ରାଜ୍ୟସ୍ତରୀୟ ପାଲା ଓ ଦାଶକାଠିଆ ଉତ୍ସବ ଉଦ୍ଘାଟିତ

ପାଲା ଓ ଦାଶକାଠିଆ ପାରମ୍ପରିକ ଗଣମାଧ୍ୟମ ଭାବରେ ସ୍ୱୀକୃତ ଓ ଏହାର ମୌଳିକତା ମଧ୍ୟ ଆଦୃତା ସମାଜ ଓ ବିକାଶର ବାର୍ତ୍ତା ପ୍ରଚାରରେ ଯଥେଷ୍ଟ ଭୂମିକା ଗ୍ରହଣ କରୁଥ#ବା ଏପରି ଲୋକକଳାକୁ ସବୁସ୍ତରରେ ପ୍ରୋତ୍ସାହନ ଆବଶ୍ୟକ ବୋଲି ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମତ ପ୍ରକାଶ କରିଛନ୍ତିା
ଆଜି ସଂଧ୍ୟାରେ ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ଏହି ତିନିଦିନିଆ ଉତ୍ସବକୁ ମନ୍ତ୍ରୀ ଶ୍ରୀ ପଣ୍ଡା ଉଦ୍ଘାଟନ କରିଛନ୍ତିା ସଂସ୍କୃତି ବିଭାଗ ଓ ରାଜ୍ୟ ସଂଗୀତ ନାଟକ ଏକାଡେମୀଙ୍କ ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବରେ ଏକାଡେମୀ ସଭାପତି ଶ୍ରୀମତୀ ତୃପ୍ତି ଦାସ ପୌରୋହିତ୍ୟ କରିଥ#ବା ବେଳେ ଭୁବନେଶ୍ୱର(ମଧ୍ୟ) ବିଧାୟକ ଶ୍ରୀ ବିଜୟ କୁମାର ମହାନ୍ତି, ଭୁବନେଶ୍ୱର(ଉତ୍ତର) ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର ଅତିଥ# ଭାବେ ଯୋଗଦେଇ ବକ୍ତବ୍ୟ ରଖ#ଥ#ଲୋ ସଂସ୍କୃତି ତଥା ସୂଚନା ଓ ଲୋକସଂପର୍କ ବିଭାଗ ଶାସନ ସଚିବ ତଥା କମିଶନର ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ପାଲା ଓ ଦାଶକାଠିଆକୁ ସାହିତ୍ୟ, ସଂଗୀତ, ଲୋକକଳା ଓ ନୃତ୍ୟର ଅନୁପମ ସମିଶ୍ରଣ ବୋଲି ଅଭିହିତ କରିଥ#ଲୋ
ରାଜ୍ୟ ସଂଗୀତ ନାଟକ ଏକାଡେମୀର ଉପସଭାପତି ଶ୍ରୀ ରାମହରି ଦାସ ମଧ୍ୟ ଉପସ୍ଥିତ ଥ#ଲୋ ଏକାଡେମୀର ସଚିବ ଶ୍ରୀ ଧୀରେନ୍ଦ୍ର ନାଥ ମଲ୍ଲିକ ଶେଷରେ ଧନ୍ୟବାଦ ଅର୍ପଣ କରିଥ#ବା ବେଳେ ମଧୁମିତା ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥ#ଲୋ
ଅତିଥ#ମାନେ ପାଲା ଗାୟକ ବଳରାମ ରାଉତ(ଭଦ୍ରକ), ଅଭୟ କୁମାର ପଣ୍ଡା(ଯାଜପୁର) ଓ ଦାଶକାଠିଆ ଗାୟକ ଉପେନ୍ଦ୍ର ପାଣିଗ୍ରାହୀ(ଗଞ୍ଜାମ) ତଥା ତାଙ୍କର ସାଥ#ମାନଙ୍କୁ ଫୁଲତୋଡା ଓ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରିଥ#ଲୋ

Share in top social networks!