ବିଜେପି କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ସଭାପତି ଶ୍ରୀବିଜୟ ପାଲ ସିଂ ତୋମର ମୃତ ଚାଷୀ ପରିବାରଙ୍କୁ ଭେଟିଲେ

bjptomarବିଜେପି କୃଷକ ମୋର୍ଚ୍ଚା ଦ୍ୱାରା ଆୟୋଜିତ ଏକ ସେମିନାରରେ ଯୋଗ ଦେବା ପାଇଁ ଆସିଥିବା କୃଷକ ମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତି ଶ୍ରୀବିଜୟପାଲ ସିଂ ତୋମର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହାଙ୍କ ନଦେ୍ର୍ଧଶକ୍ରମେ ମୃତ ଚାଷୀ ପରିବାରଙ୍କୁ ଭେଟିବାକୁ ଯାଇଥିଲେ । ଏହି ଅବସରରେ ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଆଙ୍କୁଲେଇ ଗ୍ରାମର ୬୫ ବର୍ଷୀୟ ମୃତଚାଷୀ ବାଇଧର ମଲ୍ଲିକଙ୍କ ପରିବାରକୁ ଭେଟି ସାନ୍ତ୍ୱନା ଦେବା ସହ ସମବେଦନା ପ୍ରକଟ କରିଥିଲେ । ଏହି ସମୟରେ ଓଡାପଡା ବ୍ଲକ ଅନ୍ତର୍ଗତ ଉସ୍ତପାଳ ଗ୍ରାମର ୪୫ ବର୍ଷୀୟ ଚାଷୀ ଭ୍ରମରବର ନାୟକ ବିଷପାନ କରିଥିବାର ଖବର ପାଇ ସାଙ୍ଗେ ସାଙ୍ଗେ ଭେଟିବାକୁ ଡାକ୍ତରଖାନାକୁ ଯାଇଥିଲେ । ମାତ୍ର ସେଠାରେ ତାଙ୍କର ମୃତୁ୍ୟ ହୋଇଯାଇଥିବାର ଜାଣି ଦୁଃଖରେ ମ୍ରିୟମାଣ ହୋଇପଡିଥିଲେ । ତାଙ୍କ ପରିବାର ସହ କଥାବାର୍ତ୍ତା କରି ଜାଣିବାକୁ ପାଇଥିଲେଯେ, ଋଣଗସ୍ତ ଶ୍ରୀ ନାୟକ ଚାଷ ନଷ୍ଟ ହୋଇଯିବା କାରଣରୁ ଭାଙ୍ଗିପଡି ବିଷପାନ କରିଥିଲେ । ସରକାରୀ ଅଫିସରମାନେ ଆସି ତାଙ୍କର ମୃତୁ୍ୟ ଚାଷ ପାଇଁ ଋଣଜନିତ କାରଣରୁ ହୋଇଥବା କହିବାକୁ ବାରଣ କରିବାକୁ ଚାପ ପକେଇଥିଲେ । ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟ ବୋଲି ଶ୍ରୀ ତୋମାର କ୍ଷୋଭର ସହିତ କହିଛନ୍ତି ।
ପ୍ରକାଶଥାଉକି, କେନ୍ଦ୍ର ସରକାର ଦାୟୀତ୍ୱ ନେବା ପରେ ପୂର୍ବରୁ ଥିବା ଚାଷକ୍ଷତିର ପରିମାଣ ୫୦ ପ୍ରତିଶତରୁ ୩୩ ପ୍ରତିଶତକୁ ହ୍ରାସ କରି ସହାୟତା ରାଶିକୁ ଦେଢଗୁଣ ବର୍ଦ୍ଧିତ କରିଛନ୍ତି । ସେହିଭଳି ଅନୁକମ୍ପା ରାଶି ୧.୫ ଲକ୍ଷରୁ ବୃଦ୍ଧି କରି ୪ ଲକ୍ଷ ଟଙ୍କା କରିଛନ୍ତି । ଚଳିତ ବର୍ଷ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଅଦ୍ୟାବିଧି ୨୮୦ କୋଟିରୁ ଉର୍ଦ୍ଧ ଟଙ୍କା ଦେଇସାରିଲେଣି । ମାତ୍ର ଅପାରଗ ରାଜ୍ୟ ସରକାର ଏପର୍ଯ୍ୟନ୍ତ ଟଙ୍କାଟିଏ ମଧ୍ୟ ସହାୟତା ଦେଇନାହାନ୍ତି । ଯାହାକି ରାଜ୍ୟ ସରକାରଙ୍କ ଚାଷୀଙ୍କ ପ୍ରତି ଥିବା ବୈମାତୃକ ମନୋଭାବକୁ ସ୍ପଷ୍ଟ କରୁଛି । ରାଜ୍ୟ ସରକାରଙ୍କ ଚାଷୀଙ୍କ ପ୍ରତି ସହାୟତା ରାଶିର ଘୋଷଣା ପରେ ମଧ୍ୟ ଚାଷୀମାନଙ୍କ ବିଶ୍ୱାସଭାଜନ ହୋଇପାରିନାହାନ୍ତି । ଚାଷୀ ଆତ୍ମହତ୍ୟା ଦିନକୁ ଦିନ ବଢିଚାଲିଛି । ଏହିଭଳି ଘଟଣା ପୂର୍ବରୁ କେବେ ମଧ୍ୟ ହୋଇନଥିଲା ବୋଲି ଶ୍ରୀ ତୋମର କ୍ଷୋଭ ପ୍ରକାଶ କରିବା ସହିତ କହିଛନ୍ତିଯେ, ଚାଷୀଙ୍କ ପାଇଁ ଆସିଥିବା ସହାୟତା ରାଶି ନଦେଇ ରାଜ୍ୟ ସରକାର ଘୋର ଅପରାଧ କରିଛନ୍ତି । ତୁରନ୍ତ ଏହି ସହାୟତା ରାଶି ମୃତ ଚାଷୀ ପରିବାରଙ୍କୁ ଦିଆଯାଉ ବୋଲି ଶ୍ରୀ ତୋମର ଦାବୀ କରିଛନ୍ତି ।
ତାଙ୍କର ଏହି ଗସ୍ତରେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ମହେଶ୍ୱର ସାହୁ, ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି ଏବଂ ମୋର୍ଚ୍ଚାର ବହୁ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Share in top social networks!