ବ୍ୟାଜାପ୍ତ ସଂପତ୍ତିର ନିଲାମ ଓ ଜମକାରୀ ଚିହ୍ନଟ ନିୟମାବଳୀ ଜାରି

ଓଡ଼ିଶା ଜମାକାରୀ ସୁରକ୍ଷା ଆଇନ, ୨୦୧୧(ଓପିଆଇଡି ଆକଫ) ଅନୁଯାୟୀ ଅସାଧୁ ଆଥ#ର୍କ ସଂସ୍ଥା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥ#ବା ଜମାକାରୀମାନଙ୍କ ଜମାରାଶି ଫେରସ୍ତ ପାଇଁ ରାଜ୍ୟ ସରକାର ଦୁଇଟି ନିୟମାବଳୀ ଜାରି କରିଛନ୍ତିା ବ୍ୟାଜାପ୍ତ ସଂପତ୍ତିର ନିଲାମ ନିମନ୍ତେ ଜାରି ନିୟମାବଳୀ ଅନୁସାରେ କଟକ, ବାଲେଶ୍ୱର, ସମ୍ବଲପୁର ଓ ବ୍ରହ୍ମପୁରର କ୍ଷମତାପନ୍ନ ଅଧ#କାରୀ(ଏଡିଏମ୍)ମାନେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସଂପତ୍ତିର ସର୍ବନିମ୍ନ ମୂଲ୍ୟ ଧାର୍ଯ୍ୟ ନିମନ୍ତେ ପତ୍ର ଲେଖ#ବୋ ସଂପତ୍ତିର ମୂଲ୍ୟାୟନ ସଂପୃକ୍ତ ଜିଲ୍ଲାର ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଦ୍ୱାରା ସ୍ଥିରିକୃତ ହେବା ଏହାପରେ କ୍ଷମତାପନ୍ନ ଅଧ#କାରୀ ଏହି ସଂପତ୍ତିର ବିବରଣୀ ଏମ୍.ଏସ୍.ଟି.ସି (ମେଟାଲ ଆଣ୍ଡ ସ୍କ୍ରାପ୍ ଟ୍ରେଡିଂ କର୍ପୋରେସନ୍ ଅଫ୍ ଇଣ୍ଡିଆ) ଜରିଆରେ ଇ-ନିଲାମ କରିବେ, ଯାହାକି ସଂପୂର୍ଣ୍ଣ ସ୍ୱଚ୍ଛ ଭାବରେ କରାଯିବା
ନିଲାମରୁ ସଂଗୃହୀତ ରାଶି କ୍ଷମତାପନ୍ନ ଅଧ#କାରୀଙ୍କ ବ୍ୟାଙ୍କ ଖାତାରେ ଜମା ହେବ ଏବଂ ଡେଜିଗ୍ନେଟେଡ୍ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜମାକାରୀଙ୍କ ମଧ୍ୟରେ ଆବଣ୍ଟନ କରାଯିବା
ଜମାକାରୀଙ୍କ ଚିହ୍ନଟ ପ୍ର୍ରକ୍ରିୟା ସଂକ୍ରାନ୍ତରେ ଜାରି ନିୟମାବଳୀ ଅନୁସାରେ ଯେଉଁ ଆଥ#ର୍କ ସଂସ୍ଥାର ବ୍ୟାଜାପ୍ତ ସଂପତ୍ତି ଆବଣ୍ଟନ ପାଇଁ ଡେଜିଗ୍ନେଟେଡ୍ କୋର୍ଟ ନିର୍ଦ୍ଦେଶ ଦେଇସାରିଛନ୍ତି, ସେହି ସଂସ୍ଥାର ଜମାକାରୀମାନଙ୍କଠାରୁ କ୍ଷମତାପନ୍ନ ଅଧ#କାରୀ ଏକ ନିର୍ଦ୍ଧିଷ୍ଟ ଫର୍ମରେ ଆବେଦନ ଆହ୍ୱାନ କରିବୋ ଆବେଦନଗୁଡିକରେ ଥ#ବା ତଥ୍ୟର ବର୍ତ୍ତମାନ ଉପଲବ୍ଧ ଡାଟା ବେସ୍ ସହିତ ପ୍ରାଥମିକ ଯାଞ୍ଚ ପରେ, ସଂପୃକ୍ତ ଜିଲ୍ଲାପାଳମାନଙ୍କୁ କ୍ଷେତ୍ରସ୍ତରରେ ସେଗୁଡିକର ସତ୍ୟାସତ୍ୟ ପରୀକ୍ଷା କରିବା ପାଇଁ ପଠାଯିବା ଏଥ# ନିମନ୍ତେ ଏକ ତିନି ଜଣିଆ ଫିଲï ସ୍କ୍ୱାଡ୍ ଗଠନ କରାଯିବା ଏଥ#ରେ ଜଣେ ଏଏସ୍ଆଇ ବା ତଦୂ–ର୍ ର୍ୟାଙ୍କର ଥାନା ଅଧ#କାରୀ, ଜଣେ ରାଜସ୍ୱ ନିରୀକ୍ଷକ ଓ ଜଣେ ବ୍ଲକ୍ ସଂପ୍ରସାରଣ ଅଧ#କାରୀ ରହିବୋ ଫିଲï ସ୍କ୍ୱାଡ୍ର ରିପୋର୍ଟ ଉପରେ ସଂପୃକ୍ତ ଜିଲ୍ଲାପାଳ ମଧ୍ୟ ନମୂନା ଯାଞ୍ଚ କରିବୋ ଏହାପରେ ଅନନ୍ତିମ(ପ୍ରୋଭିଜନାଲ) ତାଲିକା ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜିଲ୍ଲା ଓ ପଞ୍ଚାୟତସ୍ତରରେ ପ୍ରକାଶିତ କରାଯିବା ତାଲିକା ସଂପର୍କରେ କୌଣସି ବ୍ୟକ୍ତିଙ୍କର କିଛି ଅଭିଯୋଗ ଥ#ଲେ, ତାହା ୧୫ ଦିନ ମଧ୍ୟରେ ଜଣାଇ ପାରିବୋ ଏହାପରେ ଜମାକାରୀଙ୍କ ଚୂଡାନ୍ତ ତାଲିକା ପ୍ରକାଶ କରାଯିବ ବୋଲି ନିର୍ଦ୍ଦେଶକ(ବିତ୍ତୀୟ ସଂସ୍ଥା) ଡ. ତପନ୍ କୁମାର ପ୍ରଧାନ ଜଣାଇଛନ୍ତିା

Share in top social networks!