ଶାମୁକା ପ୍ରକଳ୍ପର ସଫଳ ରୂପାୟନ ପାଇଁ ଶାମୁକା ପର୍ଯ୍ୟଟନ ବିକାଶ ନିଗମ ଗଠିତ

ପୁରୀ ନିକଟରେ ଶାମୁକା ପର୍ଯ୍ୟଟନ ପ୍ରକଳ୍ପର ସଫଳ ରୂପାୟନ ନିମନ୍ତେ ରାଜ୍ୟ ସରକାର ଯୌଥ ଉଦ୍ୟୋଗଭିତ୍ତିକ “ଶାମୁକା ପର୍ଯ୍ୟଟନ ବିକାଶ ନିଗମ’(ଏସ୍ଟିଡିସି) ଗଠନ କରିଛନ୍ତିା ଏହି ନିଗମ ଶାମୁକା ପ୍ରକଳ୍ପ ସମେତ ପୁରୀ ଓ ନିକଟବର୍ତ୍ତୀ ଚିଲିକା, ସାତପଡା ଓ ରଘୁରାଜପୁର ଇତ୍ୟାଦିରେ ପର୍ଯ୍ୟଟନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାରେ ନିୟୋଜିତ ହେବା ପଞ୍ଜିକୃତ କମ୍ପାନ ଭାବରେ ଗଠିତ ଏହି ନିଗମର କାର୍ଯ୍ୟାଳୟ ପୁରୀ ଠାରେ ରହିବା ଶାମୁକା ପର୍ଯ୍ୟଟନ ବିକାଶ ନିଗମ ପାଇଁ ଇଡ୍କୋ ଓ ରାଜ୍ୟ ପର୍ଯ୍ୟଟନ ବିକାଶ ନିଗମ(ଓଟିଡିସି) ପ୍ରତ୍ୟେକ ୫ କୋଟି ଲେଖାଏଁ ଅଂଶଧନ ଯୋଗାଇ ଦେବେ ଓ ପର୍ଯ୍ୟଟନ ବିଭାଗ ମାଧ୍ୟମରେ ପରବର୍ତ୍ତୀ ସମୟରେ ୧୦ କୋଟି ଟଙ୍କା ଯୋଗାଇ ଦିଆଯିବା ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ଏହି ନିଗମର ଅଧ୍ୟକ୍ଷ ରହିବୋ
ଶାମୁକା ପର୍ଯ୍ୟଟନ ବିକାଶ ନିଗମ ଶାମୁକା ପ୍ରକଳ୍ପର ସମସ୍ତ କାର୍ଯ୍ୟ ତ୍ୱରାନ୍ୱିତ କରିବା ପ୍ରକଳ୍ପ ନିମନ୍ତେ ସିପସରୁବାଲି ଠାରେ ୯୮୨ ଏକର ଜମି ଅଧ#ଗ୍ରହଣ ହୋଇଛି ଏବଂ ରାସ୍ତା ତିଆରି ଚାଲିଛିା ପ୍ରକଳ୍ପ ନିମନ୍ତେ ଆବଶ୍ୟକୀୟ ମୌଳିକ ଭିତ୍ତିଭୂମି ପ୍ରସ୍ତୁତିର ଦାୟିତ୍ୱ ଶାମୁକା ନିଗମ ନେବା ସହିତ ବିଭିନ୍ନ ପର୍ଯ୍ୟଟନ ପ୍ରକଳ୍ପର ତଦାରଖ କରିବା
ନିଗମର ପରିଚାଳନା ପାଇଁ ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୧୧ ଜଣିଆ ନିର୍ଦ୍ଦେଶକ ମଣ୍ଡଳୀ ରହିବୋ ଇଡ୍କୋର ସିଏମ୍ଡି, ଓଟିଡିସିର ଏମ୍ଡି, ପୁରୀ ଜିଲ୍ଲାପାଳ, ପୁରୀର ବନଖଣ୍ଡ ଅଧ#କାରୀଙ୍କ ସମେତ ଅର୍ଥ, ରାଜସ୍ୱ, ଜଙ୍ଗଲ, ନଗର ଓ ଗୃହ ନିର୍ମାଣ, ଜଳସଂପଦ ଓ ଶକ୍ତି ବିଭାଗର ପ୍ରତିନିଧ#ବୃନ୍ଦଙ୍କୁ ନେଇ ଏହି ନିର୍ଦ୍ଦେଶକ ମଣ୍ଡଳୀ ଗଠିତ ହେବା ନିଗମର ନିୟମିତ ମୁଖ୍ୟ କାର୍ଯ୍ୟ ନିର୍ବାହୀ ନିଯୁକ୍ତ ହେବା ପର୍ଯ୍ୟନ୍ତ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଏହି ଦାୟିତ୍ୱରେ ରହିବୋ

Share in top social networks!