ନାରାୟଣ ନାୟକ, ମଂଜୁଲତା ମହାନ୍ତି, ଉଦୟନାଥ ତ୍ରିପାଠୀ, ବଂଶୀଧର ସେଠୀ, ନିରାକାର ମହାଳିକ, ଆହ୍ଲାଦିନୀ,
ଗୋପାଳକୃଷ୍ଣ ଶ୍ରୀଚନ୍ଦନ, ଭିକାରୀ ଧଳ, ଭାଗିରଥୀ ସେଠୀ, ଦିଲ୍ଲୀପ କୁମାର ତ୍ରିପାଠୀ, ଲଡୁ କିଶୋର ପଢିହାରୀ, ସବିତା ଶତପଥୀ, ରୋହିତ କୁମାର ପ୍ରମୁଖ
ସ୍ୱରଚିତ କବିତା ପାଠ କରିଥ#ଲୋ ଅନୁଷ୍ଠାନର ସଂପାଦିକା ମୀନତି ଦାଶ(ମାନୀ) ଶେଷରେ ଧନ୍ୟବାଦ ଅର୍ପଣ କରିଥ#ଲୋ

Share in top social networks!