ସ୍ୱତନ୍ତ୍ର ଓଡିଆ ଭାଷାଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ବିଳମ୍ବିତ, ପ୍ରତିବାଦରେ ସମ୍ବଲପୁରରୁ ଭୁବନେଶ୍ୱର ଭାଷା-ପଦଯାତ୍ରା

odiasachetanataଓଡିଶାର ସମସ୍ତ ବିଦ୍ୟାଳୟରେ ଓଡିଆ ଭାଷାଶିକ୍ଷକ ନିଯୁକ୍ତିପାଇଁ ବହୁ ଦିନରୁ ହେଉଥିବା ଦାବି ପ୍ରତି ରାଜ୍ୟ ସରକାର ଗୁରୁତ୍ୱ ଦେଉ ନ ଥିବା ପ୍ରତିବାଦରେ ଅନୁଷ୍ଠିତ ଭାଷାପଦଯାତ୍ରା ଆଜି ଭୁବନେଶ୍ୱରରେ ଶେଷ ହୋଇଛି । ପୂର୍ବରୁ ଏହି ଦାବି ନେଇ ଶାନ୍ତିନିକେତନରୁ ସତ୍ୟବାଦୀ ପର୍ଯ୍ୟନ୍ତ ସାଇକେଲ ଯାତ୍ରା କରି ଜନଜାଗରଣ ସୃଷ୍ଟି କରିଥିବା ବିଦ୍ୟାର୍ଥୀଙ୍କ ଦାବି ଯଥାର୍ଥ ଓ ଏହା ଖୁବ ଶୀଘ୍ର ପୂରଣ କରାଯିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା । ମାତ୍ର ଚାରିମାସ ବିତିଯାଇଥିଲେ ମଧ୍ୟ ଏହି ବିଷୟରେ କୌଣସି ପଦକ୍ଷେପ ସରକାରଙ୍କ ପକ୍ଷରୁ ନିଆଯାଇନାହିଁ ।

ଅନ୍ୟ ପକ୍ଷରେ ମଡେଲସ୍କୁଲ ପ୍ରତିଷ୍ଠା ନାମରେ ଇଂରାଜୀ ମାଧ୍ୟମ ଶିକ୍ଷାକୁ ରାଜ୍ୟ ସରକାର ପ୍ରୋତ୍ସାହିତ କରି ଓଡିଆ ବିଦ୍ୟାଳୟ ବନ୍ଦ କରିବାରେ ଲାଗିଛନ୍ତି । ଫଳରେ ଓଡିଆଭାଷାକୁ ଲୋପ କରିବାପାଇଁ ସରକାରୀ ଉଦ୍ୟମ ଆରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟଭାଷା ଓଡିଆ ପ୍ରତି ସରକାରୀ ଅବହେଳା ବିଷୟରେ ଓଡିଶାବାସୀଙ୍କୁ ସଚେତନ କରିବାପାଇଁ ନିଖିଳ ଉକ୍ରଳ ଓଡିଆ ଅନର୍ସ ଛାତ୍ର ସଂସଦ ପକ୍ଷରୁ ଶାନ୍ତିନିକେତନ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଉକ୍ରଳ ବିଶ୍ୱବିଦ୍ୟାଳୟ, ରେଭେନ୍ସା ବିଶ୍ୱବିଦ୍ୟାଳୟ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଶତାଧିକ ବିଦ୍ୟାର୍ଥୀଗଣ ପଦଯାତ୍ରାରେ ସାମିଲ ହୋଇ ଆଜି ସକାଳେ ଭୁବନେଶ୍ୱରରେ ପହଞ୍ଚôଥିଲେ । ସେମାନଙ୍କୁ ବୀରସୁରେନ୍ଦ୍ରସାଏ ଓ ଉକ୍ରଳ ବିଶ୍ୱବିଦ୍ୟାଳୟ ପ୍ରାଙ୍ଗଣରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହାପରେ ମହାତ୍ମାଗାନ୍ଧୀମାର୍ଗଠାରେ ବିଭିନ୍ନ ରାଜନୈତିକ ଦଳ, ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ, ସାମ୍ବାଦିକ, ଭାଷାବିତ, ଲେଖକ ଓ ଜନସାଧାରଣ ଭାଷାପଦଯାତ୍ରୀଙ୍କ ଦାବି ପ୍ରତି ବିପୁଳ ସମର୍ଥନ ଜଣାଇ ଓଡିଆ ଆନେ୍ଦାଳନକୁ ଆହୁରି ତୀବ୍ର କରିବାପାଇଁ ପରାମର୍ଶ ଦେଇଥିଲେ ।

