ସର୍ଦ୍ଧାର ପଟେଲଙ୍କ ଜନ୍ମଦିନକୁ “ରାଷ୍ଟ୍ରୀୟ ଏକତା ଦିବସ” ଭାବେ ପାଳନ କରିବ ବିଜେପି

ଲୈାହପୁରୁଷ ଭାବରେ ପରିଚିତ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ କେବଳ ଭାରତୀୟ ଜାତୀୟ ଆନେ୍ଦାଳନରେ ସକ୍ରୀୟ ଭୁମିକା ଗ୍ରହଣ କରିନଥିଲେ ବରଂ ସ୍ୱାଧୀନତା ପରେ କ୍ଷୁଦ୍ର କ୍ଷୁଦ୍ର ଦେଶୀୟ ରାଜ୍ୟମାନଙ୍କୁ ଭାରତରେ ମିଶ୍ରଣ ପାଇଁ ଅକ୍ଳାନ୍ତ ପରିଶ୍ରମ କରିଥିଲେ । ଭାରତୀୟ ଜନତା ପାର୍ଟି ଏହି ମହାପୁରୁଷଙ୍କ ଜନ୍ମଦିନକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରି ଆସୁଛି ।

ଚଳିତ ବର୍ଷ ଭାରତୀୟ ଜନତା ପାର୍ଟି, ଓଡିଶା ପକ୍ଷରୁ ଆସନ୍ତା ଅକ୍ଟୋବର ୩୧ ତାରିଖ ଦିନ ସମଗ୍ର ରାଜ୍ୟରେ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯିବା ପାଇଁ ସ୍ଥିର କରାଯାଇଛି । ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏକତା ଦୈାଡ, ସର୍ଦ୍ଧାର ପଟେଲଙ୍କ ମୂର୍ତ୍ତି / ଫଟୋ ଚିତ୍ରରେ ମାଲ୍ୟାର୍ପଣ, “ଏକ ଭାରତ-ଶ୍ରେଷ୍ଠ ଭାରତ” ସମ୍ପର୍କରେ ଆଲୋଚନାଚକ୍ରର ଆୟୋଜନ କରାଯିବ ।

ରାଜ୍ୟସ୍ତରରେ ଏହି ଉତ୍ସବ ରାଜଧାନୀ ଭୁବନେଶ୍ୱରରେ ପାଳନ କରାଯିବ ଏବଂ ଏଥିରେ ଭାରତ ସରକାରଙ୍କ ସମାଜକଲ୍ୟାଣ ଓ ସଶକ୍ତିକରଣ କେନ୍ଦ୍ରମନ୍ତ୍ରୀ ଶ୍ରୀ ଥାବର ଚାନ୍ଦ ଗେହଲୋଟ ମୁଖ୍ୟ ଅତିଥି ଭାବରେ ଯୋଗଦେବେ । ଆସନ୍ତା ୩୧ ତାରିଖ ସକାଳ ୮.୩୦ରେ ଏକତା ଦୈାଡ ଭୂବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରୁ ଆରମ୍ଭ ହେବ । ଏହାପରେ ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଣ୍ଡିତ ଦୀନଦୟାଲ ପାର୍କଠାରେ ଅନୁଷ୍ଠିତ ସଭାରେ ସର୍ଦ୍ଧାର ପଟେଲଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯିବ ଏବଂ ଉପସ୍ଥିତ ଜନତାଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗେହଲୋଟ ସମ୍ବୋଧନ କରିବେ । ଏହି କାର୍ଯ୍ୟକ୍ରମରେ ରାଜ୍ୟର ପ୍ରମୁଖ ନେତୃବର୍ଗ ଉପସ୍ଥିତ ରହିବେ ବୋଲି ରାଜ୍ୟ ପ୍ରବକ୍ତା ସଜ୍ଜନ ଶର୍ମା ପ୍ରକାଶ କରିଛନ୍ତି ।

Share in top social networks!