ଅଟୋ ଚାଳକମାନଙ୍କ ପାଇଁ ଶିକ୍ଷଣ ଶିବିର ଓ କର୍ମଶାଳା

IITMସୁରକ୍ଷା, ସୌଜନ୍ୟ ଓ ସଚେତନତା ବଳରେ ଓଡ଼ିଶାରେ ପର୍ଯ୍ୟଟକମାନଙ୍କ ସଂଖ୍ୟା ତଥା ପର୍ଯଟନ ବିଭବର ଆଦର ଓ ବିପଣନ ବୃଦ୍ଧି ପାଇପାରିବ ବୋଲି ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମତ ବ୍ୟକ୍ତ କରିଛନ୍ତିା
ଆଜି ପୂର୍ବାହ୍ନରେ ଡୁମ୍ଡୁମାସ୍ଥିତ ଇଣ୍ଡିଆନ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଟୁ୍ୟରିଜିମ୍ ଏଣ୍ଡ ଟ୍ରାଭେଲ୍ ମ୍ୟାନେଜ୍ମେଣ୍ଟରେ ଭୁବନେଶ୍ୱର ପିଙ୍କ୍ ଅଟୋ ଚାଳକମାନଙ୍କ ନିମନ୍ତେ ଆୟୋଜିତ ଏକ କର୍ମଶାଳା ଓ ଶିକ୍ଷଣ ଶିବିର ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀ ପଣ୍ଡା କହିଲେ ଯେ, ଅଟୋ ଚାଳକମାନେ ସେମାନଙ୍କ ବ୍ୟବହାର ଓ କଥାବାର୍ତ୍ତା ଏବଂ ସଚେତନତା ମାଧ୍ୟମରେ ପର୍ଯ୍ୟଟକମାନଙ୍କୁ ଅତିଥ# ଭାବରେ ପ୍ରଭାବିତ କରିପାରିବୋ
ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଲକ୍ଷ୍ମୀନାରାୟଣ ଗୁପ୍ତା ଏହି ଉଦ୍ଘାଟନ ଉତ୍ସବରେ ପୌରୋହିତ୍ୟ କରିଥ#ଲୋ ଶ୍ରୀ ଗୁପ୍ତା କହିଲେ ଯେ ତୃଣମୂଳ ସ୍ତରରେ ଏପରି ପ୍ରୟାସ ବଳରେ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରାଯାଇପାରିବା ସେ ଅଟୋଚାଳକମାନଙ୍କୁ ଓଡ଼ିଶାର ପର୍ଯ୍ୟଟନ ସେନା ତଥା “ପର୍ଯ୍ୟଟନ ଆମ୍ବାସଡାର’ ଭାବରେ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇବା ସହିତ ମାର୍ଚ୍ଚ ସୁଦ୍ଧା ଭୁବନେଶ୍ୱର ସମେତ ଗୋପାଳପୁର, ସମ୍ବଲପୁର, ବାଲେଶ୍ୱର, ପୁରୀ ଇତ୍ୟାଦି ସ୍ଥାନରେ ପ୍ରାୟ ୧୫ ହଜାରରୁ ଊ–ର୍ ଟ୍ୟାକ୍ସି/ଅଟୋ ଚାଳକଙ୍କୁ ଏପରି ପ୍ରଶିକ୍ଷଣ ଦିଆଯିବ ବୋଲି ପ୍ରକାଶ କରିଥ#ଲୋ
ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ପୋଲିସ କମିଶନର ଶ୍ରୀ ପି. ଏସ୍. ରଣପିସେ ତାଙ୍କ ବକ୍ତବ୍ୟରେ ଅଟୋ ଚାଳକମାନେ ଭଦ୍ରତା ଓ ସାଧୁତା ସହିତ ସାଧାରଣ ନାଗରିକ ନିୟମଗୁଡିକ ବିଷୟରେ ଅବଗତ ହେବା ଉଚିତ୍ ବୋଲି କହିବା ସହିତ ଆତିଥ୍ୟ ଓ ସେବା ମନୋଭାବ ନେଇ ସେମାନେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥ#ଲୋ
ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଶ୍ରୀ ଅନୀଲ କୁମାର ସାମଲ ପ୍ରାରମ୍ଭରେ ସ୍ୱାଗତ ଜଣାଇ ଏପରି ଶିକ୍ଷଣ ଶିବିରର ଉଦ୍ଦେଶ୍ୟ ତଥା ଆଭିମୁଖ୍ୟ ବର୍ଣ୍ଣନା କରି ଏପରି କାର୍ଯ୍ୟକ୍ରମକୁ ଓଡ଼ିଶା ପର୍ଯ୍ୟଟନର ବିକାଶ ନିମନ୍ତେ ମିଶନ ଭାବରେ ବ୍ୟାପକ କରାଯିବ ବୋଲି ଉଲ୍ଲେଖ କରିଥ#ଲୋ ଅଧ୍ୟାପିକା ଆଦ୍ୟାଶା ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥ#ବା ବେଳେ ପ୍ରତିଷ୍ଠାନର ନିର୍ଦ୍ଦେଶକ ତଥା ନୋଡାଲ ଅଫିସର ଡ. ଶରତ କୁମାର ଲେଙ୍କା ଧନ୍ୟବାଦ ଅର୍ପଣ କରିଥ#ଲୋ ଦିନକ ମଧ୍ୟରେ ୫ଟି ଅଧ#ବେଶନରେ ଏହି ଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥ#ଲା ଓ ଏଥ#ରେ ୨୨୦ରୁ ଅଧ#କ ପିଙ୍କ୍ ଅଟୋ ଡ୍ରାଇଭରଙ୍କ ସମେତ ଅଟୋ ଆସୋସିଏସନ୍ର କର୍ମକର୍ତ୍ତାମାନେ ଉପସ୍ଥିତ ଥ#ଲୋ

Share in top social networks!