ସମ୍ବଲପୁର ବିଶ୍ୱବିଦ୍ୟାଳୟର ଗବେଷକ ସରୋଜ କୁମାର ଜଗଦଲାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପଦଯାତ୍ରାରେ ଶାନ୍ତିନିକେତନର ରଘୁନାଥ ଓଝା, ଦିବ୍ୟଶକ୍ତି ସାମନ୍ତରାୟ, ବିକ୍ରମ ବେହେରା, ପଦ୍ମଲୋଚନ ମହାନ୍ତ, ଜଳନ୍ଧର ନାଗ, ଶ୍ରୀକାନ୍ତ ବାରିକ, ସୁମନ୍ତ ଭୋଇ, ଶୁଶାନ୍ତ ଦାସ, ଜଗନ୍ନାଥ ଦୀପ, ମମତା ସାହୁ, ଝରଣା ନାଥ, ରୀନାରାଣୀ ମଲ୍ଲିକ, ସ୍ୱାଗତିକା ସାହୁ, ମମତାମୟୀ ଦାସ, ଅଭିମାନିନୀ ବ୍ରହ୍ମ, ପୁଷ୍ପାଞ୍ଜଳି ସାହୁ, ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜଗନ୍ନାଥ ସାହୁ, ପ୍ରମୋଦସାହୁ, ଗଣନାଥ ନାୟକ, କେନ୍ଦ୍ରିୟ ବିଶ୍ୱବିଦ୍ୟାଳୟ, କୋରାପୁଟର ବିଶ୍ୱନାଥ ସାହୁ, ପରମେଶ୍ୱର ମଲ୍ଲିକ, ରେଭେନ୍ସା ବିଶ୍ୱବିଦ୍ୟାଳୟର ଅନ୍ନପୂର୍ଣ୍ଣା ଦାସ, ଚିତ୍ତରଂଜନ କୁଣ୍ଟୁ, ଉକ୍ରଳ ବିଶ୍ୱବିଦ୍ୟାଳୟର ମୃତୁ୍ୟଞ୍ଜୟ ଦାସ, ଦିଲ୍ଲିପ ରାଉତ, ବିପ୍ଳବ ଜେନା, ସୂର୍ଯ୍ୟମଣୀ ରାଜ, ରାକେଶ ପରମାଣିକ, ନରେନ୍ଦ୍ର ଦାସ, ପ୍ରଶାନ୍ତ କୁମାର ପରିଡା, ସୁଜାତା ସାହାଣୀ, ଅସୀତ ପ୍ରଧାନ, ମନୋଜ ସାହୁ, ଆଦ୍ୟାରଶ୍ମୀ ମିଶ୍ର ପ୍ରମୁଖ ବିଦ୍ୟାର୍ଥୀଗଣ ପଦଯାତ୍ରାରେ ନିଜନିଜର ଅନୁଭୂତି ପ୍ରକାଶ କରିବା ସହ ଓଡିଶା ସରକାର ରାଜ୍ୟଭାଷା ଓଡିଆକୁ ସମ୍ମାନ ଜଣାଇ ଏହାର ସମୃଦ୍ଧି ଓ ବିକାଶ ଉଦେ୍ଧଶ୍ୟରେ ସମସ୍ତ ବିଦ୍ୟାଳୟରେ ତୁରନ୍ତ ଓଡିଆ ଭାଷା ଶିକ୍ଷକ ନିଯୁକ୍ତି କରିବାକୁ ଦାବି କରିଥିଲେ । ନହେଲେ ପରବର୍ତ୍ତୀ ସମୟରେ ଓଡିଶାର ବିଦ୍ୟାର୍ଥୀଗଣ ଯେଉଁ ଚରମ ନିଷ୍ପତ୍ତି ନେବେ, ସେଥିପାଇଁ ସରକାର ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି ଚେତାବନୀ ଦେଇଥିଲେ ।

ମାଷ୍ଟରକ୍ୟାଣ୍ଟିନ ସ୍ଥିତ ମହାତ୍ମାଗାନ୍ଧୀମାର୍ଗଠାରେ ଓଡିଆଭାଷା ସଚେତନଯାତ୍ରା ଅଭ୍ୟର୍ଥନା କମିଟି ଓ ଓଡିଆଭାଷା ସଂଗ୍ରାମ ସମିତି ପକ୍ଷରୁ ଆୟୋଜିତ ଆଜିର ଭାଷା-ପଦଯାତ୍ରା ଉଦଯାପନୀ ସଭାରେ ବିଶିଷ୍ଟ ଭାଷାବିତ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ପ୍ରାକ୍ତନ ସରକାରୀ ମୁଖ୍ୟ ସଚେତକ ଶ୍ରୀ ଅଜୟ ଜେନା, ବରିଷ୍ଠ ସାମ୍ବାଦିକ ଶ୍ରୀ ସୁଭାଷ ପଟ୍ଟନାୟକ, ଓଡିଆ ଭାଷା ସଚେତନ ଯାତ୍ରା ଅଭ୍ୟର୍ଥନା କମିଟି ସଦସ୍ୟ ଡକ୍ଟର ନଟବର ଶତପଥୀ, ହେମନ୍ତ ରଥ, ଦେବପ୍ରସାଦ ପରିଜା, ଡକ୍ଟର ସୁବ୍ରତ ପୃଷ୍ଟି, ଅରୁଣସ୍ୱାଇଁ, ଅଧ୍ୟାପକ ଇନ୍ଦ୍ରମଣି ସାହୁ ପ୍ରମୁଖ ଓଡିଆଭାଷାର କାର୍ଯ୍ୟକାରିତାପାଇଁ ସରକାରଙ୍କ ଉପରେ ଚାପ ପକାଇବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଥିଲେ ।

Share in top social networks!