ଓଡିଶା ପ୍ରଦେଶ ଯୁବ କଂଗ୍ରେସ କମିଟି ସଂପ୍ରସାରିତ

ଆଜି ଓଡିଶା ପ୍ରଦେଶ ଯୁବ କଂଗ୍ରେସ କମିଟିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ କମିଟି ବୈଠକ ରାଜ୍ୟ ଯୁବ କଂଗ୍ରେସ ସଭାପତି ରଜତ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସର୍ବଭାରତୀୟ ସାଧାରଣ ସଂପାଦିକା ଇନ୍ଦ୍ରାଣୀ ମିଶ୍ର ଓ ସଂପାଦକ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ଯୋଗ ଦେଇଥିଲେ ।

ଉକ୍ତ ବୈଠକରେ ରାଷ୍ଟ୍ରୀୟ ସଭାପତିଙ୍କ ଅନୁମୋଦନ କ୍ରମେ ରାଜ୍ୟ କମିଟିର ନୂତନ ସଂପାଦକ ଭାବେ ଶିଶିର ମାଡାଲା, ନିରଞ୍ଜନ ନାୟକ, ପ୍ରଦୁ୍ୟମ୍ନ ତି୍ରପାଠୀ ଓ ସ୍ମୃତିରଞ୍ଜନ ଲେଙ୍କାଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ବଲାଙ୍ଗୀର ଲୋକସଭା ମଣ୍ଡଳୀ ଯୁବ କଂଗ୍ରେସ କମିଟି ସଭାପତି ଭାବେ ରୂପେଶ ବେହେରାଙ୍କୁ ନିଯୁକ୍ତି ଦିଆଯାଇଛି ।

Share in top social networks!